ପ୍ରମୁଖ ଖବର
  • କେକେଆର ବନାମ ଆରସିବି: ୬ ଓ୍ବିକେଟ ହରାଇ ୧୮୨ ରନ୍‌ କଲା ବେଙ୍ଗାଲୁରୁ
  • ||
  • ଭୁବନେଶ୍ୱର: ୪୦ ଡେଇଁଲା ତାପମାତ୍ରା, ଆଗାମୀ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ପ୍ରବାହ
  • ||
  • ବିଜେପି ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକ
  • ||
  • ଏପ୍ରିଲ୍‌ ୨ରୁ ନୂଆ ଶ୍ରେଣୀରେ ପଢ଼ିବେ ପିଲା, ନିର୍ଦ୍ଧାରିତ ସମୟରେ ବଣ୍ଟନ ହେବ ପାଠ୍ୟପୁସ୍ତକ
  • ||
  • ବିଜେଡିରେ ମିଶିଲେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବଲାଙ୍ଗୀର ଲୋକସଭା ପ୍ରାର୍ଥୀ ନେଇ ଚର୍ଚ୍ଚା
  • ||
  • ବିଶ୍ୱରେ ୩୦% ହାରରେ ବଢ଼ୁଛି ଏଆଇ ନିଯୁକ୍ତି, ମେଶିନ ଲଣ୍ଣିଂ ସହ ଜଡିତ ପ୍ରଫେସନାଲଙ୍କ ବଢ଼ୁଛି ଚାହିଦା
  • ||
  • ବିଜେପି ଛାଡିଲେ ସାଲେପୁର ପୂର୍ବତନ ବିଧାୟକ ପ୍ରକାଶ ବେହେରା
  • ||

CAA ଓ NRC ବିରୋଧରେ ମମତାଙ୍କ ରଣ ହୁଂକାର, ରଦ୍ଦ ନ ହେବା ଯାଏଁ ଚାଲିବ ଆନ୍ଦୋଳନ

କୋଲକାତା ୨୭/୧୨: ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି)କୁ ବିରୋଧ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଭାବେ ରାଲି ଓ ଜନ-ସମାବେଶ ଜାରି ରଖିଛନ୍ତି । ଗୁରୁବାର କୋଲକାତାର ରାଜା ବଜାରରୁ ମାଲିକ ବଜାର ପର୍ଯ୍ୟନ୍ତ ସିଏଏ ବିରୋଧୀ ରାଲି ଅନୁଷ୍ଠିତ ହୋଇଥିଲା । ମମତା ଏହି ରାଲିକୁ ସମ୍ବୋଧିତ କରି ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନ ଜାରି ରଖିବାକୁ ପ୍ରୋତ୍ସାହିତ କରିଥିଲେ । କାହାକୁ ନ ଡରି ଛାତ୍ରଛାତ୍ରୀ ସିଏଏ ବିରୋଧୀ ଆନ୍ଦୋଳନ ଜାରି ରଖନ୍ତୁ ବୋଲି ମମତା ପ୍ରକାଶ କରିଥିଲେ ।

{"id":73483,"width":758,"height":425,"sizeSlug":"large"}

ସରକାରଙ୍କ ବିରୋଧରେ ସ୍ୱରଉତ୍ତୋଳନ କରିବାର ଅଧିକାର ସମସ୍ତଙ୍କର ଅଛି । ଯେପର୍ଯ୍ୟନ୍ତ ସିଏଏ ଏବଂ ଏନ୍‌ଆର୍‌ସିକୁ କେନ୍ଦ୍ର ସରକାର ରଦ୍ଦ କରିନାହାନ୍ତି ସେତେଦିନ ଯାଏ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ମମତା ଘୋଷଣା କରିଥିଲେ।

{"id":73488,"width":738,"height":414,"sizeSlug":"large"}

ଏହି ଅବସରରେ ସେ ବିଜେପିକୁ ମଧ୍ୟ ଚେତାବନୀ ଦେଇଥିଲେ । କହିଥିଲେ ବିଜେପି ବାରମ୍ବାର ନିଆଁ ସହ ଖେଳୁଛି । ନିଆଁ ସହ ଖେଳିବା ବନ୍ଦ ନ କଲେ ନିଜର ହିଁ ବିନାଶ ହେବ । ବିଜେପି ସରକାର ଲୋକମାନଙ୍କୁ ଧୋକା ଦେଉଥିବା ମମତା ଅଭିଯୋଗ କରିଥିଲେ । କର୍ଣ୍ଣାଟକରେ ନେତୃତ୍ୱାଧୀନ ବିଜେପି ସରକାର ଆନ୍ଦୋଳନରେ ମୃତ ଲୋକମାନଙ୍କୁ ଆର୍ଥିକ ସହାୟତା ଦେବେ କହି ଦେଉ ନଥିବା ସେ ଅଭିଯୋଗ କରିଥିଲେ । କହିଥିଲେ କର୍ଣ୍ଣାଟକର ମେଙ୍ଗାଲୁରୁରେ ଆନ୍ଦୋଳନ ସମୟରେ ୨ ଜଣ ଲୋକ ପ୍ରାଣ ହରାଇଛନ୍ତି । ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦିୟୁରପ୍ପା ତାଙ୍କ ପରିବାରକୁ ସହନାଭୂତି ଦେଖାଇବା ବଦଳରେ ମୃତକମାନେ ଆନ୍ଦୋଳନରେ ସାମିଲ ଥିବାରୁ ସେମାନଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବନି ବୋଲି ଧମକ ଦେଉଛନ୍ତି । କିନ୍ତୁ ସେମାନଙ୍କ ପରିବାରକୁ ତାଙ୍କ ଦଳ ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ ବୋଲି ମମତା ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.