ଫେସବୁକ୍‌ରେ ପ୍ରେମ ନିବେଦନ ପଡ଼ିଲା ମହଙ୍ଗା : ବିଚ୍‌ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼େଇଲେ ବିବାହିତା ମହିଳା

ଭଦ୍ରକ ୩୦।୧୦: ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ଯୁବକଙ୍କୁ ପଡିଲା ମହଙ୍ଗା । ବିଚ୍ ରାସ୍ତାରେ ମହିଳା ଜଣଙ୍କ ଯୁବକଙ୍କୁ ଘୋଷାରି ଘୋଷାରି ବାଡେଇଲେ। ଏଭଳି ଅଭାବନୀୟ ଦୃଶ୍ୟ ଭଦ୍ରକର ଜନଗହଳିପୂର୍ଣ୍ଣ ବନ୍ତ ଛକ ଠାରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକର ଜଣେ ଯୁବକ, ସମ୍ବଲପୁରରେ ରହୁଥିବା ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ। ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାରର ମେସେଜ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଆସୁଥିଲେ ଯୁବକ।

ମହିଳା ଜଣକ ଏଥିରେ ଅତିଷ୍ଠ ହୋଇ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ଗତକାଲି ପୂର୍ବ ଯୋଜନାବଦ୍ଧ ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକକୁ ଡକାଇ ଥିଲେ ମହିଳା। ଯୁବକ ଜଣକ ବନ୍ତ ଛକ ନିକଟରେ ପହଞ୍ଚିବା ପରେ ମହିଳା ଓ ପରିବାର ସମ୍ପର୍କୀୟ ଯୁବକ ଜଣଙ୍କୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାରିଥିଲେ।

ଏଭଳି ମାଡ଼ ଦେଖି ଲୋକମାନେ ନିରବ ହୋଇଯାଇଥିଲେ। ଏହି ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଯୁବକଙ୍କୁ ବାଡ଼ଉଥିବା ଦୁଇ ମହିଳାଙ୍କ ସମ୍ପର୍କୀୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ ପୋଲିସ। ଏଥି ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

   ସମ୍ବନ୍ଧିତ ଖବର


ମାଲକାନଗିରି ଛତିଶଗଡ଼ ସୀମାନ୍ତରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଜଣେ ଯବାନ ସହିଦ,୧୦ ଗୁରୁତର

କାର୍‌-ଟ୍ରାକ୍ଟର ମୁହାଁମୁହିଁ ଧକ୍କା: ଅଳ୍ପକେ ବର୍ତ୍ତିଲେ କୋରାପୁଟ ଅତିରିକ୍ତ ଏସ୍‌ପିଙ୍କ ପରିବାର, ୪ ଆହତ

ବିଧାନସଭା ଆଗରେ ମା-ଭାଇଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଅମୃତ ମୁତ୍ୟୁ ରହସ୍ୟର ପୂର୍ଣ୍ଣଚ୍ଛେଦ ଟାଣିଲେ ଏସ୍‌ପି, ଦୁର୍ଘଟଣା ଯୋଗୁଁ ମସ୍ତିଷ୍କରେ ଆଘାତ ଲାଗି ଯାଇଥିଲା ପ୍ରାଣ

ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ