ସଙ୍ଗରୋଧ ଗୃହରେ ସୁରଟ ଫେରନ୍ତାଙ୍କ ମୃତ୍ୟୁ, ସ୍ୱାବ୍‌ ରିପୋର୍ଟକୁ ଅପେକ୍ଷା

ପୋଲସରା, ୯/୫: ଏହି ବ୍ଲକ୍‌ ଢୁଙ୍କାପଡ଼ା ଗ୍ରାମ ପଞ୍ଚାୟତର ଢୁଙ୍କାପଡ଼ା ନୋଡାଲ୍‌ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ଜଣେ ସୁରଟ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ଶୁକ୍ରବାର ଅପରାହ୍ଣ ୨ଟାରେ ମୃତ୍ୟୁ ଘଟିଛି । ଖାଇ ବସିଥିବାବେଳେ ତାଙ୍କ ଜୀବନ ଚାଲିଯାଇଛି । ମୃତକ ହେଲେ ମଧୁପଲ୍ଲୀ ଗ୍ରାମର ପ୍ରଫୁଲ୍ଲ ବେହେରା (୩୯) ।

ସୂଚନା ମୁତାବିକ, ସଙ୍ଗରୋଧ ଗୃହରେ ମୋଟ ୬୯ ଜଣ ସୁରଟ ଫେରନ୍ତା ବୁଧବାର ଆସି ରହିଥିଲେ । ଶୁକ୍ରବାର ଅପରାହ୍ଣ ୨ଟାରେ ପ୍ରଫୁଲ୍ଲଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ସ୍ତ୍ରୀ କହିବା ଅନୁସାରେ ଘଟଣାର କିଛି ସମୟ ପୂର୍ବରୁ ସେ ମୋ ସହ ଫୋନ୍‌ରେ କଥା ହୋଇଥିଲେ । ମାତ୍ର କ’ଣ ହେଲା କେଜାଣି, କିଛି ସମୟ ପରେ ମୁଁ ଖବର ପାଇଲି ଯେ ସ୍ୱାମୀଙ୍କ ମୃତ୍ୟୁ ଘଟିଛି । ପୂର୍ବରୁ ତାଙ୍କୁ ଜ୍ୱର ହେଉଥିଲା । ପ୍ରଶାସନିକ ଅଧିକାରୀମାନେ ତାଙ୍କ ଚିକିତ୍ସା ମଧ୍ୟ କରାଇଥିଲେ । ଅପରପକ୍ଷରେ ପ୍ରଫୁଲ୍ଲଙ୍କ ମୃତ୍ୟୁକୁ ନେଇ କରୋନାଜନିତ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀମାନେ ମୃତକଙ୍କ ନମୁନା ସଂଗ୍ରହ କରିବା ପରେ ଶବକୁ ବ୍ରହ୍ମପୁର ପଠାଯାଇଥିବା କହିଛନ୍ତି ସରପଞ୍ଚ ପ୍ରତିନିଧି ବସନ୍ତ ଜେନା ।

   ସମ୍ବନ୍ଧିତ ଖବର


ସେମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା, ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ରାଉରକେଲା ସ୍କର୍ପିଓ ପୋଡି ଘଟଣା; ଗୋମାଂସ ଚାଲାଣ ସନ୍ଦେହରେ ଦୁର୍ବୃତ୍ତ ଜାଳିଥିଲେ ଗାଡି, ଡ୍ରାଇଭର ସମେତ ୪ ଗିରଫ

ମହିଳା ଟେନିସ୍‌ ତାରକା ‌ ସିମୋନା ହାଲେପଙ୍କୁ କରୋନା

କଟକ ସହର ପାଇଁ ଆଉ ଏକ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା : ସ୍କିପ୍ସ ପ୍ରୋଜେକ୍ଟରେ ପ୍ରଥମ ଗ୍ରୀଡ୍ ଲୋକାର୍ପିତ

ନୀଳଗିରିକୁ ଝାଡଖଣ୍ଡି ହାତୀପଲଙ୍କ ଆଗମନ ଆଶଙ୍କା, ଦନ୍ତା ହାତୀ ଆସିବୁଲି ଫେରିଯିବା ପରେ ବଢିଲା ଚିନ୍ତା…

ଦୋକାନ ଛାତ କଣାକରି ଦୁଇକିଲୋ ସୁନା ଅଳଙ୍କାର ଚୋରି କରିନେଲେ ଦୁର୍ବୃତ୍ତ..