ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମମତା ବାନାର୍ଜିଙ୍କ ଭାଇ , ପିକ୍ଅପ୍-କାର୍ ମଧ୍ୟରେ ଧକ୍କା

www.timesnowhindi.com
କୋଲକତା –ଏକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଭାଇ ବବନ ବାନାର୍ଜୀ । ସୋମବାର ଦିନ କୋଲକାତାରେ ଏକ ସଡ଼କ ଦୁର୍ଘଟଣାରୁ ସେ ରକ୍ଷା ପାଇ ଯାଇଛନ୍ତି । ଚିଙ୍ଗରିଘାଟ ଅଞ୍ଚଳରେ ତାଙ୍କର କାର୍କୁ ଏକ ପିକ୍ଅପ୍ ପଛରୁ ଧକ୍କା ମାରିଥିଲା । ପୁଲିସ୍ ପିକ୍ଅପ୍କୁ ଜବତ କରି ଏହାର ଚାଳକକୁ ଜେଲ୍କୁ ନେଇଛି । ଏହି ଘଟଣାରେ ବବନଙ୍କୁ କୌଣସି ଆଘାତ ଲାଗିନାହିଁ । ସେ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।
ପିକ୍ଅପ୍ ଚାଳକଙ୍କ କହିବା ହେଲା , ତାଙ୍କ ଗାଡ଼ିର ବ୍ରେକ୍ ଖରାପ ହୋଇ ଯାଇଥିଲା , ଏଥିପାଇଁ ବବନଙ୍କର କାର୍ରେ ପଛରୁ ପିଟି ହୋଇଯାଇଥିଲା ।
ମିଡ଼ିଆ ରିପୋର୍ଟ ମୁତାବିକ୍, ଟିଏମ୍ସିର ସ୍ଥାନୀୟ ନେତା ନିର୍ମଳ ଦତ୍ତ କହିଛନ୍ତି କି ଏହି ଦୁର୍ଘଟଣା ସମୟ ପାଖାପାଖି ୮ଟା୪୦ରେ ହୋଇଥିଲା । ବବନ ଏହାର ଅଭିଯୋଗ ପୁଲିସ୍ରେ କରିଥିଲେ । ପୁଲିସ୍ ଏହି ମାମଲାର ଯାଞ୍ଚ ଚଳେଇଛି । ଏହି ସଡ଼କ ଦୁର୍ଘଟଣାଟି ସେହି ସମୟରେ ହୋଇଥିଲା ଯେବେ ବବନ ଲକ୍ଷ୍ମୀକାନ୍ତପୁର ଯାଉଥିଲେ । ପୁଲିସ୍ ପିକ୍ଅପ୍ ଚାଳକଙ୍କୁ ପଚରାପଚରି କରୁଛି ।
ଉଲ୍ଲେଖନୀୟ ଯେ, ପଶ୍ଚିମ ବଙ୍ଗରେ ଅପ୍ରେଲ –ମେ ମାସରେ ବିଧାନସଭା ନିର୍ବାଚନ ହେଉଛି । ଚଳିତ ଥର ରାଜ୍ୟରେ ମୁଖ୍ୟ ମୁକାବିଲା ଭାରତୀୟ ଜନତା ପାର୍ଟି ଓ ଟିଏମ୍ସି ମଧ୍ୟରେ ହେବ ।