ବର ଓ ବରଯାତ୍ରୀଙ୍କୁ ପଥରମାଡ, ଛୋଟ ଜାତିର ହେବା ଥିଲା ଭୁଲ୍

ବନାସକାଣ୍ଠା ୧୭/୨: ଗୁଜରାତରେ ସେନାର ଜବାନଙ୍କ ବରଯାତ୍ରୀ ଉପରକୁ ପଥର ମାଡ ଭଳି ଘଟଣା ସାମ୍ନାକୁ ଆସିଛି । ପଥର ମାଡର କାରଣ ସେ ଦଳିତ ସମୁଦାୟର ଥିଲେ ଏବଂ ଘୋଡି ଚଢି ଯାଉଥିଲେ । ଉଚ୍ଚ ଜାତିର ଲୋକମାନେ ପଥର ମାଡ କରିବା ସହ ବରକୁ ଗାଳିଗୁଲଜ ମଧ୍ୟ କରିଛନ୍ତି । ଏହି ଘଟଣାଟି ହେଉଛି ବନାସକାଣ୍ଠା ଜିଲ୍ଲାର । ବର ପରିବାର ଗାଁର ଠାକର କୋଲି ସମାଜ ଉପରେ ପଥରମାଡ କରିଥିବା ଅଭିଯୋଗ ଲଗାଇଛନ୍ତି ।

ସେନାରୁ ଛୁଟି ନେଇ ବିବାହ କରିବା ପାଇଁ ଆସିଥିଲେ
ସୂଚନା ଅନୁସାରେ ୧୬ ଫେବୃୟାରୀ ରବିବାର ସକାଳ ୧୧ଟା ସମୟରେ ସରିଫଦା ଗାଁରେ ରହୁଥିବା ଆକାଶ କୁମାର କୋଟିଆଙ୍କ ବିବାହ ଥିଲା । ସେ ସେନାର ମିଲିଟ୍ରି ପୋଲିସ ୱିଙ୍ଗରେ କାମ କରନ୍ତି । କିଛି ଦିନ ପୂର୍ବରୁ ସେ ସେନାରେ ସାମିଲ ହୋଇଥିଲେ । ବେଙ୍ଗାଲୁରୁରେ ଟ୍ରେନିଂ ପୁରା କରିବା ପରେ ସେ ମିରଠରେ ପୋଷ୍ଟିଂ କରିଥିଲେ । ୨୨ ବର୍ଷୀୟ ଆକାଶ ବିବାହ କରିବା ପାଇଁ ଘରକୁ ଆସିଥିଲେ । ତାଙ୍କ ଭାଇ ବିଜୟ ମଧ୍ୟ ସେନାରେ ଅଛନ୍ତି ।

ତେବେ ପଥରମାଡ ପରେ ବଡ ସଂଖ୍ୟାରେ ପୋଲିସକର୍ମୀ ଗାଁକୁ ପଠାଯାଇଥିଲା । ୫୦-୬୦ ପୋଲିସକର୍ମୀ ବର ଓ ବରଯାତ୍ରୀଙ୍କୁ ସୁରକ୍ଷିତ କନ୍ୟା ଘର ଗାଁରେ ପହଞ୍ଚାଇଥିଲା । ବିବାହ ସମୟରେ କୌଣସି ସମସ୍ୟା ହୋଇନଥିଲା । ଘଟଣା ପରେ ଗାଁରେ ପୋଲିସ ନିୟୋଜିତ ଅଛି  ।

ଆକାଶଙ୍କ ଭାଇ ବିଜୟଙ୍କ କହିବାନୁସାରେ ଠାକୁର କୋଲି ସମାଜ ପୂର୍ବରୁ ହିଁ ସେମାନଙ୍କୁ ଧମକ ଦେଇଥିଲା । ସେ କହିଥିଲା କି ଯଦି ବର ଘୋଡି ଚଢିବା ତେବେ ବରଯାତ୍ରୀଙ୍କୁ ଯିବାକୁ ଦିଆଯିବନି । ଏଥିପାଇଁ ବିଜୟ ପୋଲିସକୁ ସିକ୍ୟେରିଟି ଦେବା ପାଇଁ କହିଥିଲେ । ଏଥିରେ ୬-୭ ଜଣ ପୋଲିସ କର୍ମୀ ଉପସ୍ଥିତ ଥିଲେ । କିନ୍ତୁ ବରଯାତ୍ରୀ ବାହାରିବା ସମୟରେ କିଛି ଲୋକ ପଥରମାଡ କରିବା ଆରମ୍ଭ କରିଦେଲେ । ବର ଅଳ୍ପକେ ଆହତ ହେବାରୁ ରକ୍ଷା ପାଇଗଲେ । ତାକୁ ପୋଲିସ ଗାଡିରେ ବସାଗଲା । କିନ୍ତୁ ପଥରମାଡରେ ୨ ମହିଳାଙ୍କ ସହିତ ୩ ସମ୍ପର୍କୀୟ ଆହତ ହୋଇଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଗଢ ଥାନାରେ ୧୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ସେମାନଙ୍କ ବିରୁଦ୍ଧରେ ଏସସି-ଏସଟି ଆକ୍ଟରେ ମାମଲା ରୁଜୁ ହୋଇଛି ।

   ସମ୍ବନ୍ଧିତ ଖବର


ଦିଲ୍ଲୀ ଦଙ୍ଗାରେ ଥିଲେ ବାଂଲାଦେଶୀ, ରୋହିଙ୍ଗ୍ୟା, ଆଇନ ଶୃଙ୍ଖଳାକୁ ଭାଙ୍ଗିବା ପାଇଁ କରୁଥିଲେ ଷଡଯନ୍ତ୍ର…

‘ଲଭ୍ ଜିହାଦ୍’ ଦୋଷୀଙ୍କୁ ହୋଇପାରେ ୧୦ ବର୍ଷ ଜେଲ୍, ବିଲ୍ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ

ଆସନ୍ତା ବର୍ଷ ଠାରୁ ମୋବାଇଲ୍‌ ନମ୍ବର ଡାଏଲ ପୂର୍ବରୁ କରିବା ପାଇଁ ହେବ ଏହି କାମ- ବଦଳିଯିବ ଲ୍ୟାଣ୍ଡ ଲାଇନ୍‌ ଏବଂ ମୋବାଇଲ୍‌ ଫୋନ୍‌ରେ ଡାଏଲ୍‌ କରିବାର ପଦ୍ଧତି

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

Google Pay ବ୍ୟବହାରକାରୀଙ୍କୁ ଝଟକା, ନୂଆବର୍ଷରୁ ଲାଗିବ ଚାର୍ଜ

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି