PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଘରେ ପଶି ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଜୀବନ୍ତ ଜଳାଇ ଦେଲେ, ଅଭିଯୁକ୍ତ ଫେରାର

ତ୍ରୀଶୁର,୪।୪: କେରଳର ତ୍ରିଶୁରରେ ଜଣେ  ଇଞ୍ଜିନିୟରିଂ ଛାତ୍ରୀଙ୍କୁ ତାଙ୍କ ଘରେ ପଶି ଜୀବନ୍ତ ଜଳାଇ ଦିଆଯାଇଛି। ଏହାପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି। ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ ଗତ କିଛି ଦିନ ହେବ ପିଛା କରୁଥିଲା। ଘରେ ପଶି ତାଙ୍କୁ ନିଆଁ ଲଗାଇବା ବେଳେ ଆଖପାଖର ଲୋକେ ତାଙ୍କର ଚିତ୍କାର ଶୁଣିବାକୁ ପାଇ ସେଠାରେ ପହଁଞ୍ଚିଥିଲେ। କିନ୍ତୁ ସେତେବେଳେ ଖୁବ୍ ବିଳମ୍ବ ହୋଇସାରିଥିଲା। ପୋଲିସ ଏବେ ଏହି ମାମଲାର ତଦନ୍ତ କରୁଛି।

ପୋଲିସର ସୂଚନା ଅନୁସାରେ ଦୀର୍ଘ ଦିନ ହେବ  ନୀତିଶ(୩୨ବର୍ଷ) ନାମକ ଏହି ଅଭିଯୁକ୍ତ ଜଣକ ଛାତ୍ରୀଙ୍କୁ (୨୨ ବର୍ଷ) ପିଛା କରୁଥିଲେ। ଏପରିକି ବାରମ୍ବାର ମଧ୍ୟ ଅଭିଯୁକ୍ତ ଜଣକ ପ୍ରେମ ନିବେଦନ କରିସାରିଛି। କିନ୍ତୁ ଛାତ୍ରୀଜଣକ ତାଙ୍କୁ ପ୍ରତ୍ୟାଖାନ କରିଥିଲେ। ଯେଉଁଥିରେ ରାଗିଯାଇଥିଲା ଅଭିଯୁକ୍ତ। ତେଣୁ ସେ ଛାତ୍ରୀଜଣକୁ ପିଛା କରି ତାଙ୍କ ଘରେ ପଶିଯାଇଥିଳା ଓ ଜୀଅନ୍ତା ଜଳାଇ ଦେଇଥିଲା।

ଯେତେବେଳେ ତାଙ୍କ ଘର ପାଖ ଲୋକମାନେ ଘର ଭିତରେ ପ୍ରବେଶ କରିଥିଲେ ଛାତ୍ରୀଜଣକୁ ବାଥରୁମରେ ଜଳୁଥିବାର ଦେଖିବାକୁ ପାଇଥିଲେ। ସ୍ଥାନୀୟ ବିଧାୟକ କେ.ରାଜନ କହିଛନ୍ତି, ସନ୍ଦେହ କରାଯାଉଛି ଯେ ଅଭିଯୁକ୍ତ ଜଣକ ପଛପଟ କବାଟ ଦେଇ ଛାତ୍ରୀଙ୍କ ଘରେ ପ୍ରବେଶ କରିଛି। ଘଟଣା ସମୟରେ ଘରେ ଛାତ୍ରୀଜଣକ ତାଙ୍କର ଜେଜେ ମା’ଙ୍କ ସହିତ ଥିଲେ। ଉଲ୍ଲେଖନୀୟ ଯେ ଗତ ମାସରେ ମଧ୍ୟ କେରଳର ତରୁଭଲ୍ଲାରେ ଜଣେ ଯୁବକ ଠିକ୍ ଏଭଳି ଜଣେ କଲେଜ ଛାତ୍ରୀଙ୍କୁ ଜୀଅନ୍ତା ଜଳାଇ ମାରିଦେଇଥିଲେ। ଏବେ ପୋଲିସ ଏହାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର