ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଯୁବକ ଅବସ୍ଥାରେ କେବଳ ଦୁଇଟି ସାର୍ଟ ଚୋରି କରିଥିଲେ ଯୁବକ; ମିଳିଥିଲା ୨୦ ବର୍ଷର ଜେଲ୍ ଦଣ୍ଡ, ଏବେ ୬୭ ବର୍ଷ ବୟସରେ ବୁଢା ହୋଇ ମୁକୁଳିଲେ ଜେଲ୍‌ରୁ...

ଓ୍ବାଶିଂଟନ: ଆମେରିକାର ଜଣେ ବ୍ୟକ୍ତି ମାମୁଲି ଅପରାଧ ପାଇଁ ୨୦ ବର୍ଷର ଜେଲ୍‌ଦଣ୍ଡ ଭୋଗିବା ପରେ ଏବେ ମୁକ୍ତ ହୋଇଛନ୍ତି । ୨୦୦୦ ମସିହା ଫେବୃଆରୀ ମାସରେ ଗିରଫ ହୋଇଥିବା ‘ଗଏ ଫ୍ରାଙ୍କ୍’ ନାମକ ଏହି ବ୍ୟକ୍ତିଙ୍କୁ ଦୁଇଟି ସାର୍ଟ ଚୋରି ଅଭିଯୋଗରେ ଏହି ଜେଲ୍‌ଦଣ୍ଡ ଭୋଗିବାକୁ ପଡିଛି । ମାମୁଲି ଅପରାଧ ପାଇଁ ଲମ୍ବା ସମୟ ଧରି ସଜା କାଟୁଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ଲୁଇସିଆନାରେ 'ଇନୋସେନ୍ସ ପ୍ରୋଜେକ୍ଟ ନ୍ୟୁ ଓରଲିନ୍‌ସ ' ନାମକ ଏକ ଅଭିଯାନ ଚାଲିଛି । ଏହା ଅଧୀନରେ କୋର୍ଟ ଫ୍ରାଙ୍କଙ୍କୁ ମୁକ୍ତ କରିଛନ୍ତି । ଆମେରିକାର ଅଶ୍ବେତଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ପୁଣିଥରେ ବିତର୍କ ଆରମ୍ଭ ହୋଇଛି ।   

ଡେଲି ମେଲ୍‌ର ଖବର ମୁତାବକ ୬୭ ବର୍ଷିୟ ଫ୍ରାଙ୍କ ଜଣେ ଅଭ୍ୟାସଗତ ଚୋର । ସିକ୍‌ସ ଫିଫ୍‌ତ ଆଭେନ୍ୟୁ (Saks Fifth Avenue)ରେ ସାର୍ଟ ଚୋରି କରିବା ପୂର୍ବରୁ ଫ୍ରାଙ୍କଙ୍କୁ ୩୬ ଥର ଗିରଫ କରାଯାଇଥିଲା । ତାଙ୍ର ଉପରେ ଚୋରି ଏବଂ କୋକିନ୍ ରଖିବା ଭଳି ମାମଲା ରହିଥିଲା । ୧୯୯୦ରେ ତାଙ୍କୁ ୩ ବର୍ଷର ସଜା ଶୁଣାଯାଇଥିଲା । ୨୦୦୦ ମସିହାରେ ଯେତେବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା, ସେତେବେଳେ ତାଙ୍କ ଉପରେ ୫୦୦ ଡଲାରର ଜିନିଷ ଚୋରି କରିଥିବା ମାମଲା ଲଗାଯାଇଥିଲା । ଅଦାଲତ ଏହି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ପଠାଇ ଦେଇଥିଲେ । ଯେଉଁଠାରେ ସେ ୨୦ ବର୍ଷ ଜେଲ ଦଣ୍ଡ କାଟିବା ପରେ ଏବେ ମୁକ୍ତ ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ଲୁଧିଆନାରେ ୫୦୦ ଡଲାରରୁ କମ୍ ରାଶିର ଚୋରି ଏକ ପ୍ରମୁଖ ଅପରାଧ ଭାବରେ ବିବେଚନା କରାଯାଉଥିଲା ଏବଂ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ପାଇଁ ଆଇନ ସର୍ବାଧିକ ୨୩ ବର୍ଷ ଦଣ୍ଡବିଧାନ କରୁଥିଲା । ତେଣୁ କୋର୍ଟ ତାଙ୍କୁ ସର୍ବାଧିକ ଦଣ୍ଡିତ କରିଛନ୍ତି । ତେବେ 'ଦି ଇନୋସେନ୍ସ ପ୍ରୋଜେକ୍ଟ'ର ଉଦ୍ୟମ ହେତୁ ତାଙ୍କୁ କିଛି ସମୟ ପୂର୍ବରୁ ମୁକ୍ତ କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.