ସ୍ବାମୀକୁ ମାରିଲା ସ୍ତ୍ରୀର ପ୍ରେମିକ: ୟୁଟ୍ୟୁବ୍‌ରୁ ଶିଖିଥିଲା ନିଶା ଦେବାର ପ୍ରଶିକ୍ଷଣ

ରାୟଗଡା ୩୧|୫:  ପ୍ରେମିକ ହିଁ ଥିଲା ହତ୍ୟାକାରୀ । ସହଯୋଗୀଙ୍କ ସହ ମିଶି ଘରୁ ଡାକିନେଇ କରିଥିଲା ହତ୍ୟା । ପ୍ରେମିକାର ସ୍ବାମୀଙ୍କୁ ଘରୁ ଡାକିନେଇ ମୁଣ୍ଡକୁ ଇଟାରେ ପିଟି ପିଟି ନିର୍ମମ ଭାବେ କରିଥିଲା ହତ୍ୟା । ରାମଚନ୍ଦ୍ରଙ୍କ ବାଇକ ମଧ୍ୟ ନେଇ ବ୍ରିଜ ତଳେ ଫୋପାଡି ଦେଇଥିଲେ ।

ରାୟଗଡା ଜିଲ୍ଲା କୁଟ୍ରାଗଡ଼ ଗାଁ ବଂଶଧାରା ନଦୀ ବ୍ରିଜ ତଳୁ ମୃତଦେଦ ଉଦ୍ଧାର ଘଟଣାରେ ଏଭଳି ଚାଞ୍ଚଲ୍ୟକର ଖୁଲାସା କରିଛି ପୋଲିସ । ଏହି ଘଟଣାରେ ସ୍ତ୍ରୀ ସୁନିତା, ପ୍ରେମୀକ ରମେଶ ଓ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । 

ଏପରିକି ହତ୍ୟାକାଣ୍ଡକୁ ପୁରା ଫିଲ୍ମ ଷ୍ଟାଇଲରେ ଦୁର୍ଘଟଣାର ରୂପ ଦେବାକୁ ଅଭିଯୁକ୍ତ ଷଡଯନ୍ତ୍ର ରଚିଥିଲା ବୋଲି ପୋଲିସ କହିଛି । ୟୁଟ୍ୟୁବ୍ ମାଧ୍ୟମରେ କିପରି ନିଶା ଦିଆଯିବ ତାହାର ପ୍ରଶିକ୍ଷଣ ନେଇଥିଲା ଅଭିଯୁକ୍ତ । ଗତ ୨୦ ତାରିଖରେ ବଂଶଧାରା ନଦୀର ବ୍ରିଜ ତଳୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ସେତେବେଳେ ରାମଚନ୍ଦ୍ରଙ୍କ ସ୍ତ୍ରୀ ସୁନିତା ନିଜ ବାପ ଘର ଗୁଣୁପୁରରେ ଥିଲେ । ରାମଚନ୍ଦ୍ରଙ୍କ ବାପା ଓ ଭାଇ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା ।

ପ୍ରାୟ ୧୬ବର୍ଷ ତଳେ ରାମଚନ୍ଦ୍ର ମହାନନ୍ଦିଆ ବିବାହ କରିଥିଲେ ଗୁଣୁପୁରର ସୁନିତା ମହାନନ୍ଦିଆଙ୍କୁ । ହେଲେ ସୁନିତାଙ୍କ ପୁରୁଣା ପ୍ରେମିକ ଗୁଣୁପୁର ଆମ୍ବେଦକର ନଗରର ରମେଶ ପାତିକା ରାମଚନ୍ଦ୍ର ଉପରେ ରାଗ ରଖିଥିଲା । ଏନେଇ ମୁନିଗୁଡା ଏସଡିପିଓ ଚନ୍ଦ୍ରଶେଖର ହୋତା ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ।

 

   ସମ୍ବନ୍ଧିତ ଖବର


ପୁରୀବାସୀଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ- କରୋନା ନିୟନ୍ତ୍ରଣ ପାଇଁ ଦେଲେ ଏହି ପରାମର୍ଶ

ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

ରସିକିଆ ଓଏଏସ୍‌ ଅଧିକାରୀଙ୍କ ବିକଳ ଅଶୀଳ୍ଲ ପ୍ରେମ

ପୁନେ- କର୍ମଚାରୀଙ୍କ ଗୁପ୍ତାଙ୍ଗରେ ଲଗାତାର ସାନିଟାଇଜର୍‌ ସ୍ପ୍ରେ କଲେ ମାଲିକ ଓ ତାଙ୍କ ସାଥୀ, ଲକ୍‌ଡାଉନ୍‌ ବେଳେ ଖର୍ଚ୍ଚ କୁ ନେଇ ବିବାଦ

ସମ୍ବଲପୁର- ଜୁଆ ଆଡ୍ଡାରୁ ୯ ମହିଳାଙ୍କ ସମେତ ୧୦ ଗିରଫ

ଯୁବତୀଙ୍କ ନାଁରେ ମାମଲା ରୁଜୁ- କ୍ୱାରେଣ୍ଟାଇନ ନିୟମ ଭାଙ୍ଗିବା ମହଙ୍ଗା ପଡ଼ିଲା