PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି: ରାତିରେ ଜଳୁଛି ତିନିକୋଶିଆ ଓ କୁଳଡିହା ଅଭୟାରଣ୍ୟ
  • ||
  • ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ୱାର୍ଲଡ ସ୍କିଲ୍‌ ସେଣ୍ଟରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ୱର ଖଣ୍ଡଗିରି ପାହାଡ଼ରେ ନିଆଁ ଲାଗି ଜଳିଗଲା ୫ଏକର ଜଙ୍ଗଲ, ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
  • ||
  • ଫୁଲବାଣୀ: ନାବାଳିକା ବଳାତ୍କାରୀକୁ ୧୦ ବର୍ଷ ଜେଲଦଣ୍ଡ
  • ||
  • ଫୁଲବାଣୀ: ସରକାରୀ ଅନୁଦାନ ହଡ଼ପ ଅଭିଯୋଗରେ ଦୁଇ ଶିକ୍ଷକଙ୍କୁ ୪ ବର୍ଷ ଲେଖାଏଁ ଜେଲ
  • ||
  • ଆଣ୍ଟିଲିଆ ବାହାରୁ ମିଳିଲା ସ୍କର୍ପିଓ ମାଲିକଙ୍କ ମୃତଦେହ, କଲାବା ଡ୍ୟାମ୍‌କୁ ଡେଇଁ ମନସୁଖ ହିରନଙ୍କ ଆତ୍ମହତ୍ୟା ସନ୍ଦେହ , ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ୱାନୀଙ୍କ ଘର ଆଣ୍ଟିଲିଆ
  • ||
  • ମୋହନା ବିଡ଼ିଓ ବଂଶୀଧର ଖୋସଲା ନିଲମ୍ୱିତ, କାଜୁ ନିଲାମ ପ୍ରକ୍ରିୟାରେ ହେରଫେର ଅଭିଯୋଗରେ ନିଲମ୍ୱନ କଲା ପଞ୍ଚାୟତିରାଜ ବିଭାଗ
  • ||
  • ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା , ୨ ଦିନିଆ ରିମାଣ୍ଡ ଶେଷ ପରେ ଝାରପଡ଼ା ଜେଲକୁ ଫେରିଲା ଅଭିଯୁକ୍ତ ବିବନ
  • ||
  • ବାଲେଶ୍ୱର: ଏସଏଫଡ଼ିଆର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
  • ||
  • ଶ୍ରୀମନ୍ଦିରର ବିକାଶ ପାଇଁ ମହାରାଜା ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ନନ୍ଦପୁର: ଭୁସୁଡ଼ିଲା ସିଡ଼ାପୁଟ ପୋଲ, ୮ ଗ୍ରାମବାସୀ ଯୋଗାଯୋଗରୁ ବିଛିନ୍ନ
  • ||
  • ସ୍କାଏ ଲାଇଟ୍ ଭାଙ୍ଗି ଚନ୍ଦ୍ରଶେଖରପୁର ଥାନାରୁ ଅଭିଯୁକ୍ତ ଚମ୍ପଟ, ଚୋରି ମାମଲାରେ ବୁଧବାର ରାତିରେ ପୁଲିସ ଉଠାଇ ଆଣିଥିଲା
  • ||
  • କଟକ: ପିଲଗ୍ରିମ ରୋଡ ଦାସ ସାହି ବସ୍ତି ଉଚ୍ଛେଦ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • କଟକ: ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ମହାନଦୀ ପଠାର ୨୪ ଏକର ଜମି ଏସସିବିକୁ ଦିଆଯିବା ମାମଲା। କେନ୍ଦ୍ରୀୟ ଜଳ ଆୟୋଗ ରାଜ୍ୟ ଜଳସମ୍ପଦ ବିଭାଗକୁ ତଥ୍ୟ ମାଗିଲେ ହାଇକୋର୍ଟ
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ପୀଠରେ ଜାଗର ଯାତ୍ରା ଉପରେ କଟକଣା, ୧୦ ତାରିଖ ସକାଳ ୭ଟାରୁ ୧୨ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ପୀଠରେ ଲାଗୁ ହେବ ୧୪୪ ଧାରା
  • ||
  • ଭୁବନେଶ୍ଵର : ଦିଲ୍ଲୀରେ ନୁହେଁ କଟକରେ ଶୁଣାଣି ହେବ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା, ପଟିଆଲା ହାଉସ କୋର୍ଟ ବଦଳରେ କଟକ ଫ୍ୟାମିଲି କୋର୍ଟରେ ଚାଲିବ ମାମଲା
  • ||
  • ଗୁଣପୁର: ପୁଟାସିଂ ଥାନାର ମହିଳା ଆଇଆଇସି ଗଞ୍ଜେଇ ଜବତ ପାଇଁ ଯାଇଥିବା ବେଳେ ଘଟିଲା ଘଟଣା, ବିଳମ୍ବିତ ରାତିରେ ମହିଳା ଅଧିକାରୀକୁ ଆକ୍ରମଣ କଲେ ଶତାଧିକ ଲୋକ, ପୋଡ଼ିଲେ ଜବତ ଗଞ୍ଜେଇ
  • ||
  • ଘଟଗାଁ: ମହିଳା ତାରିଣୀ ଭକ୍ତ ଉପରେ ଚଢ଼ିଗଲା ବାଲି ବୋଝେଇ ଟ୍ରକ, ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି
  • ||
  • ଭୁବନେଶ୍ବର: ପଞ୍ଚାୟତିରାଜ ଦିବସ ପାଇଁ ଆଜି ରାଜ୍ୟର ସମସ୍ତ ସ୍କୁଲ , କଲେଜ୍ ଓ ବିଶ୍ଵବିଦ୍ୟାଳୟ ଛୁଟି
  • ||
  • ସମ୍ବଲପୁର: ସମଲେଶ୍ବରୀ ମନ୍ଦିର ପୂଜକଙ୍କ ରାସ୍ତାରୋକ, ମନ୍ଦିରର ମୁଖ୍ୟ ଦ୍ବାର ଖୋଲିବା ସହିତ ମନ୍ଦିରକୁ ପୂଜା ସାମଗ୍ରୀ ଅନୁମତି ଦାବି
  • ||

ଦେଶରେ ୪ଟି ରାଜଧାନୀ କରାଯିବାକୁ ମମତାଙ୍କ ଦାବି, କହିଲେ- କେବଳ ଗୋଟିଏ ରାଜଧାନୀ ଦିଲ୍ଲୀ କାହିଁକି? କୋଲକାତାରୁ…

https://www.aajtak.in/

କୋଲକାତା, ୨୩।୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ ତମ ଜୟନ୍ତୀ ଅବସରରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତ ବାନାର୍ଜୀ ଶ୍ରଦ୍ଧାଞ୍ଜଳି ଦେବାକୁ କୋଲକାତାରେ ଏକ ରାଲି ବାହାର କରିଛନ୍ତି। ଶ୍ୟାମା ବଜାରରେ ଟିଏମସି କର୍ମୀଙ୍କ ସହିତ ଅନ୍ୟ ଲୋକ ଶଙ୍ଖନାଦର ଧ୍ବନି ସହିତ ରୋଡ୍ ଶୋ’ର ଆରମ୍ଭ କରିଥିଲେ। ରାଲି ପରେ ମମତା ବାନାର୍ଜୀ ନିଜର ସମ୍ବୋଧନରେ କହିଥିଲେ, ଭାରତରେ ୪ଟି ରୋଟେଟିଂ ରାଜଧାନୀ ରହିବା ଦରକାର। ଇଂରେଜମାନେ କୋଲକାତାରେ ରହି ପୁରା ଦେଶରେ ରାଜ୍ କରିଥିଲେ। ଦେଶରେ କେବଳ କାହିଁକି ଗୋଟିଏ ରାଜଧାନୀ ରହିବ?

ଏହି ଅବସରରେ ମମତା ଆହୁରି କହିଛନ୍ତି ଯେ, ଆଜି ଆମେ ଦେଶନାୟକ ଦିବସ ପାଳନ କରିଛୁ।  କେନ୍ଦ୍ର ସରକାରଙ୍କ ପରାକ୍ରମ ଦିବସ ପାଳନ କରୁଛନ୍ତି, ଏ ପରାକ୍ରମ କ’ଣ? ଏହା ସହିତ ନେତାଜୀଙ୍କ ଜନ୍ମଦିନକୁ ରାଷ୍ଟ୍ରୀୟ ଛୁଟିଦିନ ଘୋଷଣା କରିବାକୁ ମମତା ଦାବି କରିଛନ୍ତି। କୋଲକାତାର ମହତ୍ବ ରେଖାଙ୍କିତ କରି ଦେଶରେ ୪ଟି ରାଜଧାନୀ କରିବାକୁ ମଧ୍ୟ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।

ସେ କହିଛନ୍ତି, ନେତାଜୀଙ୍କ ଅବଦାନକୁ ଆମେ କେବେ ଭୁଲି ପାରିବୁନି। ତାଙ୍କର ଜନ୍ମଦିନ ଆମକୁ ଜଣା, କିନ୍ତୁ ଆଜି ପର୍ଯ୍ୟନ୍ତ ଜଣାପଡିନି ତାଙ୍କ ସହିତ କ’ଣ ହେଲା? ନେତାଜୀଙ୍କ ମୃତ୍ୟୁର ରହସ୍ୟ ଉନ୍ମୋଚନ ହେବା ଦରକାର। ଆଜାଦ ହିନ୍ଦ୍ ଫୌଜରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍, ଶିଖ୍ ସବୁ ସମ୍ପ୍ରଦାୟର ଲୋକ ଥିଲେ। ତାଙ୍କର ବିଚାର ଥିଲା ଭାରତକୁ ଏକାଠି ରଖିବା, ବାଣ୍ଟିବାର ନୁହେଁ। ଇଂରେଜମାନେ ଦେଶକୁ ବାଣ୍ଟିଥିଲେ ଓ ରାଜ କରିବାର ନୀତି ଆପଣେଇଥିଲେ। ବିଜେପିର ଲୋକ ସେଭଳି ବାଣ୍ଟିବାକୁ ଚାହାନ୍ତି। ମୋ ଲଢେଇ ଦେଶ ପାଇଁ ବୋଲି ନିଜର ଭାଷଣରେ କହିଛନ୍ତି ମମତା।

ସମ୍ବନ୍ଧିତ ଖବର