ପରିବା ବଜାରରେ ମମତା ବାନାର୍ଜୀ, ହାତରେ ଇଟା ଧରି ତିଆରି କଲେ ଏଭଳି ଚିହ୍ନ, ଦେଖନ୍ତୁ ଭିଡ଼ିଓ…

ନୂଆଦିଲ୍ଲୀ ୨୬।୩ : କରୋନା ଭାଇରସର ବିପଦ ମଧ୍ୟରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବହୁତ ସକ୍ରିୟ ଥିବା ଜଣାପଡିଛି। ମମତା ବାନାର୍ଜୀ ଆଜି କୋଲକାତାର ଏକ ବଜାରରେ ପହଞ୍ଚି ସାମାଜିକ ଦୂରତା ସମ୍ପର୍କରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଥିବାର ନଜର ଆସିଥିଲେ।

ସୂଚନାଯୋଗ୍ୟ ଯେ, ଆଜି ମମତା ୧୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବଙ୍ଗଳାବାସୀଙ୍କୁ ସୁବିଧା ଯୋଗାଇଦେବାକୁ ନିବେଦନ କରିଛନ୍ତି। ସୋସିଆଲ ମିଡ଼ିଆରେ ସେୟାର ହୋଇଥିବା ଭିଡିଓରେ ମମତା ବାନାର୍ଜୀ ବଜାରରେ ପହଞ୍ଚି ସାମାଜିକ ଦୂରତା ଉପରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି। ସେ ନିଜେ କହୁଛନ୍ତି ଯେ ଲୋକମାନେ ଠିଆ ହେବା ପାଇଁ କେଉଁଠାରେ ଚିହ୍ନ ତିଆରି କରାଯିବା ଉଚିତ୍ । ସେ ନିଜେ ହାତରେ ଏକ ଇଟା ଧରି ଏକ ବୃତ୍ତାକାର (ଗୋଲ୍) ତିଆରି କରିଛନ୍ତି।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌