PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ବିଶ୍ବରେ ପ୍ରଥମ: ଜଣେ ବ୍ୟକ୍ତିଙ୍କର ୨ ହାତ ପ୍ରତିରୋପଣ, କାମରେ ଲାଗିଥିଲେ ୫ ହସ୍ପିଟାଲ୍‌ ଟିମ୍‌ର ସଦସ୍ୟ

ନୂଆଦିଲ୍ଲୀ: ଫ୍ରାନ୍ସରେ ଜଣେ ବ୍ୟକ୍ତିଙ୍କର ଦୁଇ ହାତ ପ୍ରତିରୋପଣ ହୋଇଛି । ଏହା ବିଶ୍ୱର ପ୍ରଥମ ଘଟଣା । ତାଙ୍କର ଦୁଇ ହାତ ଓ କାନ୍ଧର ପ୍ରତି ରୋପଣ ହୋଇଛି । ୪୯ ବର୍ଷୀୟ ଫେଲିକ୍ସ ଗ୍ରେଟାର୍ସନ ଜଣେ ଇଲେକ୍ଟ୍ରିସିଆନ୍‌ । ୨୩ ବର୍ଷ ପୂର୍ବେ ଏକ ବିଦ୍ୟୁତ୍‌ ଦୁର୍ଘଟଣାରେ ସେ ଦୁଇ ହାତ ହରାଇଥିଲେ । ସେ ଏକ ପାୱାରଲାଇନ୍‌ ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ । ଏହି ଦୁର୍ଘଟଣା ପରେ ଡାକ୍ତରମାନେ ଫେଲିକ୍ସଙ୍କୁ ତିନି ମାସ ପର୍ଯ୍ୟନ୍ତ କୋମାରେ ରଖିଥିଲେ । ଇତିମଧ୍ୟରେ ତାଙ୍କର ୫୪ ଅପରେସନ୍‌ ହୋଇଥିଲା । ଫ୍ରାନ୍ସର ଲିୟୋନ ସହରର ଏଡ୍‌ୱର୍ଡ ହେରିୟଟ୍‌ ହସ୍‌ପିଟାଲରେ ତାଙ୍କ ଅପରେସନ୍‌ ହୋଇଛି ।

upworthy

୧୫ ଘଣ୍ଟା ଧରି ଏହି ଐତିହାସିକ ଅପରେସନ୍‌ ଚାଲିଲା । ଏଥିପାଇଁ ୫ ହସ୍‌ପିଟାଲର ଟିମ୍‌ କାମ କରୁଥିଲେ । ଫେଲିକ୍ସ କହିଛନ୍ତି, ଅପରେସନ୍‌ ପରେ ନିଜର ନୂଆ ହାତକୁ ସେ ହଲାଇ ପାରୁଛନ୍ତି । ପରିଜନଙ୍କୁ କୋଳେଇ ପାରୁଛନ୍ତି । ହାତ କଟିବା ପରେ ଫେଲିକ୍ସ ଏତେ ଅବସାଦଗ୍ରସ୍ତ ହୋଇଯାଇଥିଲେ ଯେ ଏଥିରୁ ମୁକୁଳିବାକୁ ଡ୍ରଗ୍ସ ଓ ମଦ୍ୟପାନ କଲେ । ଏଥିପାଇଁ ବର୍ଷକରେ ତାଙ୍କର ଦୁଇ ଥର ଯକୃତ ପ୍ରତ୍ୟାରୋପଣ କରିବାକୁ ପଡ଼ିଥିଲା । କିନ୍ତୁ ପରେ ହାତ ପ୍ରତ୍ୟାରୋପଣକୁ ନେଇ ସେ ଗମ୍ଭୀର ହେଲେ ଏବଂ ଜଣେ ଦକ୍ଷ ଡାକ୍ତର ଖୋଜିପାଇଲେ ।

ଡାକ୍ତରଙ୍କ ନାଁ ଜନ୍‌ ମାଇକେଲ୍‌ ଡବରନଡ୍‌, ଯିଏକି ଦୁଇ ହାତ ପ୍ରତ୍ୟାରୋପଣ କରିଥିବା ବିଶ୍ୱର ପ୍ରଥମ ଡାକ୍ତର । ସେ ଅଧା ମୁହଁ ପ୍ରତ୍ୟାରୋପଣ ମଧ୍ୟ କରିଛନ୍ତି । ତେବେ ଚଳିତ ମାସ ତାଙ୍କର ମୃତ୍ୟୁ ହୋଇଛି । ଫେଲିକ୍ସ ପୂର୍ବରୁ ପ୍ରେସ୍ଥେଟିକ୍‌ ହାତ ମଧ୍ୟ ଲଗାଇଥିଲେ । କିନ୍ତୁ ବାସ୍ତବ ହାତକୁ ସେ ସର୍ବଦା ଝୁରୁଥିଲେ ।

ସମ୍ବନ୍ଧିତ ଖବର