ମହଙ୍ଗା ପଡ଼ିଲା ନାବାଳିକାଙ୍କ ଉଲଗ୍ନ ଫଟୋ ଭାଇରାଲ କରିବା – ଗିରଫ ହେଲେ ଯୁବକ

କଟକ – ମହଙ୍ଗା ପଡ଼ିଲା ନାବାଳିକାଙ୍କ ନଗ୍ନ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ କରିବା । ଗିରଫ ହେଲେ ଯୁବକ । କଟକ ଜିଲ୍ଳା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତର ପୁରୁଷୋତ୍ତମପୁର ଗାଁରେ ଏଭଳି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି ।

ସୂଚନା ଯେ, ଦୀପକ ନାୟକ ନାମକ ଜଣେ ଯୁବକ ନାବାଳିକାଙ୍କର ନଗ୍ନ ଫଟୋ ଭାଇରାଲ କରିଥିବାର ଅଭିଯୋଗ ଆସିଥିଲା । ଫଳରେ ,ସଂପୃକ୍ତ ଯୁବକ ଗତକାଲି ଗିରଫ ହୋଇଛନ୍ତି । ନଗ୍ନ ଫଟୋ ଭାଇରାଲ ଘଟଣାରେ  ଆଉ କିଛି ଯୁବକଙ୍କ ସଂପୃକ୍ତି ଥିବା କୁହାଯାଉଛି।

କେବଳ ଏହି ଘଟଣା ନୁହେଁ, ଗତକିଛି ଦିନ ହେବ ପ୍ରତ୍ୟେକ ଦିନ  କଟକ ଜିଲ୍ଲା ମାହାଙ୍ଗା ଥାନାରେ ଅପରାଧିକ କାର୍ଯ୍ୟକଳାପ ନୂଆ ଫର୍ଦ୍ଦ ଥାନା ଡାଏରୀ​‌​‌ରେ ଯୋଡି ହେଉଛି।

ଗତ ୧୭ ତାରିଖରେ ପ୍ରେମିକା ମାଡ଼ ମାରି କେନାଲରେ ଫିଙ୍ଗିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା। ସେହିପରି ପୋଡାମରାଇ ଗାଁରେ ଜଣଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଜଣେ ଶିକ୍ଷକ ଦୁଷ୍କର୍ମ ଘଟଣାକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା।

   ସମ୍ବନ୍ଧିତ ଖବର


ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ଅନୁଗୁଳରେ ନିରାଡ଼ମ୍ବରରେ ଚାଲିଛି ମାଆଙ୍କର ମହାସପ୍ତମୀ ପୂଜା, କୋଭିଡ କଟକଣା ଭିତରେ 7 ଜଣଙ୍କୁ ନେଇ ହେଉଛି ପୂଜାବିଧି …

ଭଗାମୁଣ୍ଡାରେ କଣ୍ଟେନର ସହ ଟ୍ରକ ମୁହାଁ-ମୁହିଁ ଧକ୍କା: ଜଣେ ମୃତ, ଜଣେ ଗୁରୁତର

ବନ୍ଧୁକ ମୁନରେ ବିଲ୍‌ଡର୍‌ଙ୍କୁ ୨୦ ଲକ୍ଷ ବଟି ଧମକ: ୨ ଅଭିଯୁକ୍ତ ଗିରଫ, ଦୁଇ ମାଉଜର ଓ ଗାଡ଼ି ଜବତ