୧୦ମହିଳାଙ୍କୁ ବିବାହ କରିବା ପରେ ବି ହେଲେନି ସନ୍ତାନ , ପରେ ଏହି ନିଷ୍ପତ୍ତି ହେଲା ହତ୍ୟାର କାରଣ

ବରେଲି – ୟୁପିର ବରେଲିରୁ ଏକ ଆଶ୍ଚର୍ଯ୍ୟକର ମାମଲା ସାମନାକୁ ଆସିଛି । ସନ୍ତାନ ପାଇବା ଆଶାରେ ୧୦ଜଣ ମହିଳାଙ୍କୁ ବିବାହ କରିବା ପରେ ମଧ୍ୟ ଜଣେ ବ୍ୟକ୍ତି ନିରାଶ ହୋଇଥିଲେ । ତାଙ୍କର କୌଣସି ସନ୍ତାନ ହୋଇନଥିଲେ । ଶେଷରେ ସେ ଗୋଟିଏ ନିଷ୍ପତ୍ତି ନେଇଥିଲେ । ନିଜର କୋଟି କୋଟି ଟଙ୍କାର ଜମିକୁ ତାଙ୍କର ଦେଖାଶୁଣା କରୁଥିବା ଭଣଜା ନାଁରେ କରିବାକୁ ଇଚ୍ଛା କଲେ । କିନ୍ତୁ ଏହି ଇଚ୍ଛା ତାଙ୍କର ହତ୍ୟାର କାରଣ ସାଜିଲା ।
ହତ୍ୟାକାରୀ ଆଉ କେହି ନୁହେଁ , ନିଜର ଭାଉଜ ହିଁ ଥିଲା । ବରେଲିରେ କୋଟି କୋଟି ଟଙ୍କା ସମ୍ପତ୍ତି ଲୋଭରେ ନିଜର ଦିଅରକୁ ସୁପାରୀ ଦେଇ ହତ୍ୟା କରିଥିଲା ଭାଉଜ । ପୁଲିସ୍ ହତ୍ୟାର ଖୁଲାସା କରି ଅଭିଯୁକ୍ତ ଭାଉଜ ସହ ଆଉ ୪ଜଣଙ୍କୁ ଗିରଫ କରି ମାମଲାର ପର୍ଦ୍ଦାଫାସ୍ କରିଛି ।

ବାସ୍ତବରେ ଏହି ମାମଲାଟି ବରେଲିର ଭୋଜିପୁରା ଥାନା ଅଞ୍ଚଳର । ଏଠାରେ ୫୫ ବର୍ଷିୟ ଜାଗନ ଲାଲଙ୍କର ୨୦ ଜାନୁୟାରୀରେ ତଣ୍ଟି ଚିପି ହତ୍ୟା କରାଯାଇଥିଲା । ଜଗନ ଲାଲାଙ୍କ ପାଖରେ ୧୪ ବିଘା ଜମି ଥିଲା ଏହଂ ସେ ଗାଁରେ ରହୁଥିଲେ । ଜଗନ ଲାଲଙ୍କ ଘରଲୋକଙ୍କ କହିବାନୁସାରେ ହେଲା ଜଗନ ଏବେସୁଦ୍ଧା ୧୦ଜଣ ମହିଳାଙ୍କୁ ବିବାହ କରିସାରିଥିଲେ , କିନ୍ତୁ କାହାର ସନ୍ତାନ ହୋଇନଥିଲେ ।
ତାଙ୍କର କିଛି ପତ୍ନୀଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଆଉ କିଛି ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ଏହି ସମୟରେ ମଧ୍ୟ ୫୫ ବର୍ଷିୟ ଜଗନ ଲାଲ ନିଜର ୨ ପତ୍ନୀଙ୍କ ସହ ଗାଁରେ ହିଁ ରହୁଥିଲେ । ଜଗନ ଲାଲ୍ଙ୍କର କୌଣସି ସନ୍ତାନ ନହେବା କାରଣରୁ ତାଙ୍କର କୋଟି କୋଟି ଟଙ୍କାର ଜମିରେ ଅନ୍ୟମାନଙ୍କର ନଜର ଥିଲା । ୨୦ ଜାନୁୟାରୀ ରାତିର ଅନ୍ଧକାରରେ ଜଗନ ଲାଲଙ୍କର ତଣ୍ଟି ଚିପି ହତ୍ୟା କରିଦିଆ ଯାଇଛି । ଘଟଣାର ସୂଚନା ପରେ ପୁଲିସ୍ ମୋକଦମା ଦାଖଲ କରି ଯେବେ ଯାଞ୍ଚ ଆରମ୍ଭ କରିଛି ତ ହତ୍ୟା ପଛର କାହାଣୀ ଶୁଣି ପୁଲିସ୍ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା।

ପୁଲିସ୍ ମୁତାବିକ୍, ହତ୍ୟା ଆଉ କିଏ ନୁହେଁ ଜଗନଙ୍କର ଭାଉଜ ଜମି ଲୋଭରେ ସୁପାରୀ ଦେଇ କରିଥିଲେ । ଏସ୍ଏସ୍ପି ରୋହିତ ସିଂହ ସଜୱାଣ କହିଥିଲେ କି ହତ୍ୟାର ଖୁଲାସା ପାଇଁ ଭୋଜପୁରା ଇନ୍ସପେକ୍ଟର ମନୋଜ କୁମାର ତ୍ୟାଗୀଙ୍କୁ ଦାୟିତ୍ୱ ଦେଇଥିଲେ ।

ଏସ୍ଏସ୍ପି କହିଥିଲେ କି ମୃତକ ଜଗନ ଲାଲଙ୍କର ନିଜର କୌଣସି ସନ୍ତାନ ନଥିଲେ ଏବଂ ନିଜର ଦେଖାଶୁଣା ପାଇଁ ସେ ନିଜର ଜଣେ ଭଣଜାକୁ ନିଜ ପାଖରେ ରଖିଥିଲେ ।