PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋଭିଡ୍ ନିୟମରେ ପରିବର୍ତ୍ତନ; କରୋନା ପଜିଟିଭ୍ ରିପୋର୍ଟ ନଥିଲେ ବି ଡାକ୍ତରଖାନାରେ ମିଳିବ ଆଡ୍‌ମିଶନ
  • ||
  • ବିହାର : JDU ନେତା ତଥା MLC ତନଭୀର ଅଖତରଙ୍କ ମୃତ୍ୟୁ , କରୋନାରେ ପୀଡ଼ିତ ଥିଲେ
  • ||
  • ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ସାପ କାମୁଡ଼ାରେ ପ୍ରାଣହରାଇଲେ ଶ୍ରମିକ
  • ||
  • ଜଳେଶ୍ୱର: ଘରୋଇ କ୍ଲିନିକରେ ପୁଣି ପ୍ରସବ ପରେ ମହିଳାଙ୍କ ମୃତ୍ୟୁ
  • ||
  • ବିରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁର ସହରର ସାମ୍ବାଦିକ ଭବନ ନିକଟରେ ଅଳିଆ ଗଦାରୁ ନିଆଁ ଲାଗି ପୋଡିଗଲା ସେଲୁନ
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ପୁଲିସ ଡିଜି, ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ପରେ ଗିରିସଲା ସୀମାକୁ ଯିବେ
  • ||
  • ପାରାଦୀପ : ଥାନାରେ ପଶି ଧମକ ଦେବା ଅଭିଯୋଗରେ ୨ ନକଲି ସାମ୍ବାଦିକ ଗିରଫ, ଡ୍ରାଇଭର ସମେତ ୩ ଦାମୀ କାର ଜବତ
  • ||
  • ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୪ ଲକ୍ଷ ୧ ହଜାର ୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୪ ହଜାର ୧୮୭ ଜଣଙ୍କ ମୁଣ୍ଡ ନେଲା କରୋନା
  • ||
  • କଟକ: ଶୁକ୍ରବାର ରାତିରୁ ଏସସିବି କାଜୁଆଲଟିରେ ପଡି ରହିଛି କୋଭିଡ ସଂକ୍ରମିତଙ୍କ ମୃତଦେହ, ଏନେଇ ଅସନ୍ତୋଷ ବ୍ୟକ୍ତ କଲେ ଡାକ୍ତର ଓ କର୍ମଚାରୀ
  • ||
  • ଗାଙ୍ଗପୁର ଥାନା ଅନ୍ତର୍ଗତ ଷଢଙ୍ଗିପଲ୍ଲୀ ନିକଟରେ ଓଲଟିଲା ସ୍ପିରିଟ ବୋଝେଇ ଟ୍ରକ, ୨ ଆହାତ
  • ||
  • ସାଲେପୁର : ସାଲେପୁର ସବ୍-ଜେଲରୁ ଆଉ ୯ଜଣ କଏଦୀ କରୋନା ପଜିଟିଭ୍‌ ଚିହ୍ନଟ
  • ||
  • କୋରାପୁଟ:ହଳଦୀକୁଣ୍ଡ ପଞ୍ଚାୟତର ପୁରୁଣାପାଣି ଗାଁରେ ଘଟିଲା ଆଘଟଣ, ପୋଖରୀରେ ବୁଡି ଆଖିବୁଜିଲେ ମା’- ଝିଅ
  • ||
  • ଗଞ୍ଜାମ: ପୁଇଁତୋଳା ଛକରେ ଅଟୋ ପିଟିଲା ଟ୍ରକ, ଅଟୋ ଡ୍ରାଇଭର ମୃତ ,୩ ଆହତ
  • ||
  • ଭୁବନେଶ୍ଵର : ଆଇଗିଣିଆ ଛକରେ ମର୍ମନ୍ତୁଦ ଦୁର୍ଘଟଣା, କଣ୍ଟେନର ଖସି ଟ୍ରଲର ଡ୍ରାଇଭର ମୃତ, ହେଲପର ଗୁରୁତର
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ନେଲା ଆଉ ୨୧ ଜଣଙ୍କ ମୁଣ୍ଡ, ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି
  • ||
  • ରାଞ୍ଚି : ଝାରଖଣ୍ଡର ରାଞ୍ଚିର ସଦର ହସ୍ପିଟାଲରେ ଅକ୍ସିଜେନ୍ ସପ୍ଲାଇ ବନ୍ଦ ହେବା କାରଣରୁ ୫ ରୋଗୀ ମୃତ, ଯାଞ୍ଚ୍ ନିର୍ଦ୍ଦେଶ ଦେଲେ ସ୍ଵାସ୍ଥ୍ୟମନ୍ତ୍ରୀ
  • ||
  • ଭୁବନେଶ୍ଵର : ଓଡ଼ିଶାରେ କରୋନା ବିସ୍ଫୋରଣ, ଦିନକରେ ଚିହ୍ନଟ ହେଲେ ୧୧ ହଜାର ୮୦୭ ପଜିଟିଭ ଆକ୍ରାନ୍ତ
  • ||
  • ଭୁବନେଶ୍ଵର : ଆଜି ଅଧା ଓଡ଼ିଶାରେ କାଳବୈଶାଖୀ, ୩ ଜିଲ୍ଲାରେ କୁଆପଥର ବର୍ଷିବା ନେଇ ସତର୍କ ସୂଚନା ଜାରି କଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର, ୧୧ରୁ ବଢ଼ିବ ତାତି
  • ||

ଜେଲ୍‌ ଗଲା ଯୌନ ରାକ୍ଷସ: ଦେହ ବ୍ୟବସାୟ କରିବାକୁ କରୁଥିଲା ବାଧ୍ୟ

source:www.newsx.com

ପୁରୀ,୨୪ା୨(ବ୍ୟୁରୋ): ଶେଷରେ ଜେଲ୍‌ ଗଲା ଯୌନ ରାକ୍ଷସ । ମିଳିଲା ଆଉ କିଛି ତଥ୍ୟ । ବିବାହରେ ଜାଲିଆତି କରିଥିବା ସହ ମହିଳାମାନଙ୍କୁ ବ୍ଲାକ୍‌ମେଲ୍‌ ମଧ୍ୟ କରୁଥିଲା । ଟଙ୍କା ରୋଜଗାର କରିବା ପାଇଁ ଦେହ ବ୍ୟବସାୟ କରିବାକୁ ବି କରୁଥିଲା ବାଧ୍ୟ । ଯାହାର ପ୍ରମାଣ ପାଇଛି ପୁଲିସ । ଏନେଇ ଅଭିଯୋଗ ହେବା ପରେ ପୁଲିସ ବଳାତ୍କାର ମାମଲା ରୁଜୁ କରିଛି । ଅଭିଯୁକ୍ତ ସଦର ଥାନା ଅଧୀନ ଗୁଣ୍ଠବନ୍ଧକେରା ବାସୁଦେବପୁର ଗ୍ରାମର ଦୀପକ କୁମାର ସାହୁ (୩୪)କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଥିଲା । ସେଠାରୁ ଜେଲ୍‌ ପଠାଯାଇଛି । ସେପଟେ ଏତଲା ଦେଇଥିବା ମହିଳା(ଅଭିଯୁକ୍ତ ଦ୍ୱିତୀୟ ବିବାହ କରିଥିବା କହିଥିଲା)ଙ୍କୁ ପୁଲିସ ସ୍ୱାଧାର ହୋମ୍‌ରେ ରଖିଛି ।
୮ ବର୍ଷ ତଳେ ବିବାହ କରିଥିଲା ଦୀପକ । ଏବେ ତା’ର ୨ଟି ପୁଅ ଝିଅ ଅଛନ୍ତି । କିନ୍ତୁ ଏ ସମ୍ପର୍କରେ ସେ କାହାକୁ କହୁନଥିଲା । ବାହାରେ ନିଜକୁ ଅବିବାହିତ ବୋଲି ପରିଚୟ ଦେଉଥିଲା । ତେଣୁ ତାକୁ ମହିଳା ଓ ଯୁବତୀଙ୍କ ସହ ନାବାଳିକାମାନଙ୍କୁ ମଧ୍ୟ ଆକର୍ଷିତ କରିବା ପାଇଁ ସହଜ ହେଉଥିଲା । ସେ ସେମାନଙ୍କ ସହ ଶାରୀରିକ ସମ୍ବନ୍ଧ ରଖିବାବେଳେ ଭିଡିଓ ପ୍ରସ୍ତୁତ କରି ସାରିବା ପରେ ବ୍ଲାକ୍‌ ମେଲ୍‌ କରିବା ଆରମ୍ଭ କରି ଦେଉଥିଲା । ଏଥିରେ ଏକ ର‌୍ୟାକେଟ୍‌ କାମ କରୁଥିଲା । ପୀଡ଼ିତାମାନଙ୍କୁ ଭିଡିଓ ଦେଖାଇ ଭାଇରାଲ୍‌ କରିଦେବାର ଭୟ ଦେଖାଇ ଅନ୍ୟମାନଙ୍କ ସହ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଥିଲା । ଏଥିନେଇ ସେ ଟଙ୍କା ରୋଜଗାରର ବାଟ ଖୋଲିଥିଲା ।
ଦ୍ୱିତୀୟ ବିବାହ କରିଥିବା ମହିଳାଜଣକ ନିମାପଡ଼ାରେ ରହୁଥିଲେ । ସେ ନିଃସହାୟ ଥିଲେ । ଦୀପକ କୌଣସି ସୂତ୍ରରୁ ତାଙ୍କର ମୋବାଇଲ ନମ୍ବର ପାଇ ଆରମ୍ଭ କରିଥିଲା ଷଡ଼ଯନ୍ତ୍ର । ମହିଳାଙ୍କୁ ବାରମ୍ବାର କଲ୍‌ କରି ପ୍ରେମ ଜାଲରେ ଫସାଇ ତାଙ୍କ ନିକଟରେ ପହଞ୍ଚିଥିଲା । ଏହାପରେ ବିବାହର ପ୍ରଲୋଭନ ଦେଖାଇ ଏକାଧିକ ଥର ଯୌନ ସମ୍ପର୍କ ରଖିଥିଲା । ପରେ ମହିଳା ତାଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ । ତେଣୁ ଦୀପକ ଜାଲିଆତି କରି ନିଜକୁ ଅବିବାହିତ ବୋଲି ପ୍ରଦର୍ଶନ କରିବା ସହ ଖଣ୍ଡଗିରି ମ୍ୟାରେଜ୍‌ ଅଫିସ୍‌ରେ ମହିଳାଙ୍କୁ ବିବାହ କରିଥିଲା । ଯାହା ବେଆଇନ୍‌ ଭାବେ କରିଥିବା କହିଛି ପୁଲିସ । ବିବାହର କିଛି ଦିନ ପରେ ଦେହ ବ୍ୟବସାୟ କରିବା ପାଇଁ ମହିଳାଙ୍କୁ ବାଧ୍ୟ କରିଥିଲା ଦୀପକ । ତେଣୁ ମହିଳା ତାକୁ ବିରୋଧ କରି ସନ୍ଦେହ କରିଥିଲେ ।
ନିକଟ ଅତୀତରେ ଦୀପକ ସତ୍ୟବାଦୀର ଅନ୍ୟ ଜଣେ ମହିଳାଙ୍କ ଭିଡିଓ ତାଙ୍କ ସ୍ୱାମୀଙ୍କୁ ପଠାଇ ମାଡ ଖାଇବା ସହ ୩୦ ହଜାର ଟଙ୍କା ଦେଇ ସମାଧାନ କରିଥିଲା । ଏହାପରେ ସେ ବିବାହିତ ବୋଲି ଜାଣିପାରିଥିଲେ ପାଖରେ ଥିବା ମହିଳା । ଏଥିସହ ଏକାଧିକ ମହିଳାଙ୍କ ସହ ଥିବା ଏଭଳି ସମ୍ପର୍କର ଭିଡିଓ ମଧ୍ୟ ମହିଳା ଦୀପକ ମୋବାଇଲରୁ ପାଇଯାଇଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ମହିଳାଙ୍କୁ ମାନସିକ, ଶରୀରୀକ ଓ ଯୌନ ନିର୍ଯାତନା ଦେଇଥିଲା ଦୀପକ । ପରେ ଦୀପକ ମୋବାଇଲରେ ଥିବା ସମସ୍ତ ଭିଡିଓ କିଛି ସ୍ୱେଚ୍ଛାସେବୀ ପାଇଯିବା ପରେ ଘଟଣା ପଦାକୁ ଆସିଥିଲା ।
ଉପର ନୂଆସାହିରେ ଥିବା ଭଡ଼ାଘରେ ବନ୍ଦ କୋଠରିରେ ନିର୍ଯାତନା ଦେଉଥିବାବେଳେ ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି କୁମ୍ଭାରପଡା ପୁଲିସ ଜିମା ଦେଇଥିଲେ ।ଏନେଇ ମହିଳା ଥାନାରେ ଏତଲା ଦେବା ପରେ ପୁଲିସ ଆଇପିସିର ୪୯୪, ୫୦୬, ୪୧୭, ୩୭୬ ଦଫାରେ ମାମଲା (୨୮/୧୯) ରୁଜୁ କରିଥିଲା । କିନ୍ତୁ ଏହି ର‌୍ୟାକେଟ୍‌ ପଛରେ ଥିବା ଅନ୍ୟମାନେ ମଧ୍ୟ ଗିରଫ ହେବା ଆବଶ୍ୟକ ବୋଲି ଲୋକେ ଦାବି କରିଛନ୍ତି । ଏହି ମାମଲାରେ ଅନ୍ୟମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ୍‌ ଚାଲିଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ନାୟକ କହିଛନ୍ତି ।