PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ମମିତା ମେହେର ମର୍ଡର ମିଷ୍ଟ୍ରି: ଖୋଲୁଛି ଗୋବିନ୍ଦ ଗୁମର, ୩ ଜଣ ଶିକ୍ଷୟିତ୍ରୀଙ୍କୁ ମଧ୍ୟରେ ଚାଲିଥିଲା ଟଣାଓଟଣା

ବଲାଙ୍ଗୀର ୨୧/୧୦: ସନସାଇନ ପବ୍ଲିକ୍‌ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ଓ ହତ୍ୟା ଘଟଣା ଉପରୁ ପରଦା ହଟିଛି । ସ୍କୁଲର ମାଲିକ ତଥା ଠିକାଦାର ଗୋବିନ୍ଦ ସାହୁ ହିଁ ତାଙ୍କୁ ହତ୍ୟା କରିବା ପରେ ପୋଡି ପୋତି ଦେଇଥିଲା । ନିଜ ବ୍ୟଭିଚାର ଓ ପରକୀୟାର ପ୍ରମାଣକୁ ଲୁଚାଇବା ପାଇଁ ସେ ପାଲଟିଗଲା ହତ୍ୟାକାରୀ । ନିଜ ପାପ ସାମ୍ରାଜ୍ୟର ପ୍ରମାଣ ଲୁଚାଇବାକୁ ଯାଇ ଆଉ ଏକ ଜଘନ୍ୟ କାଣ୍ଡରେ ଫିସିଗଲା । କିନ୍ତୁ ଏହି ଘଟଣା ପରେ ଗୋବିନ୍ଦର ଅନେକ ଗହନ କଥା ସାମ୍ନାକୁ ଆସିବାରେ ଲାଗିଛି ।

ଏକା ଗୋବିନ୍ଦ ତିନିଜଣ ଶିକ୍ଷୟିତ୍ରୀଙ୍କୁ ନଚାଉଥିଲା । ସନ୍‌ସାଇନ ପବ୍ଲିକ୍‌ ସ୍କୁଲର ଅଧ୍ୟକ୍ଷା ପଦ ପାଇଁ ତିନିଜଣଙ୍କ ମଧ୍ୟରେ ଚାଲିଥିଲା ଟଣାଓଟଣା । ମମିତା ଅଧ୍ୟକ୍ଷା ନହେଲେ ବି ଅଧ୍ୟକ୍ଷା ଭାବେ ସ୍କୁଲର ସମସ୍ତ ଦାୟିତ୍ୱ ମୁଣ୍ଡାଇଥିଲେ । କିନ୍ତୁ ତାଙ୍କୁ ପଦରୁ ହଟାଇ ନିଜେ ଅଧ୍ୟକ୍ଷା ହେବା ପାଇଁ ଆଉ ଦୁଇଜଣ ଶିକ୍ଷୟିତ୍ରୀ ବହୁ କସରତ କରୁଥିଲେ । ଗୋବିନ୍ଦ ମମିତାକୁ ବିଶ୍ୱାସକୁ ନେଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଗୋବିନ୍ଦର ନିକଟତର ହେବାକୁ ବାରମ୍ବାର ଉଦ୍ୟମ କରୁଥିଲେ । ମମିତାର ସମସ୍ତ ଦୋଷ ଦୁର୍ବଳତା ଗୋବିନ୍ଦକୁ ଜଣାଉଥିଲେ । ଏପରିକି ଲକଡାଉନ ପରେ ସ୍କୁଲ ଖୋଲିଲେ ମମିତାକୁ ହଟାଇ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ଜଣକୁ ଅଧ୍ୟକ୍ଷା କରିବାର ଥିଲା । ମାତ୍ର ମମିତା ସେ ଯୋଜନା ସମ୍ପର୍କରେ ଜାଣିପାରି ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ଗୋବିନ୍ଦର କଳାକାରନାମା ସମ୍ପର୍କରେ କହିଥିଲେ, କିଛି ପ୍ରମାଣ ବି ଦେଖାଇଥିଲେ ।

ସେ ସବୁ ଶିକ୍ଷୟିତ୍ରୀଙ୍କ ସହିତ ଖେଳୁଛି ବୋଲି ବୁଝାଇବା ପରେ ତିନିଜଣଯାକ ମିଶିଯାଇଥିଲେ । ସମସ୍ତେ ମିଶି ଗୋବିନ୍ଦର ପର୍ଦ୍ଦାଫାସ କରିବାକୁ ଯୋଜନା କରିଥିଲେ । ସେମାନେ ମିଳିତ ଭାବରେ ଏକ ଫେସବୁକ୍‌ ଆଇଡି ଖୋଲି ସେଥିରେ ଗୋବିନ୍ଦର ଆପତ୍ତିଜନକ ଭିଡିଓ ଏବଂ ଫଟୋ ସବୁ ଛାଡ଼ିବାର ଧମକ ଦେଇଥିଲେ । ଗୋବିନ୍ଦ ଏସବୁ ଜାଣିବାପରେ ମାମଲାକୁ ଚତୁରତାର ସହିତ ହ୍ୟାଣ୍ଡେଲ କରିଥିଲା । ସହିତ ଅନ୍ୟ ଦୁଇ ଶିକ୍ଷୟିତ୍ରୀଙ୍କୁ ବୁଝାଇବାରେ ସମର୍ଥ ହୋଇଥିବା ବେଳେ ମମିତାକୁ କିନ୍ତୁ ନିୟନ୍ତ୍ରଣକୁ ନେଇପାରିନଥିଲା । ଶେଷରେ ମମିତାଠାରୁ ବ୍ଲାକ୍‌ମେଲର ଶିକାର ହେବାପରେ ତାକୁ ରାସ୍ତାରୁ ହଟାଇ ଦେଇଥିବା ସେ ପୁଲିସ ଆଗରେ ପ୍ରକାଶ କରିଛି ।