ଯୁବକ ପଚାରିଲେ ‘ମହିଳାଙ୍କୁ ସେକ୍ସି କରିବା ପାଇଁ ମେଡିସିନ୍ କଣ ?’ ମିଳିଲା ଏମିତି ଜବାବ…

ନୁଆଦିଲ୍ଲୀ ୨୮/୧: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଟି ଏକ ମେସେଞ୍ଜର ଚାଟିଂର ଫଟୋ । ଅର୍ଥାତ୍ ୨ ଜଣଙ୍କ ଚାଟିଂର ଏକ ସ୍କ୍ରିନସଟ୍ । ଏହି ସ୍କ୍ରିନସଟଟି ଏବେ ଭାଇରାଲ ହେବାରେ ଲାଗିଛି । ତେବେ ଏହା କେଉଁ ୨ଟି ଆକାଉଣ୍ଟ ମଧ୍ୟରେ ହେଉଛି ତାହା ଜଣା ପଡିନି କିନ୍ତୁ କେବଳ ଚାଟଟି ଭାଇରାଲ ହେବାରେ ଲାଗିଛି । ଏଥିରେ ଜଣେ ଅନ୍ୟଜଣଙ୍କୁ ପଚାରୁଛି ‘ମହିଳାଙ୍କୁ କେମିତି ସେକ୍ସି ହେବା ଉଚିତ୍, ଔଷଣ କଣ ?’ ଏହାର ଜବାବରେ ଅନ୍ୟ ଜଣକ ଚମତ୍କାର ଜବାବ ଦେଉଛନ୍ତି ।

ଏହି ପ୍ରଶ୍ନର ଅର୍ଥ ପାଠକଙ୍କୁ ବୁଝାଇବାକୁ ପଡିବନାହିଁ । ତେବେ କହିରଖୁଛୁ ପ୍ରଥମ ବ୍ୟକ୍ତି ଜଣକ ଜାଣିବାକୁ ଚାହୁଁଛନ୍ତି ଯେ ମହିଳାଙ୍କ ଶରୀରକୁ କେମିତି ସେକ୍ସି ବା କାମୁକ ବନାଇହେବ । ଏବଂ ତାହା ପୁଣି ଔଷଧ ସାହାଯ୍ୟରେ । ମହିଳାଙ୍କୁ କୌଣସି ରୋଗ ହୋଇନି । ସେ ସମ୍ପର୍ଣ୍ଣ ଠିକ୍ ଅଛନ୍ତି । କିନ୍ତୁ ମେଡିସିନ୍ ସାହାଯ୍ୟରେ ସେ କୌଣସି ଜଣେ ମହିଳାଙ୍କୁ ସେକ୍ସି ବନାଇବାକୁ ଚାହୁଁଛନ୍ତି । ପ୍ରଶ୍ନରୁ ଲାଗୁଛି ସେ ନିଜ କାମନାକୁ ଚରିତାର୍ଥ କରିବା ପାଇଁ ଏହା ଚାହୁଁଛନ୍ତି ।  

ଅନ୍ୟପଟେ ଦ୍ୱିତୀୟ ବ୍ୟକ୍ତି ଜବାବ ଦେଉଛନ୍ତି । ମଜାଦାର ଜବାବ । ‘୨ଟି ମେଡିସିନ୍ ଖାଇବାକୁ ପଡିବ । ସକାଳେ-ସନ୍ଧ୍ୟାରେ ପାଣିରେ ଖାଇବାକୁ ପଡିବ ୨ଟି ଗୁଲି । ଏହାର ନାଁ ହେଉଛି କନସେଣ୍ଟ ଅର୍ଥାତ୍ ସେହି ମହିଳାଙ୍କ ସହମତି । ଦ୍ୱିତୀୟଟି ହେଉଛି ମ୍ୟୁଚୁଆଲ୍ ରେସ୍ପେକ୍ଟ । ଅର୍ଥାତ୍ ପରସ୍ପର ପ୍ରତି ସମ୍ମାନ । ଯଦି ମହାଶୟ ନିୟମିତ ଭାବେ ଏହି ମେଡିସିନକୁ ସେବନ କରନ୍ତି ତେବେ ତାଙ୍କ ସମସ୍ୟାର ସମାଧାନ ମିଳିଯିବ ।’

କୌଣସି ମହିଳାଙ୍କ ସହିତ ଯୌନ ସମ୍ପର୍କ ରଖିବା ପାଇଁ ସବୁଠାରୁ ଜରୁରୀ ହେଉଛି ତାଙ୍କ ସହମତି । ଜଣେ ବିବାହିତ ଯୋଡି ମଧ୍ୟରେ ମଧ୍ୟ ଏହି ସହମତି ଜରୁରୀ । ସମ୍ପର୍କ ସେତେବେଳେ ଭଲ ହୋଇଥାଏ ଯେତେବେଳେ ସମ୍ପର୍କରେ ୨ ଜଣ ପରସ୍ପର ପ୍ରତି ସମ୍ମାନ କରିବେ ।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା