ବାଇକ୍କୁ ଧକ୍କା ଦେଲା ଅଜଣା ଗାଡି, ଜଣେ ମୃତ ଅନ୍ୟ ଜଣେ ଗୁରୁତର

ବୌଦ୍ଧ, ୨୪/୦୧ : ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ବାଇପାସ୍ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର । ମୃତକ ଜଣଙ୍କ ହେଲେ ଚଉରିଆ ପଦର ଗ୍ରାମର ଶ୍ୟାମ ସୁନ୍ଦର ସାହୁ ଓ ଗୁରୁତର ବାବୁଲି ସାହୁ ।
ସୂଚନା ଅନୁଯାୟୀ, ଶ୍ୟାମସୁନ୍ଦର ଓ ବାବୁଲି ଏକ ବାଇକ୍ ଯୋଗେ ନିଜ ଗ୍ରାମରୁ ବାହାରି ବାସୁଦେବପାଲି ପେଟ୍ରୋଲ ପମ୍ପ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଶ୍ୟାମସୁନ୍ଦରଙ୍କ ମୃତ୍ୟୁ ହୋଇଥିବା ବେଳେ ବାବୁଲିଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ମନମୁଣ୍ଡା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଟଣା ଘଟାଇ ଗାଡ଼ିଟି ଫେରାର ମାରିଥିବା ବେଳେ ଘଟଣାସ୍ଥଳରେ ମନମୁଣ୍ଡା ପୋଲିସ୍ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି।