
ମୁରାଦାବାଦ – ୟୁପିର ମୁରାଦାବାଦରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଯାହାକି ମାନବିକତାକୁ ଦୋହଲେଇ ଦେବା ଭଳି ଘଟଣା । ଜଣେ ୫୬ ବର୍ଷିୟ ବ୍ୟକ୍ତିଙ୍କ ନାଁରେ ନିଜ ବୋହୂକୁ ଦୁଷ୍କର୍ମ କରିବା ସହ ନିଜ ପୁଅକୁ ଗୁଳି କରି ହତ୍ୟା କରିବା ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଜଣଙ୍କ ଏବେ ଫେରାର ଅଛନ୍ତି।
ସୂଚନା ମୁତବାକ, ଏହି ଘଟଣାଟି ଶନିବାର ଦିନ ଘଟିଛି । ବୋହୂ ଶ୍ୱଶୂର ନାଁରେ ଅଭିଯୋଗ କରି କହିଥିଲେ କି,୨୫ ନଭେମ୍ୱରରେ ଯେବେ ତାଙ୍କର ସ୍ୱାମୀ ଓ ଅନ୍ୟ ଲୋକମାନେ ଏକ ବିବାହକୁ ଯାଇଥିଲେ। ସେତେବେଳେ ସେ ଘରେ ଏକଲା ଥିଲେ ।
ଏହି ସମୟରେ ତାଙ୍କର ଶ୍ୱଶୂର ତାଙ୍କୁ ଦୁଷ୍କର୍ମ କରିଥିଲେ। ସେ ନିଜର ପତି ଓ ଶାଶୂଙ୍କୁ ଏହି ବିଷୟରେ କହିଥିଲେ, ତାଙ୍କର ଅଭିଯୁକ୍ତ ସହ ଝଗଡ଼ା ହୋଇଥିଲା ଏବଂ ସେମାନେ ପୁଲିସ୍ରେ ଏତଲା ଦେବାର ଧମକ ଦେଲେ । ଏହି ଝଗଡ଼ାରେ ଅଭିଯୁକ୍ତର ଛୋଟ ପୁଅ ନିଜର ପିତାର ପକ୍ଷ ନେଇଥିଲେ ଏବଂ ପୁଣି ପିତା ନିଜର ଲାଇସେନ୍ସ ବନ୍ଧୁକରେ ବଡ଼ ପୁଅକୁ ଗୁଳି ମାରି ଦେଇଥିଲେ ।
ଏସ୍ପି ଅମିତ୍ କୁମାର ଆନନ୍ଦ କହିଥିଲେ ମୃତକଙ୍କର ପତ୍ନୀଙ୍କ ଅଭିଯୋଗ ଆଧାରରେ ପିତା ଓ ତାଙ୍କର ଛୋଟ ପୁଅ ବିରୋଧରେ ଆଇପିସି ଧାରା ୩୦୨,୩୪ ଓ ୩୭୬ ଅନୁସାରେ ଏକ ଏଫ୍ଆଇଆର୍ ଦାଖଲ କରାଯାଇଛି । ମୃତକଙ୍କର ଛୋଟ ଭାଇ ଓ ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି । ଆମେ ତାଙ୍କୁ ଗିରଫ କରିବାକୁ ଟିମ୍ ଗଠନ କରିଛୁ ।
ଏହାସହ ମଧ୍ୟ ଏସ୍ପି କହିଛନ୍ତି , ଅଭିଯୋଗକାରୀଙ୍କୁ ମେଡିକଲ ପରୀକ୍ଷା କରାଯିବ। କାରଣ ସେ ନିଜ ସହ ଦୁଷ୍କର୍ମ ହେବାର ଅଭିଯୋଗ ଲଗେଇଛନ୍ତି । ଆମେ ଘଟଣାର ସବୁ ଦିଗରୁ ଯାଞ୍ଚ କରୁଛୁ ।