ମହିଳାଙ୍କୁ ‘ଗୁଡ ମର୍ଣ୍ଣିଂ’ ମେସେଜ କରିଥିଲେ ଯୁବକ, ଛୁରି ଭୁସି ହତ୍ୟା କଲେ ସ୍ୱାମୀ

ରାଞ୍ଚି, ୨୭|୦୨:  ଅନେକ ବ୍ୟକ୍ତିଙ୍କ ଦିନର ଆରମ୍ଭ ଶୁଭ ସକାଳ ବା ଗୁଡ୍ ମର୍ଣ୍ଣିଂ ମେସେଜରୁ ହୋଇଥାଏ। ସେମାନେ ଏହି ମେସେଜ ପାଇ ଅଧିକ ଖୁସି ମଧ୍ୟ ହୋଇଥାନ୍ତି। କିନ୍ତୁ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଏକ ଶୁଭ ସକାଳ ମେସେଜ ଜଣେ ଯୁବକଙ୍କ ଜୀବନ ନେଇଛି। ଏକ ମୋବାଇଲ ମେସେଜର ରିପ୍ଲାଏ ଦେବା ଏତେ ବଡ ଅଘଟଣକୁ ଡାକିଦେବ ଏକଥା ସେ ନିଜେ କେବେବି ଭାବି ନଥିବେ।

ଏହି ମାମଲା ଝାରଖଣ୍ଡର ହଜାରିବାଗ ସହରର କଟକମଦାଗ ଥାନା ଅଞ୍ଚଳରେ ଘଟିଛି। ଏଠାକାର ଜଣେ ଯୁବକ ସୁଲତାନା ଗ୍ରାମରେ ରହୁଥିବା ଜଣେ ମହିଳାଙ୍କୁ ଗୁଡ ମର୍ଣ୍ଣିଂ ମେସେଜର ରିପ୍ଲାଏ ଦେଇଥିଲେ।ଯେଉଁଥିରେ ଅସନ୍ତୁଷ୍ଟ ହୋଇ ମହିଳାଙ୍କ ସ୍ୱାମୀ ସେହି ଯୁବକଙ୍କୁ ଛୁରି ଭୁସି ହତ୍ୟା କରିଛନ୍ତି। ମୃତକଙ୍କ ନାମ  ସଲମାନ ଅନସାରୀ। ତାଙ୍କୁ ୨୪ ବର୍ଷ ହୋଇଥିବା କୁହାଯାଉଛି। ସେ ସୁଲତାନା ଗ୍ରାମରେ ରହୁଥିଲା। ୧୫ ଦିନ ପୂର୍ବରୁ ସେ ବିବାହ କରିଥିବା ପରିବାର ଲୋକେ କହିଛନ୍ତି।

ପରିବାର ଲୋକଙ୍କ କହିବାନୁସାରେ, ଜଣେ ମହିଳାଙ୍କ ଗୁଡ ମର୍ଣ୍ଣିଂ ମେସେଜ ଆସିଥିଲା। ମୃତ ସଲମାନଙ୍କ ପତ୍ନୀ ଏହାର ରିପ୍ଲାଏ ଦେଇଥିଲେ। ଅଭିଯୁକ୍ତ ଫୈଜଲ ଏହି ମେସେଜ ଦେଖି ମହିଳାଙ୍କୁ ପଚାରିଥିଲା। ଏହି ନମ୍ବର ସଲମାନଙ୍କର ବୋଲି ମହିଳାଜଣଙ୍କ କହିଥିଲେ। ଏହାପରେ ଫୈଜଲ ଦୁଇ ଜଣ ଯୁବକଙ୍କୁ ଧରି ସଲମାନଙ୍କ ଘରେ ପହଁଚି ତାକୁ ଛୁରି ଭୁସି ଦେଇଥିଲା।

ସଲମାନଙ୍କୁ ପରିବାରା ଲୋକେ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲା। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଛି।

   ସମ୍ବନ୍ଧିତ ଖବର


କରୋନା ସହ ଲଢ଼ିବା ପାଇଁ Google Doodle ର ନୂତନ ଅବତାର : ମହାମାରୀକୁ କିପରି ରୋକି ହେବ ଜାଣନ୍ତୁ

କେରଳରେ ମଦ ଦେକାନ ବନ୍ଦ: ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ବ୍ରେକ୍

ଆମେରିକାରେ କରୋନା ନେବ ଲକ୍ଷାଧିକ ପ୍ରାଣ, ଏବେ ଠାରୁ ୧ ଲକ୍ଷ ବଡିବ୍ୟାଗ୍‌ କିଣିବାକୁ ଅର୍ଡର ଦେଲା ଟ୍ରମ୍ପ ପ୍ରଶାସନ

କରୋନାରେ ଦୋକାନୀଙ୍କ ମୃତ୍ୟୁ, ଜିନିଷ କିଣିବାକୁ ଆସୁଥିଲେ ମରକଜର ଜମାତି, ଏବେ ବିପଦରେ ବସ୍ତି ଲୋକଙ୍କ ଜୀବନ