PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

କ୍ରାଇମ୍ ଲୁଚାଇବାକୁ ଗୋବିନ୍ଦ ରଚିଥିଲା ଷଡଯନ୍ତ୍ର: ଜାଣିଥିଲା କେଉଁ ମାମଲାରେ କେଉଁ ଧାରା ଲାଗିବ, ଉଦ୍ଦେଶ୍ୟ ଥିଲା ପ୍ରମାଣ ନଷ୍ଟ…

ବଲାଙ୍ଗୀର,୨୩/୧୦: ଆଇନ ପାଠ ପଢ଼ିଥିଲା ଗୋବିନ୍ଦ । କେଉଁ ମାମଲାରେ କେଉଁ ଧାରା ଲାଗିବ, ପୁଲିସକୁ କେଉଁ ପ୍ରମାଣ ମିଳିଲେ ଦୋଷୀ ସାବ୍ୟସ୍ତ କରିପାରିବ ଆଦି ସେ ଜାଣିଥିଲା । ଯେପର୍ଯ୍ୟନ୍ତ ପୁଲିସ ମୃତଦେହ ପାଇବ ନାହିଁ ସେପର୍ଯ୍ୟନ୍ତ ତଦନ୍ତ ଆଗକୁ ବଢ଼ିବ ନାହିଁ । ସେଥିପାଇଁ ସାଂଘାତିକ ଯୋଜନା କରିଥିଲ । ମୃତ ଶରୀରକୁ ସଂପୂର୍ଣ୍ଣ ନଷ୍ଟ କରିଦେବା ପାଇଁ ଷଡ଼ଯନ୍ତ୍ର କରିଥିଲା ।

ପୂର୍ବ ଯୋଜନା ଅନୁସାରେ, ଏକ ନିର୍ଦ୍ଦିଷ୍ଟ ଆୟତନର ଗାତ ଖୋଳାଇଥିଲା । ମମିତାଙ୍କ ମୃତଦେହକୁ ପୋଡ଼ିବା ପାଇଁ ଆବଶ୍ୟକ ପରିମାଣର କାଠ, ପଟା, ବସ୍ତା, ଟାୟାର ଇତ୍ୟାଦି ଠୁଳ କରାଇଥିଲା । ବାହାରେ ଶବ ପୋଡ଼ିଥିଲେ ନିଆଁର ଝାସ ପବନରେ ମିଳାଇଯାଇଥାନ୍ତା କିନ୍ତୁ ମାଟି ଭିତରେ ପୋଡ଼ିବା ଦ୍ୱାରା ବ୍ଲାଷ୍ଟଫର୍ଣ୍ଣେସ୍‌ ଭଳି ନିଆଁର ତେଜ ବହୁଗୁଣିତ ହୋଇ ସବୁତକ ପାଉଁଶ ହୋଇଯାଇଥାନ୍ତା । ଏପରିକି ଶବ ପୋଡ଼ିଲା ପରେ ଯେଭଳି ଶୀଘ୍ର ନଷ୍ଟ ହୋଇଯିବ ଏବଂ ପ୍ରମାଣ ନରହିବ, ସେଥିପାଇଁ ତତ୍କାଳ ସବୁତକ ମାଟି ପୋତି ତା’ଉପରେ ଗୋବିନ୍ଦ ଗାଡ଼ି ଚଳାଇଦେଇଥିଲା ା ମାଟି ଭିତରେ ଗରମ ଚାପରେ ସବୁତକ ହାଡ଼ ନଷ୍ଟ ଯାଇଥାଆନ୍ତା । କିନ୍ତୁ ଠିକ୍‌ ସମୟରେ ପୁଲିସ ମାଟି ଖୋଳି ପ୍ରମାଣ ଠାବ କରିଛି । କେବଳ ହତ୍ୟା ନୁହେଁ ପରବର୍ତ୍ତୀ ପ୍ରମାଣ ନଷ୍ଟ ପାଇଁ ମଧ୍ୟସେ ସମ୍ପୂର୍ଣ୍ଣ ଚେଷ୍ଟା କରିଥିବା ଜେରା ସମୟରେ ପୁଲିସ ଜାଣିବାକୁ ପାଇଛି । ଗୁରୁବାର ବିଳମ୍ବିତ ରାତି ଓ ଶୁକ୍ରବାର ଭୋର୍‌ରୁ ପୁଲିସ ପକ୍ଷରୁ ହୋଇଥିବା କ୍ରାଇମ ସିନ ରି-କ୍ରିଏସନ ସମୟରେ ସେ ସବୁ ମାନିଯାଇଥିବା ଉତ୍ତରାଞ୍ଚଳ ଡ଼ିଆଇଜି ଡା.ଦୀପକ କୁମାର ସୂଚନା ଦେଇଛନ୍ତି ।

ସୂଚନାନୁସାରେ, ଗୋବିନ୍ଦକୁ ଦିନବେଳା ବାହାରକୁ ନେବାଟା ସୁରକ୍ଷିତ ନଥିବାରୁ ବିଳମ୍ବିତ ରାତିରେ ହିଁ ସିନ ରି-କ୍ରିଏସନ କରିବା ଯୋଜନା ହୋଇଥିଲା । ଶୁକ୍ରାବର ଭୋର୍‌ ୩ଟା ୧୫ମିନିଟରେ ଉତ୍ତରାଞ୍ଚଳ ଡିଆଇଜି ଏବଂ ବଲାଙ୍ଗିର ଏସପିଙ୍କ ନେତୃତ୍ୱରେ ଗୋବିନ୍ଦକୁ ଘଟଣାସ୍ଥଳକୁ ନିଆଯାଇଥିଲା । ସିନେ୍ଧକେଲା ଥାନା ଅନ୍ତର୍ଗତ ଚାନ୍ଦୋତରା ଛକ, ମମିତାଙ୍କୁ ହତ୍ୟା କରାଯାଇଥିବା କୁରସୁଡ଼ ଛକ, ମୃତଦେହକୁ ଲୁଚାଇଥିବା ଘର ପଛପଟ ଗ୍ୟାରେଜ ଏବଂ ତାକୁ ପୋତାଯାଇଥିବା ମହାଲିଙ୍ଗସ୍ଥିତ ଷ୍ଟାଡ଼ିୟମ ପରିସରରେ ଗୋବିନ୍ଦ ଘଟଣାର ଡେମୋ ଦେଇଥିଲା । ଗୋଟି ଗୋଟି କରି ସେଦିନର ସମସ୍ତ ମୁହୂର୍ତ୍ତକୁ ପୁଲିସ ଆଗରେ ମାନିନେଇଥିଲା । ସେହିଭଳି କେଉଁ ରାସ୍ତାରୁ ଭବାନୀପାଟଣା ଯାଇଥିଲା, ସେଠାରୁ କେମିତି ଫେରିଥିଲା, ସେମାନେ କେଉଁଠି ରହିଥିଲେ, ଟିଫିନ ଖାଇଥିଲେ, କେଉଁ କେଉଁ ଦୋକାନରୁ କ’ଣ କିଣିଥିଲେ ଆଦି ସବୁ ପୁଣିଥରେ କହିଥିଲା । ପୂର୍ବରୁ ପୁଲିସ ହାତରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ହସ୍ତଗତ ଟେକ୍ନିକାଲ ପ୍ରମାଣ ସହ ସେଗୁଡ଼ିକ ମେଳ ଖାଇଥିବା ଜଣାପଡ଼ିଛି । ଏହାପରେ ପୁଲିସ ପ୍ରାୟ ସାଢ଼େ ୮ଟା ବେଳେ ଗୋବିନ୍ଦକୁ ଧରି ବଲାଙ୍ଗୀର ଜିଲ୍ଲା ପୁଲିସ କାର୍ଯ୍ୟାଳୟକୁ ଫେରାଇ ଆଣିଥିଲା ।

ଅପରପକ୍ଷେ ଶୁକ୍ରାବର ଗିରଫ ହୋଇଥିବା ଗୋବିନ୍ଦର ସହଯୋଗୀ ରାଧେ ଚଣ୍ଡୀର ସ୍ତ୍ରୀ ଆଶାଙ୍କଠାରୁ କେଗାଁ ପୁଲିସ ଏକ ବ୍ୟାଗ ଉଦ୍ଧାର କରିଛି । ଉକ୍ତ ବ୍ୟାଗ୍‌ରୁ ତିନି ହଳ ନୂଆ ମହିଳା ପୋଷାକ, ଗୋଟିଏ ମୋବାଇଲ୍‌ ଫୋନ୍‌, ଏକ ଚାର୍ଜର ଓ କିଛି ବଟିକା ମିଳିଛି । ଏହାକୁ ନେଇ ପୁଲିସ ତନାଘନା ଚଳାଇଥିିବା ବେଳେ ଉଦ୍ଧାର ହୋଇଥିବା ମୋବାଇଲ ଫୋନଟି ମମିତାଙ୍କର ନୁହେଁ ବୋଲି ତାଙ୍କ ପରିବାରବର୍ଗ କହିଥିବା ଡିଆଇଜି ଡା. ଦୀପକ କୁମାର ସୂଚନା ଦେଇଛନ୍ତି । ମମିତା ‘ଭିଭୋ’ ଫୋନ ବ୍ୟବହାର କରୁଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି । ଉଦ୍ଧାର ମୋବାଇଲଟି ‘ଏମ୍‌ଆଇ ଜିଓମି’ ବ୍ରାଣ୍ଡର । କିନ୍ତୁ ଯେଉଁ ବ୍ୟାଗରେ ୩ଟି ନୂଆ ଡ୍ରେସ୍‌ ରହିଛି ସେହି ବ୍ୟାଗ ଘଟଣାଦିନ ସିସିଟିଭି ଫୁଟେଜରେ ଆସିଥିବା କପଡ଼ା ଦୋକାନର କ୍ୟାରି ବ୍ୟାଗ୍‌ର ଫଟୋ ସହିତ ମେଳ ଖାଉଥିବା ଜଣାପଡ଼ିଛି । ସେ ଗୁଡ଼ିକ ମଧ୍ୟ ଯାଞ୍ଚ ପାଇଁ ଫରେନସିକ ଲାବ୍‌କୁ ପଠାଯିବ ବୋଲି ଡିଆଇଜି କହିଛନ୍ତି ।

 ଭିଯୁକ୍ତ ରାଧେର ସ୍ତ୍ରୀ ଆଶାଙ୍କ କହିବା ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସେ ଘର ଝାଡୁ କରୁଥିଲେ । ସେହି ସମୟରେ ଖଟ ତଳୁ ଏକ ବ୍ୟାଗ୍‌ ପାଇଥିଲେ । ନୂଆ ବ୍ୟାଗ୍‌ଟିଏ କେଉଁଠୁ ଆସିଲା ଭାବି ସେ ଖୋଲି ଦେଖିବା ପରେ କାଳେ ତାହା ମମିତାଙ୍କର ହୋଇଥିବ ବୋଲି ଚିନ୍ତା କରିଥିଲେ । ପୁଲିସ ଗୋବିନ୍ଦକୁ ନେଇ କ୍ରାଇମ୍‌ ସିନ୍‌ ରି-କ୍ରିଏସନ୍‌ କରିଥିବା ପ୍ରଚାରିତ ହୋଇସାରିଥିବାରୁ ସେଠାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବ୍ୟାଗଟି ଦେବା ପାଇଁ ଆଶା ମହାଲିଙ୍ଗ୍‌ର ନିର୍ମାଣାଧୀନ ମିନି ଷ୍ଟାଡିୟମ୍‌ ଆଡକୁ ଆସିଥିଲେ । ଏହା ଦେଖି ଜଣେ ପୁଲିସ ଅଚାନକ ତାଙ୍କଠାରୁ ଉକ୍ତ ବ୍ୟାଗ୍‌କୁ ଟାଣି ନେଇ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଦେବେ କହି କେଗାଁ ଥାନାକୁ ନେଇ ଯାଇଥିଲେ । କିଛି ସମୟ ପରେ ଆଶା ଉକ୍ତ ବ୍ୟାଗ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ । ତାଙ୍କ ସ୍ୱାମୀ ରାଧେ ଜଣେ ଛୋଟିଆ ଚାକର ମାତ୍ର । ତାକୁ ଯାହା କରିବାକୁ ଗୋବିନ୍ଦ କହୁଥିଲା ସେ କରୁଥିଲେ । ମାତ୍ର ତିନି ମାସ ହେଉଛି ସେ ତା ପାଖରେ କାମ କରୁଥିଲେ ବୋଲି ଆଶା ଚଣ୍ଡୀ ଗଣମାଧ୍ୟମକୁ ଜଣାଇଥିଲେ । ସ୍ୱାମୀଙ୍କୁ ଘଟଣାରେ ଫସାଇ ଦିଆଯାଇଥିବା କହି ଆଶା, ତାଙ୍କ ଶାଶୂ, ଦୁଇଛୁଆଙ୍କୁ ନେଇ କେଗାଁ ଥାନାର ଫାଟକ ସମ୍ମୁଖରେ ଦୀର୍ଘ ସମୟ ଧରି ଧାରଣାରେ ବସିଥିଲେ । କେତେକ ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସେମାନେ ମହାଲିଙ୍ଗ୍‌ ଫେରିଆସିଥିବା ପ୍ରକାଶ ।

ମମିତା ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ଆଜି ସଂଧ୍ୟାରେ ଘଟଣାର ତଦନ୍ତ ପାଇଁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ବଲାଙ୍ଗିର ପହଞ୍ଚିଛନ୍ତି । ପ୍ରଥମେ ସେ ଜିଲ୍ଲା ପୁଲିସ ମୁଖ୍ୟାଳୟ ଯାଇ ସେଠାରେ ଏସପି ନୀତିନ କୁଶଲକରଙ୍କ ସହିତ ଆଲୋଚନା କରିଥିଲେ । ପୀଡିତାଙ୍କୁ କିଭଳି ନ୍ୟାୟ ମିଳିବ ଏବଂ ପରିବାରବର୍ଗ କିଭଳି ସୁରକ୍ଷିତ ରହିବେ ସେନେଇ ଆଲୋଚନା ହୋଇଥିଲା । ଆସନ୍ତାକାଲି ସେ ମୃତକଙ୍କ ପରିବାରବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳକୁ ଯିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ଟିମ ମହାଲିଙ୍ଗସ୍ଥିତ କଲେଜକୁ ଯାଇ ସେଠାରେ ପଢୁଥିବା ଛାତ୍ରୀମାନେ କିଭଳି ଉତ୍ତମ ପରିବେଶରେ ପାଠ ପଢ଼ିବେ ସେ ସଂକ୍ରାନ୍ତରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ । ପରିଦର୍ଶନ ସମୟରେ ଯାହା ଅବଗତ ହେବେ ସେନେଇ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ପରାର୍ମଶ କରିବେ ବୋଲି ସେ କହିଛନ୍ତି ।