ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପତ୍ନୀହନ୍ତାକୁ ଗିରଫ କଲା ପୋଲିସ

ନବରଙ୍ଗପୁର ୦୩/୦୪: ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛି ସ୍ୱାମୀ । ଏଭଳି ଘଟଣା ଘଟିଛି ପାପଡ଼ାହାଣ୍ଡି ଥାନା ଚିକିଲି ଗାଁରେ । ଗିରଫ ଅଭିଯୁକ୍ତର ନାଁ ଗଙ୍ଗା ହରିଜନ । ସ୍ତ୍ରୀ ନମିତା ହରିଜନଙ୍କୁ ହତ୍ୟା କରିଥିବା ସଂପର୍କରେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ବୁଧବାର ପୂର୍ବାହ୍ନ ୧୦ଟାରେ ନମିତା ନିଜ ମାଆ ସୁବାସିନୀ ହରିଜନଙ୍କୁ ଫୋନ୍‌ କରିଥିଲେ । ଗଙ୍ଗା ତାଙ୍କୁ ଜୀବନରେ ମାରିଦେବାକୁ ଗୋଡ଼ାଉଥିବା ଜଣାଇଥିଲେ । ଖବର ପାଇବାର ଘଣ୍ଟାକ ଭିତରେ ନମିତାଙ୍କ ବାପା ନରହରି ହରିଜନ ଓ ମାଆ ସୁବାସିନୀ ସେଠାରେ ପହଞ୍ଚିଥିଲେ । ସେତେବେଳକୁ ଝିଅର ଶବ ଖଟ ଉପରେ ପଡିଥିଲା । ବେକରେ ଦୌଡ଼ି ଚିହ୍ନ ରହିଥିଲା । ଏ ସଂପର୍କରେ ପାପଡ଼ାହାଣ୍ଡି ଥାନାରେ ନମିତାଙ୍କ ବାପା ନରହରି ଏତଲା ଦେଇଛନ୍ତି । ନମିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏତଲାକୁ ଭିତ୍ତି କରି ପୁଲିସ୍‌ ହତ୍ୟା ମାମଲା ରୁଜୁ କରିଛି ।

   ସମ୍ବନ୍ଧିତ ଖବର


ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

୧୫ ଅଗଷ୍ଟ ପରେ ଖୋଲିବ ସ୍କୁଲ-କଲେଜ୍, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଘୋଷଣା

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ରାଜଧାନୀରେ ଶସ୍ତା ହେବ ମଦ, ଲାଗିବନି ୭୦ ପ୍ରତିଶତ କରୋନା ଟ୍ୟାକ୍ସ