ସ୍ୱାମୀ-ସ୍ତ୍ରୀ ମଧ୍ୟରେ କଳି ଲଗେଇଲା ଗୁଗଲ ମ୍ୟାପ୍ସ ! ଥାନାର ଦ୍ୱାରସ୍ଥ ହେଲେ ପତି

ତାମିଲନାଡୁ –  ଗୁଗଲ ମ୍ୟାପ୍‌ସ ବିରୁଦ୍ଧରେ ଅଭିଯୋଗ । ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥିବା ନେଇ ଥାନାରେ ପହଞ୍ଚିଛି ଏତଲା । ଏମିତି ଏକ ଖବରକୁ ନେଇ ଏବେ ଚର୍ଚ୍ଚା।

ଦ ନ୍ୟୁଜ୍‌ ମିନିଟ୍‌ର ସୂଚନା ମୁତାବକ , ମାଇଲାଡୁଥୁରାଇ ଜିଲ୍ଲାର ନାଗପାଟିନମ୍‌ରେ ଘଟିଛି ଏହି ଘଟଣା । ଏଠାରେ ରହୁଥିବା ୪୯ ବର୍ଷିୟ ଆର୍‌ ଚନ୍ଦ୍ରଶେଖର ନାମକ  ଜଣେ ବ୍ୟକ୍ତି ଗୁଗଲ ମ୍ୟାପ୍ସ ବିରୁଦ୍ଧରେ ଅଭିଯୋଗ ଆଣି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଆଉ କହିଛନ୍ତି, ଗୁଗଲ ମ୍ୟାପ୍ସ ଯୋଗୁ ସେ ଅଡ଼ୁଆରେ ପଡ଼ିଛନ୍ତି । ନିଜର ଫ୍ୟାମିଲ୍‌ ଲାଇଫ୍‌ ସମସ୍ୟାରେ ପଡ଼ିଛି । ଯାହାକି ତାଙ୍କ ବୈବାହିକ ସଂପର୍କକୁ ଭାଙ୍ଗିବାକୁ ବସିଛି ବୋଲି ସେ ଅଭିଯୋଗ କରିଛନ୍ତି ।  

ଗତ ଗୁରୁବାର ଦିନ ହାତରେ ଅଭିଯୋଗ ପତ୍ର ଧରି ଆର୍‌ ଚନ୍ଦ୍ରଶେଖର ସ୍ଥାନୀୟ ପୁଲିସ୍‌ ପାଖକୁ ଯାଇଥିଲେ ଏବଂ ଗୁଗଲ ମ୍ୟାପ୍‌ସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ । କାରଣ ସେଥିରେ ଯେଉଁ ଲୋକେସନକୁ ସେ ଯାଇଥିବାର ଦର୍ଶାଉଛି , ସେ ପୂର୍ବରୁ କେବେହେଲେ ବି ସେହି ସ୍ଥାନକୁ ଯାଇ ନାହାଁନ୍ତି । ଏହି ଫ୍ୟାନ୍ସି ଦୋକାନୀ ମାଲିକଙ୍କ ଅଭିଯୋଗ ମୁତାବକ , ଏହି ଗୁଗଲ ଆପ୍‌ରେ ଭୁଲ୍‌ ସୂଚନା ଯୋଗୁଁ ସେ ମାନସିକ ଆଘାତ ପାଇବା ସହ ପାରିବାରିକ ସମସ୍ୟା , ଭାବନାତ୍ମ ଯନ୍ତ୍ରଣା , ପାରିବାରିକ ହିଂସା ଭଳି ସମସ୍ୟାରେ ପଡ଼ିଯାଇଛନ୍ତି ।  

ନିଜର ଅଭିଯୋଗରେ ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି , ଯେ ଗତ କିଛି ମାସ ହେଲା ତାଙ୍କର ସ୍ତ୍ରୀ ତାଙ୍କ ଉପରେ ସନ୍ଦେହ କରିବା ଆରମ୍ଭ କରିଛନ୍ତି । ସେ ବାରମ୍ୱାର ଗୁଗଲ ମ୍ୟାପ୍ସରେ ଥିବା  ‘Your Timeline’କୁ ସର୍ଚ୍ଚ କରୁଛନ୍ତି । ମୋତେ ଶୋଇବାକୁ ଦେଉ ନାହାନ୍ତି । ମୋତେ ଖାଲି ପଚାରୁଛନ୍ତି ତୁମେ କେଉଁଠି ଥିଲ । ସେ ସବୁବେଳେ ଖାଲି ସେହି କଥା ଭାବୁଛନ୍ତି । ଆଉ ପରିବାରକୁ ମଧ୍ୟ ଚିନ୍ତାରେ ପକାଇଛନ୍ତି ।

 ୨୦ ମେ’ରେ ସେ କହିଛନ୍ତି ,  ଏହି ମ୍ୟାପ୍‌ ଦ୍ୱାରା ତାଙ୍କ ସ୍ତ୍ରୀ ଏକ ସ୍ଥାନର ଗ୍ରାଫ୍‌ ଦେଖିଛନ୍ତି, ଯେଉଁଠିକି ସେ କେବେ ବି ଯାଇନାହାଁନ୍ତି । ଯାହାକି ଏବେ ତାଙ୍କ ପାରିବାରିକ ଓ ବୈବାହିକ ଜୀବନରେ ସମସ୍ୟା ଆଣିଛି ।  “ ମୁଁ ତାଙ୍କ ପ୍ରଶ୍ନର ଉତ୍ତର ଦେବାରେ ଅସମର୍ଥ ହୋଇଯାଇଛି । ଆଉ ମୋ ସ୍ତ୍ରୀ ମଧ୍ୟ ମୋ ପରିବାର ଲୋକଙ୍କ କଥା , ମୋ ବନ୍ଧୁ ଓ ସମ୍ପର୍କୀୟ , କାଉଁସେଲର ସମସ୍ତେ ବୁଝାଇବା ପରେ ବି କାହା କଥା ଶୁଣିବାକୁ ନାରାଜ । ସେ ଗୁଗଲରେ ଥିବା ସବୁ ଜିନିଷକୁ ଅନ୍ଧ ଭାବରେ ବିଶ୍ୱାସ କରୁଛନ୍ତି।  ଗୁଗଲ ଏବେ ମୋ ଜୀବନକୁ ବହୁତ ଡିଷ୍ଟର୍ବ କରିଛି । ତେଣୁ ମୁଁ କହୁଛି ଯେ ଗୁଗଲ ବିରୁଦ୍ଧରେ  କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ମୋତେ ନ୍ୟାୟ ମିଳୁ ।

ଏହାସହ ମୁଁ ଗୁଗଲକୁ କହୁଛି କି ମୋର ଏତେ ସବୁ ସମସ୍ୟା ଓ ସଂଘର୍ଷ ପାଇଁ ମୋତେ କ୍ଷତି ପୂରଣ ଦିଅନ୍ତୁ । ”

 ଦ ନ୍ୟୁଜ୍‌ ମିନିଟ୍‌କୁ ଯାଞ୍ଚ ଅଧିକାରୀ କେ ସିଙ୍ଗରାବେଲୁ  କହିଛନ୍ତି କି ଏହି ମାମଲାକୁ କୌଣସି ଏତଲା ଦାଖଲ କରାଯାଇନାହିଁ । ଆମେ ସଂପୃକ୍ତ ଦମ୍ପତିଙ୍କ ସହ କଥା ହେବାକୁ ଚେଷ୍ଟା କରୁଛୁ ।    

   ସମ୍ବନ୍ଧିତ ଖବର


ଗାନ୍ଧୀଙ୍କ ପଥରେ ମୋଦି ସରକାର ! CHAMPIONS ସାହାଯ୍ୟରେ ଚମ୍ପିୟନ ହେବ MSME ସେକ୍ଟର..

୪.୨୫ କୋଟି ଟଙ୍କାରେ ବିକ୍ରୀ ହେଲା ୩୫ ବର୍ଷ ପୁରୁଣା ଜୋତା, ଜାଣନ୍ତୁ କାହିଁକି ଏତେ ଦାମ

୪୫ରେ ବି ୨୫ ବର୍ଷିୟା ଲାଗନ୍ତି ଏହି ଅଭିନେତ୍ରୀ, ଜାଣନ୍ତୁ ତାଙ୍କର ସୌନ୍ଦର୍ଯ୍ୟର ରହସ୍ୟ

ହ୍ୱାଟ୍ସଆପରେ ଏକାଠି ୫୦ ଲୋକଙ୍କୁ କରିପାରିବେ ଭିଡିଓ କଲ୍, ଜାଣନ୍ତୁ ସହଜ ଉପାୟ

ଏହି ଦେଶର ପ୍ରଧାନମନ୍ତ୍ରୀ ଓ ସମ୍ପୂର୍ଣ୍ଣ ପରିବାର ସଦସ୍ୟ କରୋନା ପଜିଟିଭ

ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍