ପ୍ରମୁଖ ଖବର
  • ବୌଦ୍ଧ ପୋଲିସକୁ ବଡ଼ ସଫଳତା, ୧୦ ଜଣିଆ ଡକାୟତି ଗ୍ୟାଙ୍ଗ ଧରିଲେ
  • ||
  • ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ, ରତ୍ନଭଣ୍ଡାର ଖୋଲିବା, ମରାମତି ନେଇ ଆଲୋଚନା
  • ||
  • ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ
  • ||
  • ଦିନକ ପରେ ବିଶ୍ୱପ୍ରସିଦ୍ଧ ଚନ୍ଦନଯାତ୍ରା, ନରେନ୍ଦ୍ରରେ ଚାପ ଖେଳିବେ ମଦନମୋହନ
  • ||
  • ଓଡ଼ିଶା ଆସୁଛନ୍ତି ନୀତିନ ଗଡ଼କରୀ, କୃଷ୍ଣପ୍ରସାଦପୁରରେ କରିବେ ପ୍ରଚାର
  • ||
  • ଝାରସୁଗୁଡ଼ା, ପଡିଆରୁ ୩ ମୃତଦେହ ଠାବ, ଗୋଟିଏ ପରିବାର ହୋଇଥିବା ସନ୍ଦେହ
  • ||
  • ଆଇପିଏଲ ମହାସମରରେ ପଞ୍ଜାବ କିଙ୍ଗ୍ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ହାରିଲେ ବିଦା
  • ||
  • ବିଏମ୍‌ସି କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ, ଏଣିକି ବିଳମ୍ବରେ ଅଫିସ୍ ଆସିଲେ ଦରମା କାଟ୍‌
  • ||
  • ରାଜ୍ୟରେ କମ୍ପୁଛି ପ୍ରଚାର ମଇଦାନ୍, ଆଜି ଗଞ୍ଜାମ, କନ୍ଧମାଳରେ କ୍ୟାମ୍ପେନିଂ କରିବେ ନବୀନ
  • ||
  • ରାଜ୍ୟରେ ଆସନ୍ତା ୧୨ ଯାଏ ଅଧିକ ବର୍ଷା ସମ୍ଭାବନା, ୧୫ ଯାଏ ଉପକୂଳରେ ବଢ଼ିବନି ତାତି
  • ||

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ,ହେଲିକପ୍ଟରକୁ ଚଢିବା ବେଳେ ଗୋଡ଼ ଖସି ପଡ଼ିଗଲେ

ନୂଆଦିଲ୍ଲୀ,୨୭।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିର୍ବାଚନ ପ୍ରଚାର ବେଳେ ଲାଗିଛି ଆଘାତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର ପାଇଁ ଦୁର୍ଗାପୁରରେ ଥିଲେ। ସେଠାରୁ ଆଉ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ପାଇଁ ମମତା ବାନାର୍ଜୀଙ୍କ ଭଳି ହେଲିକପ୍ଟରରେ ବସିବା ବେଳେ ତାଙ୍କ ଗୋଡ଼ ଖସି ଯାଇଥିଲା ଓ ସେ ତଳେ ପଡିଯାଇଥିଲେ। ଏହି ଦୁର୍ଘଟଣା ବେଳେ ସେ ଅଳ୍ପ ଆହତ ହୋଇଛନ୍ତି।

ନ୍ୟୁଜ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ ଜାରି ଏକ ଭିଡିଓରେ ଏହି ପୁରା ଘଟଣାର ଭିଡିଓ ଫୁଟେଜ୍ ସାମନାକୁ ବସିଛି। ଭିଡିଓରେ ଦେଖିବାକୁ ମିଳୁଛି ମମତା କାରରୁ ଓହ୍ଲାଇ ହେଲିକପ୍ଟର ଆଡକୁ ବଢୁଛନ୍ତି। ଏହାପରେ ସେ ସିଢି ଚଢୁଥିବାର ଦେଖାଯାଉଛନ୍ତି। ସେ ଧିରେ ଧିରେ ଭିତରକୁ ଯାଉଥି‌ଲେ , କିନ୍ତୁ ସିଟ୍‌ ପାଖରେ ଗୋଡ଼ ଖସି ତଳେ ପଡିଗଲେ। ଏହାପରେ ମମତା ସିଟ୍‌ ଆଗରେ ପଡି ଯାଇଥିଲେ। ସେଠାରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ତୁରନ୍ତ ସମ୍ଭାଳି ନେଇଥିଲେ।

ଉଲ୍ଲେଖନୀୟ ଯେ, ମମତା ବାନାର୍ଜୀ ଦେଢ ମାସ ପୂର୍ବେ ଏକ ଦୁର୍ଘଟଣାରେ ଆହତ ହୋଇଥିଲେ। ରିପୋର୍ଟ ଅନୁସାରେ, ମମତା ବାନାର୍ଜୀ ନିଜ ଘରେ ଖସି ପଡିଥିଲେ। ଏହି ଦୁର୍ଘଟଣା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ଏହି ଘଟଣା ୧୪ ମାର୍ଚ୍ଚରେ ଘଟିଛି। ଦୁର୍ଘଟଣା ପରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ଦୁର୍ଘଟଣାର ୪୪ ଦିନ ପରେ ମମତା ପୁଣିଥରେ ଆହତ ହୋଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.