PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ଭଉଣୀର ପ୍ରେମକୁ ସହି ପାରିଲାନି ଭାଇ – କରିଦେଲା ଏମିତି ଭୟଙ୍କର କାମ

times of india

ଔରଙ୍ଗାବାଦ – ବିହାରର ଔରଙ୍ଗାବାଦ ଜିଲ୍ଲାର ମୁଫସ୍ସିଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଯାହାକୁ ନେଇ ଖୁବ୍‌ ଚର୍ଚ୍ଚା ।  ଶନିବାର ଦୁଇ ପ୍ରେମୀ ଯୋଡ଼ିଙ୍କୁ ଛୁରୀରେ ଆକ୍ରମଣ କରି ହତ୍ୟା କରାଯାଇଛି ।  ରିପୋର୍ଟ ମୁତାବକ, ଏହି ମାମଲାରେ ପ୍ରେମିକାଙ୍କ ଭାଇ ସହ ଅନ୍ୟ ଲୋକଙ୍କୁ ଦୋଷୀ କରାଯାଇଛି। 

ପୁଲିସ୍‌ର ଜଣେ ଅଧିକାରୀ କହିଛନ୍ତି କି , କପସିୟା ଗାଁରେ ରହୁଥିବା ନୀରଜ କୁମାର (୧୯) ପଡ଼ୋଶୀ ଭାବେ ରହୁଥିବା ଅମୃତା କୁମାରୀଙ୍କୁ ( ୧୮) ଗତ ୨ ବର୍ଷ ହେଲା ଆଫେୟାର ଚାଲୁଥିଲା। ଶନିବାର ସକାଳେ ଅମୃତା କୁମାରୀ ନିଜର ବୟଫ୍ରେଣ୍ଡ ନୀରଜଙ୍କ ଘରକୁ ଚାଲି ଯାଇଥିଲେ ।  ପୁଲିସ୍‌ ମୁତାବିକ୍‌  ଏହାର ସୂଚନା ଯେତେବେଳେ ଅମୃତାଙ୍କ ପରବାର ଲୋକେ ଜାଣିଲେ , ସମସ୍ତେ ତାଙ୍କୁ ଆଣିବାକୁ ନୀରଜ କୁମାରଙ୍କ ଘରକୁ ଯାଇଥିଲେ । କିନ୍ତୁ ଅମୃତା ନିଜ ଘରକୁ ଯିବାକୁ ମନା କରିଦେଲା। ଏହା ପରେ ଅମୃତାଙ୍କ ଲୋକ କ୍ରୋଧିତ ହୋଇଗଲେ ।

ଅଭିଯୋଗ ମୁତାବକ , ଅମୃତାଙ୍କର ଭାଇ ନିଜ ଭଉଣୀ ଓ ତାଙ୍କର ପ୍ରେମିକ ନୀରଜଙ୍କୁ ଛୁରୀରେ ହତ୍ୟା କରିଦେଥିଲେ । ମୁଫସ୍ସିଲ ଥାନାର ପ୍ରଭାରୀ ସୁଜିତ୍‌ କୁମାର କହିଛନ୍ତି କି, ହତ୍ୟାକୁ ଲୁଚାଇବା ପାଇଁ ପରିବାର ଲୋକ ଦୁଇଟି ଶବକୁ  ଅନ୍ତିମ ସଂସ୍କାର ପାଇଁ  ଶ୍ମଶାନ ଘାଟ ନେଇଯାଇଥିଲେ , କିନ୍ତୁ କୌଣସି ପ୍ରକାରେ ଏହି ଖବର ପୁଲିସ୍‌ ପାଖରେ ପହଞ୍ଚି ଗଲା।

ପୁଲିସ୍‌ ତୁରନ୍ତ ଶ୍ମଶାନରେ ପହଞ୍ଚି ଚିତାକୁ ଲିଭାଇ ଅଧା ଜଳା ଦୁଇଟି ଶବକୁ ଉଦ୍ଧାର କରିଥିଲା। ଶବ ଦୁଇଟିକୁ  ପୋଷ୍ଟମର୍ଟମ ପାଇଁ ହସ୍ପିଟାଲ ପଠାଯାଇଛି। ସୁଜିତ୍‌ କୁମାର କହିଛନ୍ତି, ଅମୃତା ଔରଙ୍ଗାବାଦରେ ପଢ଼ୁଥିଲେ। ଆଉ ନୀରଜ ଗୁଜୁରାଟର ସୁରତରେ ରହି କାମ କରୁଥିଲେ। ନୀରଜ କିଛି ଦିନ ପୂର୍ବରୁ  ନିଜ ଗାଁକୁ ଆସିଥିଲା। ଥାନା ପ୍ରଭାରୀ କହିଛନ୍ତି କି , ଏହି ମାମଲାରେ ୪ଜଣଙ୍କୁ ଗିରଫ କରି ପଚରାପଚରି କରାଯାଉଛି । ପୁଲିସ୍‌  ସବୁ ଦିଗରୁ  ମାମଲାର ଯାଞ୍ଚ କରୁଛି ।