ସାପକୁ ବିରକ୍ତ କରୁଥିଲା; ଏମିିତି ପ୍ରତିଶୋଧ ନେଲା ସାପ, ଭିଡିଓ ଭାଇରାଲ

ନୁଆଦିଲ୍ଲୀ ୨୩/୯: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବାଳକଟି ଗୋଟିଏ ସାପକୁ ଧରି ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପାଇଁ ତାକୁ ହଇରାଣ କରୁଛି । କିନ୍ତୁ ଶେଷରେ ଏହି କାମ ତାକୁ ଭାରୀ ପଡିଛି । ସାପଟି ବିରକ୍ତ ହୋଇ ତାକୁ ଜୋରରେ କାମୁଡି ଦେଇଛି ।

ଭିଡିଓରେ ଦେଖା ଯାଉଛି ଯେ ଜଣେ ବାଳକଟି ଗୋଟିଏ ସାପକୁ ଧରି ତାକୁ ଡରାଇବା ପାଇଁ ଚେଷ୍ଟା କରୁଛି । ସେ ବାରମ୍ବାର ତାକୁ ଉସକାଉଛି । ଶେଷରେ ସାପଟି ପ୍ରତିଶୋଧ ନେବା ପାଇଁ ତା ମୁଣ୍ଡକୁ ଜୋରରେ କାମୁଡି ଧରୁଛି ଏବଂ ଛାଡୁନି ।

ଫେସବୁକରେ ଏହି ଭିଡିଓକୁ ‘ରେପଟାଇଲ୍ ହଣ୍ଟର’ ସେୟାର କରିଛି । ୧୯ ନଭେମ୍ବରରେ ସେୟାର ହୋଇଥିବା ଏହି ଭିଡିଓକୁ ଏପର୍ଯ୍ଯନ୍ତ ୬୪ ହଜାରରୁ ଅଧିକ ୟୁଜର୍ସ ଦେଖିସାରିଲେଣି । ଲୋକମାନେ ଏଥିରେ ଭିନ୍ନ ଭିନ୍ନ କମେଣ୍ଟ ମଧ୍ୟ ଦେଉଛନ୍ତି ।

   ସମ୍ବନ୍ଧିତ ଖବର


ନିର୍ବାଚନ ଲଢିବାକୁ ଟିକେଟ୍ ନମିଳିବାରୁ ବ୍ୟବସାୟୀଙ୍କ ଆତ୍ମହତ୍ୟା, ସୁସାଇଡ୍ ନୋଟରେ ଲେଖିଲେ -୨ କୋଟି ଟଙ୍କା ମାଗୁଥିଲେ…

ମନ୍ତ୍ରୀ ହେବାପରେ ତେଜସ୍ବୀ ଯାଦବଙ୍କୁ ମିଳିଥିଲା ୪୨ ହଜାର ବିବାହ ପ୍ରସ୍ତାବ, ଝିଅମାନଙ୍କ ସ୍ବପ୍ନର ରାଜକୁମାର ଥିଲେ ତେଜସ୍ବୀ…

ଶ୍ରମିକ ଓ ଛୋଟ ଦୋକାନୀଙ୍କ ପାଇଁ ଖୁସି ଖବର, ସରକାର ଆଣୁଛନ୍ତି ଏହି ନୂଆ ଯୋଜନା

ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର