ଛତା ସହିତ ପବନରେ ଉଡିଗଲେ ଏହି ବ୍ଯକ୍ତି, ଶିବରାଜ କହିଲେ ‘କଂଗ୍ରେସ ଅବସ୍ଥା ବି ଏମିତି ହେବ’

ଭୋପାଳ ୨୯/୩: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓଟି କୌଣସି ଏକ ରେଷ୍ଟୁରାଣ୍ଟର ପରି ଲାଗୁଛି । ବହୁତ ଜୋରରେ ପବନ ହେବା ଫଳରେ ସେଠାରେ ଥିବା ବଡବଡ ଛତା ସବୁ ଉଡିବାରେ ଲାଗୁଛି । ଏହି ସମୟରେ ଜଣେ ବ୍ୟକ୍ତି ଛତାକୁ ବଞ୍ଚାଇବା ଛତା ଉପରେ ଚଢି ଠିଆ ହୋଇଯାଉଛି । କିନ୍ତୁ ଏହାପରେ ସେହି ବ୍ଯକ୍ତି ଜଣକ ମଧ୍ଯ ସେହି ଛତା ସହିତ ଉଡିଯାଉଛନ୍ତି । ଏହି ଭିଡିଓ ଦେଖିବା ପରେ ମଧ୍ୟ ପ୍ରଦେଶର ପୂର୍ବତ୍ତନ ମୁଖ୍ଯମନ୍ତ୍ରୀ ଶିବରାଜ ସିଂହ ଚୌହାନ ନିଜ ଟ୍ୱିଟର ଆକାଉଣ୍ଟରେ ଏହାକୁ ସେୟାର କଲେ ଏବଂ ଏହା ସହିତ କ୍ୟାପସନ ଦେଲେ ଯେ ଆଗାମୀ ନିର୍ବାଚନରେ କଂଗ୍ରେସର ଅବସ୍ଥା ମଧ୍ଯ ଏହିପରି ହେବ ।

କହିରଖୁଛୁ ଭିଡିଓଟି ତୁର୍କିର ଓସ୍ମାନିୟା ପ୍ରାନ୍ତର । ଜୋରରେ ପବନ ହେବା ଫଳରେ ମାର୍କେଟ ଏରିଆରେ ସମସ୍ତ ସାମଗ୍ରୀ ଉଡିବାରେ ଲାଗିଲା । ସେତିକିବେଳେ ଷ୍ଟାଣ୍ଡ ସହିତ ଲାଗିଥିବା ନିଜ ଛତାକୁ ବଞ୍ଚାଇବା ପାଇଁ ଜଣେ ବ୍ଯକ୍ତି ଷ୍ଟାଣ୍ଡ ଉପରେ ଚଢିଗଲା କିନ୍ତୁ ପବନର ବେଗ ଏତେ ତୀବ୍ର ଥିଲା ଯେ ସେହି ବ୍ଯକ୍ତି ମଧ୍ଯ ପବନରେ ଉଡିଗଲା । ଏହି ଦୃଶ୍ଯ ସିସିଟିଭି କ୍ଯାମେରାରେ କଏଦ ହୋଇଯାଇଥିଲା ।

ଏହି ଘଟଣା ଦେଖି ସେଠାରେ ଉପସ୍ଥିତ ଥିବା ସବୁ ଲୋକ ଆଶ୍ଚର୍ଯ୍ଯ ହୋଇଯାଇଥିଲେ । ଏହି ଭିଡିଓଟି ୪୧ ସେକେଣ୍ଡର, ଯାହାକୁ GoViral ନାମକ ୟୁଟ୍ଯବ ପେଜରୁ ସେୟାର କରାଯାଇଥିଲା । ତେବେ କହିରଖୁଛୁ ସେହି ପବନରେ ଉଡି ଯାଇଥିବା ସେହି ବ୍ୟକ୍ତି ଜଣକ ନାମ ହେଉଛି ସାଦିକ । ଏବେ ସେ ଠିକ୍ ଅଛନ୍ତି । ଯେତେବେଳେ ସେ ପବନରେ ଉଡିଗଲେ ହଟାତ୍ ସେ ଜାଣିପାରିଲେନି ଯେ କଣ କରିବେ । ମାତ୍ର ୪ ମିଟର ଉଚ୍ଚତାକୁ ଉଠିଯିବାପରେ ସେ ତଳକୁ ଡେଇଁ ପଡିଥିଲେ । ଛତାଟି ଉଡି ପଳାଇଥିଲା । ସେ ତଳେ ପଡି ସାମାନ୍ଯ ଆହତ ହୋଇଥିଲେ ।

   ସମ୍ବନ୍ଧିତ ଖବର


ଏହି ରାଜ୍ୟରେ ଜୁନ୍ ମାସ ପର୍ଯ୍ୟନ୍ତ ମିଳିବ ମାଗଣା ଚାଉଳ

ଶପଥ ଗ୍ରହଣ ସମୟରେ AIMIM ବିଧାୟକ ‘ହିନ୍ଦୁସ୍ଥାନ’ କହିବାକୁ କଲେ ଆପତ୍ତି, ବିହାର ବିଧାନସଭାରେ ହଙ୍ଗାମା

ବିହାର ପରେ ଦକ୍ଷିଣ ମୁହାଁ ବିଜେପି, ଚେନ୍ନାଇରେ ଶାହଙ୍କ ରୋଡ ଶୋ’

ଅସଦୁଦ୍ଧିନ ଓବେସୀଙ୍କ ଦୁର୍ଭାଗ୍ୟଜନକ ମନ୍ତବ୍ୟ, ପୁଣି ହିନ୍ଦୁତ୍ବ ଉପରେ କଲେ ବିବାଦୀୟ ଟ୍ବିଟ୍…

ଓଡିଆ ଗୀତରେ ରାପ୍‌ କଲେ ସୁର ଭାଇନା: ‘ଆସିଗଲା ସୁର ରାଉତ, କଡ୍ଡା ଉପହାର ନେଇ ତ’.. ‘ମାଡି ଚାଲ’…

କେଉଁ ମାସରେ ହେବ ନୂତନ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ? ଖୁଲାସା କଲେ ଦଳର ମୁଖପାତ୍ର….