ଚିଡିଆଖାନାରେ ସିଂହ ଖୁଆଡ ଭିତରକୁ ଡେଇଁଲେ ଯୁବକ, ହେଲା ସାମନା ସାମନି… ଆଉ ଏହାପରେ ଯାହା ହେଲା ଭିଡିଓ ଦେଖିଲେ ଡରିଯିବେ

ନୂଆଦିଲ୍ଲୀ,୧୭।୧୦: ଦିଲ୍ଲୀର ଏକ ଚିଡିଆଖାନରେ ସେତେବେଳେ ଲୋକଙ୍କ ଭିତରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଥିଲ ଯେତେବେଳେ ଜଣେ ଯୁବକ ସିଂହର ଖୁଆଡ ଭିତରକୁ ଡେଇଁ ପଡିଥିଲେ। ତେବେ ସବୁଠାରୁ ଆଶ୍ଚର୍ଯ୍ୟଜର କଥା ହେଉଛି ଯେ, ଯୁବକ ଜଣକର ଟିକେ ବି କ୍ଷତି କରିନଥିଲା ସିଂହ, ଏହାପରେ ଯୁବକ ଜଣକ ସୁରକ୍ଷିତ ଭାବରେ ସେଠାରୁ ବାହାରିଥିଲେ। ଦେଖନ୍ତୁ ଏହି ଭିଡିଓ…

ମିଳିଥିବା ଖବର ଅନୁସା​‌ରେ ଯୁବକ ଜଣକ ଯେତେବେଳେ ସିଂହ ଖୁଆଡ ଭିତରକୁ  ଯିବାକୁ ଚେଷ୍ଟା କରିଥିଲା ଆଖପାଖର ଲୋକମାନେ ତାକୁ ରୋକିବାକୁ ଚେ​‌ଷ୍ଟା କରିଥିଲେ, କିନ୍ତୁ ଯୁବକ ଜଣକ ମାନିନଥିଲା ଓ ସିଂହର ଖୁଆଡ ଭିତରକୁ ଡେଇଁ ପଡିଥିଲା। ଏହାପରେ ଯୁବକ ଜଣକର ସିଂହ ସହିତ ମୁହଁମୁହିଁୟ ହୋଇଥିଲା। କିନ୍ତୁ ମାମଲା ସେଠାରେ ଶେଷ ହୋଇନଥିଲା। ଏହାପରେ ଯୁବକ ଜଣକ ଯାଇ ସିଂହ ପାଖରେ ଯାଇ ବସିଥିଲା। କିନ୍ତୁ ସିଂହଟି ଯୁବକର କୌଣସି କ୍ଷତି କରିନଥିଲା। ଏହାପରେ ଚିଡିଆଖାନାର ସୁରକ୍ଷାକର୍ମୀଙ୍କ ୪ଟି ଟିମ୍ ଯୁବକ ଜଣକୁ ତୁରନ୍ତ ଖୁଆଡ ଭିତରୁ ବାହାରକୁ ଆଣିଥିଲେ।

କୁହାଯାଉଛି ଯେ, ଯୁବକ ଜଣକ ଜଣେ ମାନସିକ ବିକାରଗ୍ରସ୍ତ। ଘଟଣାପରେ ତାଙ୍କୁ ପୋଲିସ ଷ୍ଟେସନକୁ ନିଆଯାଇଥିଲା ଓ ସେଠାରେ ପଚରାଉଚରା ଚାଲିଛି। ପୋଲିସ କହିଛି ଯେ, ଯୁବକଟିର ନାମ ରିହାନ ଖାନ(୨୮), ଯିଏକି ବିହାରର ବାସିନ୍ଦା। ସେ ଜଣେ ମାନସିକ ରୋଗୀ। ସେ ପୂର୍ବ ଚମ୍ପାରଣରେ ରହୁଥିବା ବେଳେ କିଛି ଦିନ ତଳେ ଦିଲ୍ଲୀର ସଲିମପୁରରେ ରହୁଥିଲେ।

   ସମ୍ବନ୍ଧିତ ଖବର


ଭାରତକୁ ବଡ ଝଟକା ଦେଲା ଇରାନ୍, ଚାବହାର ରେଳ ପ୍ରୋଜେକ୍ଟରୁ ବାହାର କଲା

AIIMS-ପାଟନାରେ କରୋନାରେ ଚାଲିଗଲା ୨ ଡାକ୍ତରଙ୍କ ଜୀବନ !

କାହିଁକି ଏହି କାର୍ ପିନ୍ଧିଛି ମାସ୍କ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଫେସ୍‌ବୁକ୍‌ ଆକାଉଣ୍ଟ ବନ୍ଦ କର , ନୁହେଁତ ଚାକିରୀ ଛାଡ଼ – ସେନାରେ ୮୯ଟି ଆପ୍ ବ୍ୟାନ୍

ଭାରତରେ କରୋନାକୁ ନେଇ ଏକ ଭଲ ଖବର – ସ୍ୱଦେଶୀ ଭାକ୍‌ସିନ୍‌ର ଟକ୍ସିସିଟି ଅଧ୍ୟୟନ ସଫଳ ବୋଲି କହିଲା ଆଇସିଏମ୍‌ଆର୍‌

ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି, ୧୬-୩୧ ଜୁଲାଇ ଯାଏ ପୁରା ଲକ୍‌ଡାଉନ୍‌