ଭୋଟିଂ ପୂର୍ବରୁ ଗଡିଲା ମୁଣ୍ଡ, ରାଜନୈତିକ ଶତ୍ରୁତାରୁ ବୋମାମାଡ

ଭଞ୍ଜନଗର ୧୮|୪: ଭଞ୍ଜନଗର ଅଗଝୋଳ ଗାଁରେ ପଲିଟିକାଲ୍ ୱାର୍ ଦେଖିବାକୁ ମିଳିଛି । ରାଜନୈତିକ ଶତ୍ରୁତାରୁ ବୋମାମାଡ କରି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଉଛନ୍ତି ସଦାଶିବ ପ୍ରଧାନ ।
ସୂଚନା ଅନୁସାରେ ଗତକାଲି ଭଞ୍ଜନଗର ଅଗଝୋଳ ଗାଁରେ ବୋମାମାଡ ହୋଇଛି । ବୋମାମାଡରେ ଗାଁର ସଦାଶିବ ପ୍ରଧାନଙ୍କ ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସଦାଶିବଙ୍କୁ ଘରୁ ଡାକି ନେଇ ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ମୃତଦେହକୁ ଜବତ କରି ଭଞ୍ଜନଗର ପୋଲିସର ତଦନ୍ତ ଆରମ୍ଭ କରିଛି ।