PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

ପାରିବାରିକ କଳହକୁ କେନ୍ଦ୍ର ସ୍ତ୍ରୀର ଶାଢ଼ିରେ ଝୁଲିପଡିଲେ ସ୍ୱାମୀ

ଭୁବନେଶ୍ୱର,୦୬/୦୮: ପାରିବାରିକ କଳହ ଓ ଧାରକରଜକୁ କେନ୍ଦ୍ର କରି ସ୍ତ୍ରୀର ଶାଢ଼ିରେ ଝୁଲିପଡିଲେ ସ୍ୱାମୀ । ଏଭଳି ଘଟଣା ଘଟିଛି ରାଜଧାନୀ ଉପଖଣ୍ଡ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ରେ । ମୃତକ ହେଲେ ଶିଶୁପାଳଗଡର ପ୍ରକାଶ ସୁବୁଦ୍ଧି । ଧଉଳି ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ପୁଲିସ କହିଛି, ପ୍ରକାଶ ପେସାରେ ଜଣେ ଅଟୋ ଡ୍ରାଇଭର । କରୋନା କଟକଣା ଯୋଗୁଁ ଏବେ ଅଟୋରିକ୍ସା ଚଳାଚଳ ସ୍ୱାଭାବିକ ହୋଇପାରୁନି । ବେପାର ବନ୍ଦ ରହିଛି । ଅନ୍ୟ କିଛି ବିକଳ୍ପ ବେପାର ବ୍ୟବସ୍ଥା ନଥିବାରୁ କିଛି ଦିନ ହେଲା ପ୍ରକାଶ ଚିନ୍ତାରେ ରହୁଥିଲେ । ଏନେଇ ମଧ୍ୟ ସ୍ତ୍ରୀଙ୍କ ସହ ଝଗଡା ଲାଗି ରହୁଥିଲା । ଆଜି ଘର ଭିତରେ ସେ ଶାଢ଼ୀ ଯୋଗେ ଫ୍ୟାନ୍‌ରେ ଝୁଲିପଡିଥିଲେ । ପରିବାର ଲୋକଙ୍କଠୁ ଖବର ପାଇଁ ଉକ୍ତ ଘରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି ।