ଜାତି, ଧର୍ମ, ବର୍ଣ୍ଣ କିଛି ନାହିଁ, ଦେଶର ପ୍ରଥମ ନାସ୍ତିକ ପରିଚୟ ପତ୍ର ଜାରି ହେଲା ରବି କୁମାରଙ୍କ ପାଇଁ

ହରିୟାଣା ୨।୫: ଜାତି, ଧର୍ମ, ବର୍ଣ୍ଣ ସମ୍ପର୍କରେ କୈାଣସି ସୂଚନା ନ ଥାଇ ପରିଚୟ ପତ୍ର ପ୍ରସ୍ତୁତ କରିଛନ୍ତି ରବି କୁମାର ନାମକ ଜଣେ ବ୍ୟକ୍ତି। ଏହି ପରିଚୟ ପତ୍ରକୁ ଦେଶର ପ୍ରଥମ ନାସ୍ତିକ ପରିଚୟ ପତ୍ର ବୋଲି ବିବେଚନା କରାଯାଉଛି। ପରିଚୟ ପତ୍ରରେ ଜାତି, ଧର୍ମ, ବର୍ଣ୍ଣ ସମ୍ପର୍କରେ ସୂଚନା ଦେବାକୁ ଥିବା ସ୍ଥାନକୁ ରବି କୁମାର ପୂରଣ ନକରି ଖାଲି ଛାଡ଼ି ଦେଇଛନ୍ତି। ନିଜକୁ ନିଜେ ଏବାବଦରେ ସେ ନାସ୍ତିକ ଘୋଷଣା କରିଛନ୍ତି। ଦେଶରେ ପ୍ରଥମ ଥର ପାଇଁ ହରିୟାଣାର ଟୋହାନାରେ ଏଭଳି ବ୍ୟକ୍ତି ରହୁଥିବାର ସୂଚନା ମିଳିଛି।

ରବି କୁମାରଙ୍କୁ ଏବେ ରବି ନାସ୍ତିକ ନାମରେ ନାମିତ କରାଯାଇଛି। ଏଥିପାଇଁ ରବିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତୁ ଆଇନ ସହିତ ଲଢ଼ିବାକୁ ପଡ଼ିଥିଲା। ରବି ୨୦୧୭ ମସିହାରେ ନିଜ ନାଁକୁ ଠିକ କରିବା ପାଇଁ ଫତେହବାଦ କୋର୍ଟରେ ସିଭିଲ୍ କେସ୍ କରିଥିଲେ। ଏହି ବର୍ଷ ଜାନୁଆରୀରେ ତାଙ୍କ ନାମ ସହିତ ନାସ୍ତିକ ଲେଖିବା ପାଇଁ ଅନୁମତି ମିଳିଥିଲା। ଏବେ ଡେପୁଟି କମିସନରଙ୍କ ଆଦେଶରେ ତହସିଲ କାର୍ଯ୍ୟାଳୟ ରବି ନାସ୍ତିକଙ୍କୁ ‘ଜାତି’, ‘ଧର୍ମ’, ‘ବର୍ଣ୍ଣ’ କିଛି ନାହିଁ ବୋଲି ପ୍ରମାଣ ପତ୍ର ଜାରି କରିଛନ୍ତି।

ରବିଙ୍କ ଓକିଲ ଅମିତ କୁମାର ସୈନୀ କହିଛନ୍ତି, ଜାତି, ଧର୍ମ, ବର୍ଣ୍ଣ କିଛି ନାହିଁ ବୋଲି ତହସିଲ କାର୍ଯ୍ୟାଳୟ ଅସମର୍ଥତା ଜଣାଇବାରୁ ଡେପୁଟି କମିସନରଙ୍କ ଫାଖରେ ଆବେଦନ କରିଥିଲେ। ରବିଭ୍କର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ଏମିତି ବି ସନ୍ଦେହ କରାଯାଇଥିଲା ଯେ, ରବି ଅପରାଧ ତ ନୁହେଁ କିମ୍ବା ରବିଙ୍କ ସମ୍ବନ୍ଧ ଅନ୍ୟ କୈାଣସି ଦେଶ ସହିତ ତ ନାହିଁ ବୋଲି ଏମିତି ସନ୍ଦେହ କରାଯାଇଥିଲା। ମାତ୍ର ତାଙ୍କ କାଗଜପତ୍ର ପତ୍ର ରେକର୍ଡରେ ସେମିତି କିଛି ନଥିଲା। ତେଣୁ ତହସିଲଦାର ତାଙ୍କ ରେକର୍ଡରେ ଖୁସି ହୋଇ ସେଲ୍ଫ ଡିକ୍ଲାରେସନ୍ ଆଧାରରେ ରବିଙ୍କ ପାଇଁ ପରିଚୟ ପତ୍ର ଜାରି କରିଛନ୍ତି।