PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ପଶ୍ଚିମବଙ୍ଗରେ ବାଂଲାଦେଶୀ ଅଭିନେତା କଲେ ଟିଏମସି ପାଇଁ ପ୍ରଚାର, ରିପୋର୍ଟ ମାଗିଲେ ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୬।୪: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ପାଇଁ ବାଂଲାଦେଶୀ ଅଭିନେତା ଫିରଦୋସ ଅହମ୍ମଦଙ୍କ ପ୍ରଚାର କରିବା ମାମଲାରେ ବିବାଦ ଘନେଇଛି। ଫିରୋଦାସ ହେଉଛନ୍ତି ବାଂଲାଦେଶର ଜଣେ ପ୍ରସିଦ୍ଧ ଅଭିନେତା। ଏହି ପ୍ରସଙ୍ଗରେ ଗୃହମନ୍ତ୍ରଣାଳୟ ସିଲିଂଗୁଡି ପ୍ରଶାସନକୁ ରିପୋର୍ଟ ମାଗିଛି। ଫିରଦୋସ ଅହମ୍ମଦଙ୍କୁ ରବିବାର ରାୟଗଞ୍ଜ ନିର୍ବାଚନ ମଣ୍ଡଳୀରୁ ତୃଣମୂଳ କଂଗ୍ରେସର ପ୍ରାର୍ଥୀ କହ୍ନେୟାଲାଲ ଅଗ୍ରଓ୍ବାଲଙ୍କ ସମର୍ଥନରେ ପ୍ରଚାର କରିବାର ଦେଖିବାକୁ ମିଳିଛି। ଏନେଇ ଆପତ୍ତି ପ୍ରକାଶ କରିବା ସହ ବିଜେପି ନିର୍ବାଚନ କମିଶନଙ୍କ ଦ୍ବାରସ୍ତ ହୋଇଛନ୍ତି।

ବାଂଲାଦେଶୀ ଅଭିନେତା ନିର୍ବାଚନ ପ୍ରଚାରରେ ସାମିଲ ହେବାପରେ ପଶ୍ଚିମବଙ୍ଗର ରାଜନୀତିରେ ଆରମ୍ଭ ହୋଇଯାଇଛି ବିବାଦ। ବିଜେପି ପକ୍ଷରୁ ଦାବି କରାଯାଇଛି ଯେ ନିର୍ବାଚନ ପ୍ରଚାରରେ କୌଣସି ବିଦେଶୀ ନାଗରିକଙ୍କୁ ସାମିଲ କରାଯିବା ନିର୍ବାଚନ ଆଚରଣବିଧିର ଉଲଂଘନ। ବିଜେପି ଦାବି କରିଛି ଯେ ଟିଏମସି ରାୟଗଞ୍ଜ ଲୋକସଭା ଆସନରେ ସଂଖ୍ୟାଲଘୁ ଭୋଟଙ୍କୁ ପ୍ରଭାବିତ କରିବାକୁ ବାଂଲାଦେଶୀ ଅଭିନେତାଙ୍କୁ ନେଇ ପ୍ରଚାର କରୁଛି, ଯାହାକି ସମ୍ପୂର୍ଣ୍ଣ ଭାବରେ ବେଆଇନ ଓ ନିର୍ବାଚନ ଆଚରଣ ବିଧି ଉଲଂଘନ କରୁଛି।

ଏନେଇ ବିଜେପି ନେତା ଜେପି ମଜୁମଦାର ମଙ୍ଗଳବାର ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ବିଦେଶୀ ନାଗରିକ ଭାରତୀୟ ନିର୍ବାଚନ ପକ୍ରିୟାର ଅଂଶ କିଭଳି ହୋଇପାରିବେ। ଟିଏମସି ବାଂଲାଦେଶୀ କଳାକାରଙ୍କ ଦ୍ବାରା ପ୍ରଚାର କରିବା ନିୟମର ଉଲଂଘନ। ଭିସା ନିୟମର ଉଲଂଘନ କରିବା ଅଭିଯୋଗରେ ସେହି କଳାକାରଙ୍କୁ ଗିରଫ କରିବା ଦରକାର ବୋଲି ବିଜେପି ପକ୍ଷରୁ କୁହାଯାଇଛି।