ଟଙ୍କା ଦେଲେ ମୋ ସ୍ତ୍ରୀ ସହ କଥା ହେବା ସହ ସେକ୍ସ ବି କରିପାରିବ … ! ସୋସିଆଲ ମିଡ଼ିଆରେ ଏମିତି ଅଫର ଦେଲା ସ୍ୱାମୀ

ଆଜମଗଡ଼ ୦୨ / ୬ :  କୁହାଯାଏ ବିବାହ ସ୍ୱର୍ଗରେ ଅନୁଷ୍ଠିତ ହୋଇଥାଏ । ଦୁଇଟି ମନ ହୃଦୟ ମିଶି ସାତ ଜନମର ସାଥି ହେବାକୁ ଶପଥ ନିଅନ୍ତି । ହେଲେ ବର୍ତ୍ତମାନ ସମୟରେ ଏହି ବିବାହ ବନ୍ଧନରେ ଯୌତୁକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।  ଯେଉଁଥି ପାଇଁ ସୁନ୍ଦର ସଂପର୍କରେ ଭୂମିକମ୍ପ ସୂଷ୍ଟି ହେଉଛି । କିଛି ଅର୍ଥସ୍ୱାର୍ଥ ପାଇଁ ମଣିଷ ନିଜର ମାନବିକତାକୁ ଭୁଲି ଯାଉଛି । ଏମିତି ଏକ ଘଟଣା  ଉତ୍ତର ପ୍ରଦେଶର ଆଜମଗଡ଼ରୁ ସାମନାକୁ ଆସିଛି ।  ଏଠାରେ ଏକ ବ୍ୟକ୍ତି  ସୋଶାଲ ମିଡ଼ିଆରେ ନିଜର ସ୍ତ୍ରୀଙ୍କୁ ବିକ୍ରି କରିବା ଖବର ଚର୍ଚ୍ଚାର ବିଷୟ ସାଜିଛି । ପୁଲିସ୍‌ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି ।

ପୁରା ଘଟଣା ଏହିପରି  –

ଏହି ଘଟଣାଟି ଘଟିଛି ଆଜମଗଡ଼ର ମେହନଗର ପୁଲିସ୍‌ ଥାନା ଅନ୍ତର୍ଗତ ଥୁଥିୟା ଗାଁରେ ।  ଅଭିଯୁକ୍ତ ପୁନିତ୍‌ ବାହାଘରରେ ମୋଟରସାଇକଲ ଡିମାଣ୍ଡ କରିଥିଲେ । ତାଙ୍କର ଏହି ଇଚ୍ଛା ପୁରା ନହୋଇ ପାରିବାରୁ ଅନେକ ସମୟରେ ସେ ନିଜ ସ୍ତ୍ରୀଙ୍କୁ ମାରପିଟି କରୁଥିଲେ । ଏହାପରେ ମହିଳା ଜଣଙ୍କ ନିଜ ମାଆଙ୍କ ଘରକୁ ପଳାଇଥିଲେ । ଏଥିରେ ରାଗି ଯାଇ ପୁନିତ୍‌ ସୋଶାଲ ମିଡ଼ିଆରେ ନିଜ ପତ୍ନୀଙ୍କ ଫଟୋ ସହ  ତାଙ୍କର ଫୋନ୍‌ ନମ୍ୱର  ଦେଇଥିଲେ ।  ଏହା ସହ ଯେକେହି ଚାହିଁଲେ  ପଇସା ଦେଇ କଥା ହୋଇପାରିବେ ଓ ଶାରୀରିକ ସଂପର୍କ ବି ରଖିପାରିବାର  ଅଫର ବି ଦେଇଥିଲେ । ଏହାପରେ  ମହିଳାଙ୍କର ମୋବାଇଲ୍‌ରେ ଅଶ୍ଳୀଳ କଲ୍‌ ସବୁ ଆସିବାକୁ ଲାଗିଲା । 

ଏହାସହ ମଧ୍ୟ ପଢ଼ନ୍ତୁ ସେକ୍ସ ୱାର୍କରଙ୍କୁ ମିଳିଲା ସୁଯୋଗ …କିନ୍ତୁ ସାମାଜିକ ଦୂରତା ଅନିବାର୍ଯ୍ୟ ..ଜାଣନ୍ତୁ କଣ ରହିଛି ଗାଇଡ୍‌ ଲାଇନ୍

ଏହାସହ ମଧ୍ୟ ପଢ଼ିପାରିବେ – ଲକ୍‌ ଡାଉନ୍‌ରେ ଅନ୍‌ଲାଇନ୍‌ରେ ଏହିପରି ଚାଲିଛି ସେକ୍ସ ! ମାଲାମାଲ୍‌ ଦେହଜୀବୀ

ମହିଳା ଜଣଙ୍କ ସାଇବର ପୁଲିସ୍‌ରେ ନିଜ ସ୍ୱାମୀ ବିରୁଦ୍ଧରେ  ଅଭିଯୋଗ ପତ୍ର ଦାଖଲ କରିଥିଲେ । ଏସ୍‌ପି ଅଫିସ୍‌ର ପିଆର୍‌ଓ  ସଂଜୟ ସିଂହ କହିଛନ୍ତି କି ,  ଆମେ  ସୋମବାର ଦିନ ପୁଟିନ୍‌ଙ୍କୁ ଗିରଫ କରିଥିଲୁ । ମହିଳାଙ୍କ ବିରୁଦ୍ଧରେ  ଅପରାଧ ଓ ଅସାଧାରଣ ମାମଲାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଶକ୍ତ ପଦକ୍ଷେପ କାର୍ଯ୍ୟାନୁଷ୍ଠାନ ନିଆଯିବ ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

ଝିଟିପିଟିର ଦାମ୍‌ ୫୫ଲକ୍ଷ ଟଙ୍କା – ଚୋରୀ ହୋଇଯାଇଥିବା ଏହି ଜୀବକୁ ଉଦ୍ଧାର କଲା ପୁଲିସ୍‌ , ୨ଚୋର ଗିରଫ

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ