ମାନହାନି ମକଦ୍ଦମା କଲେ ଚିନ୍ମୟୀ -ସମାଜସେବୀ ଆଦିତ୍ୟଙ୍କ ଡେଥ୍‌ ମିଷ୍ଟ୍ରି

ଭୁବନେଶ୍ୱର – ସମାଜସେବୀ ଆଦିତ୍ୟ ଦାଶଙ୍କ ରହସ୍ୟମୟ ମୃତ୍ୟୁକୁ ଅଢ଼େଇ ମାସ ପୂରିଗଲାଣି । ତଥାପି ରହସ୍ୟରୁ ପରଦା ହଟାଇ ପାରୁନି କ୍ରାଇମ୍‌ବ୍ରାଞ୍ଚ । ସେପଟେ କିନ୍ତୁ ଦିନକୁ ଦିନ ଏକାଧିକ ବ୍ୟକ୍ତିବିଶେଷ ମାମଲାରେ ଯୋଡି଼ ହେଉଛନ୍ତି । ଏମିତି ମାମଲାରେ ଛନ୍ଦି ହୋଇଥିବା ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର ଏବେ ଆଇନ୍‌ର ଆଶ୍ରୟ ନେଇଛନ୍ତି । ତାଙ୍କୁ ଅଯଥା ବଦନାମ୍‌ କରାଯାଉଥିବା ଅଭିଯୋଗ ଆଣି କିଛି ବ୍ୟକ୍ତି ଓ ଗଣମାଧ୍ୟମ ସଂସ୍ଥା ବିରୋଧରେ ମାନହାନି ମକଦ୍ଦମା କରିଛନ୍ତି ।


ଚିନ୍ମୟୀ ଗତ ସପ୍ତାହରେ ଏନେଇ ଭୁବନେଶ୍ୱର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏକ ମାନହାନି ମକଦ୍ଦମା ଦାୟର କରିବା ସହ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି । ତାଙ୍କ ଓକିଲ ଚିନ୍ମୟ ମହାନ୍ତି କହିଛନ୍ତି, ଅଦାଲତ ପରିସରକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ପୂର୍ବରୁ ଏହି ପିଟିସନ୍‌ ଦାୟର କରାଯାଇଛି । ଏଥିରେ ବିସ୍ମିତ୍‌ ନାମକ ବ୍ୟକ୍ତିଙ୍କ ସହ ଅନ୍ୟ ୪ ଗଣମାଧ୍ୟମ ସଂସ୍ଥା ପକ୍ଷଭୁକ୍ତ ଅଛନ୍ତି । ଚିନ୍ମୟୀଙ୍କ ସହ ଆଦିତ୍ୟଙ୍କ ବନ୍ଧୁତ୍ୱ ଥିଲା । ମାମଲାରେ ତାଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେଉଛି । ଏନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି । ଚିନ୍ମୟୀ ମଧ୍ୟ ତଦନ୍ତକାରୀ ଟିମ୍‌କୁ ସମସ୍ତ ପ୍ରକାର ସହାୟତା କରୁଛନ୍ତି । କିନ୍ତୁ ମାମଲାରେ ଚିନ୍ମୟୀଙ୍କ ଚରିତ୍ରକୁ ବିସ୍ମିତ୍‌ଙ୍କ ଭଳି କିଛି ବ୍ୟକ୍ତିବିଶେଷ ଆକ୍ରୋଶମୂଳକ ଭାବେ ଟାର୍ଗେଟ କରୁଛନ୍ତି । ତାଙ୍କ ଚରିତ୍ରକୁ ଆକ୍ଷେପ କରି ସୋସିଆଲ୍‌ ମିଡିଆରେ ବିଭ୍ରାନ୍ତିକର ପୋଷ୍ଟ କରୁଛନ୍ତି । କିଛି ଗଣମାଧ୍ୟମ ସଂସ୍ଥା ମଧ୍ୟ ତାଙ୍କୁ ‘ସାଇକୋ କିଲର’ର ଆଖ୍ୟା ଦେଇଥିଲେ । ଏଥିପାଇଁ ଅଦାଲତଙ୍କ ଆଶ୍ରୟ ନେଇଛୁ । ନ୍ୟାୟର ଆଶା ରଖିଛୁ ।


ବିବାହ ପୂର୍ବରୁ ଆଦିତ୍ୟଙ୍କ ସହ ଚିନ୍ମୟୀଙ୍କ ଝଗଡା ହୋଇଥିବା ଅଭିଯୋଗ ଉଠୁଥିଲା । ଏନେଇ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଜେରା ପାଇଁ ତାଙ୍କୁ ଡକା ଯାଇଥିଲା । ଗତ ୧୮ ତାରିଖରେ କଟକସ୍ଥିତ ଅଫିସକୁ ଓକିଲଙ୍କ ସହ ଚିନ୍ମୟୀ ଯାଇଥିଲେ । ସେଠାରେ ଅଧଘଣ୍ଟା ପାଖାପାଖି ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଜେରା କରିଥିଲା । ଆଦିତ୍ୟଙ୍କ ସହ ତାଙ୍କର କେମିତି ପରିଚୟ ହୋଇଥିଲା? କେତେ ଦିନର ସମ୍ପର୍କ ଥିଲା? କେଉଁ କାରଣ ଯୋଗୁଁ ଝଗଡା ହେଲା? ଆଦିତ୍ୟଙ୍କୁ ସେ କିଛି ଧମକ ଦେଉଥିଲେ କି? ଚିନ୍ମୟୀଙ୍କୁ ଏମିତି କିଛି ପ୍ରଶ୍ନ ପଚରା ଯାଇଥିଲା । ଜେରା ବେଳେ ଆଦିତ୍ୟଙ୍କ ସହ ହ୍ୱାଟସ୍‌ଅପ୍‌ରେ କରିଥିବା ଚାଟ୍‌ ଦେଖାଇବା ସହ ଚିନ୍ମୟୀ କିଛି ପ୍ରମାଣ ଟିମ୍‌କୁ ଦେଇଛନ୍ତି । ଯାହାକି, ଟିମ୍‌କୁ ତଦନ୍ତରେ ସହାୟତା କରିବ ।

   ସମ୍ବନ୍ଧିତ ଖବର


ରାଜଧାନୀରୁ ୫ଲକ୍ଷ ଟଙ୍କା ଗଞ୍ଜେଇ ଜବତ: ୨ ବେପାରୀଙ୍କୁ ବାନ୍ଧିଲା କୁଇକ୍‌ ଆକ୍ସନ ଟିମ୍

ଭିଡ଼ିଓ କଲ୍‌ରେ ଉଲଗ୍ନ ହେବାକୁ ଯୁବତୀଙ୍କୁ ଜିଦ୍ କରୁଥିଲେ ! ବାହୁବଳୀ ବିଧାୟକଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ….

ହାଥରସ୍ ମାମଲା: ଯେଉଁ କ୍ଷେତରେ ପୀଡିତାଙ୍କୁ ହୋଇଥିଲା ଦୁଷ୍କର୍ମ, ତା’ର ମାଲିକ ସରକାରଙ୍କୁ ମାଗିଲେ କ୍ଷତିପୂରଣ

ପୁଲିସ ଟାର୍ଗେଟ୍‌ରେ ‘ଜହର ରାଣୀ’: ଜଳେଶ୍ୱରରୁ ଆଣି ପୁରୀକୁ ଯୋଗାଉଛି ବ୍ରାଉନ୍‌ ସୁଗର ! ଚେର ଉପାଡ଼ିବାକୁ ଚାଲିଛି ଛାନ୍‌ଭିନ୍‌

କୁକୁଡ଼ା ଫାର୍ମରେ ନାବାଳିକା ଗଣଦୁଷ୍କର୍ମ ଘଟଣା: ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଡିଜିଙ୍କୁ ନିର୍ଦ୍ଦେଶ ଦେଲେ ଏନ୍‌ଏଚ୍‌ଆର୍‌ସି

ହାଜତ ଭିତରେ ମହିଳା କଏଦୀଙ୍କୁ ୧୦ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ, ଥାନା ଅଧିକାରୀଙ୍କ ସହ ୫ ପୋଲିସକର୍ମୀଙ୍କ ସମ୍ପୃକ୍ତି ଅଭିଯୋଗ