ଜଳିଗଲା ବରଯାତ୍ରୀ ବସ୍, ଯୁବକ ଜୀବନ୍ତ ଦଗ୍ଧ

କେନ୍ଦୁଝର ୧୪/୩: ବରଯାତ୍ରୀ ବସ୍ ସହିତ ଜଳିଗଲେ ଯୁବକ । ଘଟଗାଁ ଥାନା ଅନ୍ତର୍ଗତ ସାନ୍ତରାପୁର ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏକ ବରଯାତ୍ରୀ ବସଟି ଜଳିଯିବା ଫଳରେ ବସରେ ଥିବା ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ଗତକାଲି ବରଯାତ୍ରୀରେ ଯୋଗଦେବାକୁ ସାନ୍ତରାପୁରରୁ କେନ୍ଦେଇପୋଷି ଯାଇଥିଲା ବସ୍ । ବସରେ ମୋଟ୍ ୨୮ ଜଣ ଯାତ୍ରୀ ଥିଲେ । ବାହାଘର ସାରି ରାତିରେ ଫେରିବା ପରେ ସମସ୍ତେ ନିଜନିଜ ଘରକୁ ଚାଲିଯାଇଥିଲେ । ହେଲେ ଜଣେ ଯୁବକ ଗାଡିରେ ଶୋଇପଡିଥିଲେ । ରାତିରେ ହଠାତ୍ ଗାଡିରେ ନିଆଁ ଲାଗିଯାଇଥିଲା । ଶୋଇଥିବା ଅବସ୍ଥାରେ ହିଁ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଥିଲେ ଯୁବକ ଜଣକ । ତେବେ ଯୁବକଙ୍କ ପରିଚୟ ମିଳିପାରିନାହିଁ । ବସରେ ଏପରି ଅଚାନକ ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇପାରିନି । ଘଟଣାସ୍ଥଳରେ ଘଟଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।