ପ୍ରମୁଖ ଖବର
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||
  • ଆହୁରି ଜଳିବ ଓଡ଼ିଶା, ମେ’ ୪ ଯାଏଁ ନିସ୍ତାର ଆଶା କମ୍‌': ଆଜିଠାରୁ ଭୀଷଣ ତାତି ମାଡ଼,୧୯ ଜିଲ୍ଲାକୁ ଆଲର୍ଟ ଜାରି
  • ||

ସିଂହ ସହ ଥଟ୍ଟାମଜା ପଡିଲା ମହଙ୍ଗା, ନିଜ ଆଙ୍ଗୁଠି ହରାଇଲେ ଯୁବକ

ନୂଆଦିଲ୍ଲୀ ୨୨/୫: ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଭୟଭୀତ ହୋଇଯିବେ । ପିଞ୍ଜରାରେ ବନ୍ଦ ଥିବା ଏକ ସିଂହ ସହିତ ମଜା କରୁଥିବାବେଳେ ଜଣେ ଯୁବକ ନିଜ ଆଙ୍ଗୁଠି ହରାଇଛନ୍ତି । ମଜା କରୁ କରୁ ସିଂହ ଶେଷରେ ରାଗିକି ଯୁବକଙ୍କ ଆଙ୍ଗୁଠିକୁ ଦାନ୍ତରେ ଜୋର କାମୁଡୁଛି ଏବଂ ଯାହା ଫଳରେ ତାଙ୍କୁ ନିଜ ଆଙ୍ଗୁଠି ହରାଇବାକୁ ପଡିଛି ।

ଭିଡିଓଟି ଆଫ୍ରିକାର ଏକ ଚିଡିଆଖାନାର । ଭିଡିଓରେ ଦେଖାଯାଉଛି କି ଜଣେ ବ୍ୟକ୍ତି ଚିଡିଆଖାନା ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ପିଞ୍ଜରାରେ ବନ୍ଦ ଥିବା ସିଂହ ସହିତ ମଜା କରିବାରେ ଲାଗିପଡିଲେ । ସିଂହକୁ ବାରମ୍ବାର ଚିଡାଇବା ଯୋଗୁଁ ଶେଷରେ ସେ ରାଗିଗଲା । ଏବଂ ତାଙ୍କ ଆଙ୍ଗୁଠିକୁ କାମୁଡିଧରିଲା । ବହୁତ ଚେଷ୍ଟା ସତ୍ତ୍ୱେ ସେ ନିଜ ଆଙ୍ଗୁଠିକୁ ତା ମୁହଁରୁ ଛଡାଇ ପାରିଲେନି । ଶେଷରେ ଯାହା ହେଲା, ଆପଣ ନିଜେ ଦେଖନ୍ତୁ ଏହି ଭିଡିଓ...

wp:html /wp:html

ବହୁତ ଚେଷ୍ଟା ପରେ ଶେଷରେ ସେ ନିଜ ହାତ ଭିଡି ଆଣିଲେ କିନ୍ତୁ ସେ ନିଜ ଆଙ୍ଗୁଠି ହରାଇ ବସିଲେ । ଭିଡିଓକୁ @OneciaG ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.