ଘରେ ପଶି ଯୁବତୀଙ୍କୁ କଲା ଦୁଷ୍କର୍ମ, ଜୀବନ ନେବା ପାଇଁ ଗୁପ୍ତାଙ୍ଗରେ ଭର୍ତ୍ତି କଲା ଲୁହାରଡ

ନାଗପୁର ୨୮/୧:   ମୁମ୍ବାଇର ନାଗପୁର ଜିଲ୍ଳାର ପାରାଡି ଅଞ୍ଚଳରେ ଜଣେ ୧୯ ବର୍ଷିୟ ଯୁବତୀଙ୍କୁ ଦୁଷ୍କର୍ମର ଅଭିଯୋଗ ହୋଇଛି । ପୋଲିସରୁ ମିଳିଥିବା ସୂଚନା ମୁତାବିକ ପୀଡିତାଙ୍କୁ ଦୁଷ୍କର୍ମ କରିବା ପରେ ଅଭିଯୁକ୍ତ ଯୁବକ ଗୁପ୍ତାଅଙ୍ଗରେ ଲୁହା ରଡ ଭର୍ତ୍ତିକରି ହତ୍ୟା କରିବାକୁ ଉଦ୍ୟମ କରିଛି । ଏହି ଅଭିଯୋଗ ହେବା ପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ମାମଲାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।

ପୁଲିସ  ଠାରୁ ମିଳିଥିବା ସୂଚନା ମୁତାବିକ  ଏହି ଘଟଣା ଜାନୁୟାରୀ ୨୧ତାରିଖର ଘଟିଛି।  ଯୁବତୀ ଜଣକ ଘରେ ଏକୁଟିଆ ଥିବା ସମୟ ଅଭିଯୁକ୍ତ ଯୁବକ ପୀଡିତାଙ୍କ ଏକୁଟିଆର ଫାଇଦା ଉଠାଇ ଘରେ ପଶି  ଅମାନୁସିକ ଭାବେ ଦୁଷ୍କର୍ମ କରିଥିଲେ। ଏତିକିରେ ଯୁବକଙ୍କ କାରନାମା ଶେଷ ହୋଇନ ଥିଲେ। ନିଜର ଭୁଲ୍ ଲୁଚାଇବା ପାଇଁ ଯୁବକ ଜଣକ ଯୁବତୀର ଗୁପ୍ତାଅଙ୍ଗ ଭିତରେ ଆଇରନ୍ ରଡ୍ ପୁରାଇ ମାରିଦେବାକୁ ଉଦ୍ୟମ କରିଥିଲା ।

ପୀଡିତା ଯୁବତୀ ଜଣକ ଗୁରୁରତ ଅବସ୍ଥାରେ ଏହି ବିଷୟରେ ଭାଇକୁ ଜଣାଇଥିଲା ପରେ ଜାନୁଆରୀ ୨୪ ତାରିଖରେ ପୀଡିତା ଭାଇ  ପାରାଡି ଥାନାରେ ଅଭିଯୋଗ କରିଥିଲା । ପୁଲିସ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ  ଯୋଗିଲାଲ ରାହଙ୍ଗଡାଲେକୁ   ଗୋନ୍ଦିଆରୁ ଗିରଫ କରିଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ପୀଡିତା  ଏବଂ  ଅଭିଯୁକ୍ତ ଯୋଗିଲାଲ ଗୋଟିଏ କମ୍ପାନୀରେ ଏକାଠି କାମ କରନ୍ତି। ପୀଡିତା ଯୁବତୀ ତାଙ୍କ ଭାଇ ଏବଂ ଅନ୍ୟ ଜଣେ ଯୁବତୀ ଓ ଅଭିଯୁକ୍ତ ଯୋଗିଲାଲା ଏକାଠି ପାରଡି ଅଞ୍ଚଳରେ ଭଡା ଘରେ ରୁହନ୍ତି। ଜାନୁଆରୀ ୨୧ ତାରିଖ ଦିନ ଯୁବତୀଙ୍କ ଭାଇ ଏବଂ ଅନ୍ୟ ଯୁବତୀ ଜଣକ କୌଣସି କାମ ଗାଁ ଯାଇଥିବା ସମୟ ଅଭିଯୁକ୍ତ ଯୁବତୀଙ୍କୁ ରାତିରେ ଦୁଷ୍କର୍ମ କରିଥିଲା। ପରେ ମାମଲାକୁ ଲୁଚାଇବା ପାଇଁ ପୀଡିତାଙ୍କ ଗୁପ୍ତଅଙ୍ଗରେ ଆଇରନ୍ ରଡ୍ ଭର୍ତ୍ତି କରି ମାରିବାକୁ ଉଦ୍ୟମ  କରି ବିଫଳ ହୋଇଥିଲା ପରେ ପୀଡିତା ଯୁବତୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଛାନ୍‌ଭିନ୍ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଗିରଫ ଲାଗି ପୋଲିସ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ଶେଷରେ ଅଭିଯୁକ୍ତ ଯୋଗିଲାଲ୍ ରାହଙ୍ଗଡାଲେ (୫୨) ଗୋନ୍ଦିଆ ଜିଲ୍ଲାରୁ ଗିରଫ କରିଛି ପୋଲିସ । ପୋଲିସ ଅନୁସାରେ ଅଭିଯୁକ୍ତ ଏକ ଚର୍‌ଖା ମିଲ୍‌ରେ ପର୍ଯ୍ୟବେକ୍ଷକ ରୂପେ କାର୍ଯ୍ୟ କରିଆସୁଛି  ସୂଚନା ମିଳିଛି।

   ସମ୍ବନ୍ଧିତ ଖବର


ମୁଁ ବଞ୍ଚିଛି … : ୨ ବର୍ଷ ହେଲା ନିଜକୁ ଜୀବିତ ପ୍ରମାଣିତ କରିବାକୁ ଅଫିସରୁ ଅଫିସ୍‌ ଘୂରି ବୁଲୁଛନ୍ତି ମହିଳା

ଏଣିକି ଖୋଲାରେ ବିକ୍ରି ହେଉଥିବା ମିଠାର ଏକ୍ସପାୟରୀ ଡେଟ୍ ଲେଖିବାକୁ ପଡିବ

ଆମେରିକା ଫେରି ଟ୍ରମ୍ପ ଲେଖିଲେ ଭାରତ ମହାନ…ସଫଳ ହୋଇଛି ଯାତ୍ରା

ଦିଲ୍ଲୀ ହିଂସା: ପ୍ରତିଦିନ ୧୦୦ କୋଟି ଟଙ୍କାର କ୍ଷତି; ଫ୍ୟାକ୍ଟ୍ରି ବନ୍ଦ, ହୋଲସେଲ୍ ଧନ୍ଦା ମାନ୍ଦା