ପ୍ରଯୋଜକଙ୍କ ନାଁରେ ଅଭିଯୋଗ , ଅଭିନେତ୍ରୀ କହିଲେ – ମୁଁ ବହୁତ ଆଘାତ ପାଇଛି

ନୂଆଦିଲ୍ଲୀ – ବିଗ୍‌ ବସ୍‌ ଫେମ୍‌ ମନ୍ଦାନା କରିମୀ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍‌  ରହିଥାନ୍ତି । ସେ ପ୍ରତିଦିନ ପ୍ରଶଂସକଙ୍କ ପାଇଁ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି ।  ନିକଟରେ ସେ ନିଜର ଆଗାମୀ ଫିଲ୍ମ କୁ ନେଇ ଖୁବ୍‌ ଚର୍ଚ୍ଚାରେ । କିନ୍ତୁ ଏହି ଭିତରେ ମନ୍ଦାନା କରିମୀ  ପ୍ରଯୋଜକ ମହେନ୍ଦ୍ର ଧାରିୱାଲଙ୍କ ଉପରେ ଶୋଷଣର ଅଭିଯୋଗ ଲଗାଇଛନ୍ତି । ଅଭିନେତ୍ରୀଙ୍କ କହିବାନୁସାରେ ସୁଟିଂର ଅନ୍ତିମ ଦିନରେ ପ୍ରଯୋଜକ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ମୋ ସହ ଯାହା ସବୁ ଘଟିଛି ତାକୁ ନେଇ ମୁଁ ଚିନ୍ତାରେ । ମିଡ଼ିଆ ସହ କଥାବର୍ତ୍ତା ବେଳେ ଅଭିନେତ୍ରୀ  ମନ୍ଦାନା  ଏହି କଥା କହିଛନ୍ତି । ଫିଲ୍ମ କୋକା କୋଲା ଉପରେ ଆମେ ପାଖାପାଖି  ୧ବର୍ଷରୁ କାମ କରୁଛୁ । ମୋତେ ତ ଆରମ୍ଭରୁ  କ୍ରୁ ସହ କାମ କରିବାରେ ସମସ୍ୟା ଥିଲା । ଆଉ ସେପଟେ ପ୍ରଯୋଜକ  ମହେନ୍ଦ୍ର ଧାରିୱାଲ ପୁରୁଣା ବିଚାରର ବ୍ୟକ୍ତି , ଯିଏ କି ସେଟ୍‌କୁ ପୁରୁଷବାଦୀ ଭାବି ଥାନ୍ତି ।

मंदाना करीमी ने प्रोड्यूसर पर लगाया शोषण का आरोप, बोलीं- मैं अभी भी सदमे में हूं

ସୁଟିଂର ଅନ୍ତିମ ଦିନ କଥାର ଖୁଲାସା କରି ଅଭିନେତ୍ରୀ କହିଛନ୍ତି ,ସୁଟିଂର ଶେଷ ଦିନରେ ମୁଁ ସବୁ କାମକୁ ସାରି ଯିବାକୁ ଚାହୁଁଥିଲି , କାରଣ ମୋତେ ସେଦିନ କାହା ସହ ସାକ୍ଷାତ୍‌ କରିବାର ଥିଲା। ହେଲେ ସୁଟିଂ ସରିବା କ୍ଷଣି ପ୍ରଯୋଜକ ମୋତେ ଏକ ଘଣ୍ଟା ରହିବାକୁ  କହିଥିଲେ , କିନ୍ତୁ ମୁଁ ଏମିତି କରିବାକୁ ଚାହୁଁନଥିଲି । ଯେମିତି ଭ୍ୟାନିଟି ଭ୍ୟାନ୍‌ ପହଞ୍ଚିଲା , ସେ ପ୍ରଯୋଜକ ମଧ୍ୟ ଜବରଦସ୍ତ ଭିତରକୁ ଆସିଗଲେ ଏବଂ ମୋତେ ପାଟି କରି କହିଥିଲେ କି ମୋତେ ଆଉ ୧ଘଣ୍ଟା ଏଠାରେ ରହିବାକୁ ହେବ । ହେଲେ ସେତେବେଳେ ସେଠାରେ କେହି ଆସିଷ୍ଟାଣ୍ଟ  ମଧ୍ୟ ନଥିଲେ । ସେ ସମୟରେ ମୋର କୋରିୟଗ୍ରାଫର ସାହାଯ୍ୟ କଲେ ଏବଂ ପ୍ରଯୋଜକଙ୍କୁ ଭ୍ୟାନ୍‌ରୁ ବାହାର କଲି ।   

PunjabKesari

କିନ୍ତୁ ସେପଟେ ମନ୍ଦାନାଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଯୋଜକ ମହେନ୍ଦ୍ର ଧାରିୱାଲ । ସେ କହିଛନ୍ତି ଏହି ପ୍ରୋଜେକ୍ଟ ପାଇଁ ଲକ୍‌ ଡାଉନ୍‌ ପୂର୍ବରୁ ମନ୍ଦାନାଙ୍କ ସହ ୭ଲକ୍ଷର ଡିଲ୍‌ ସାଇନ୍‌ କରିଥିଲେ , କିନ୍ତୁ ପୁଣି ଲକ୍‌ଡାଉନ୍‌ ପରେ  ଯେବେ ସୁଟିଂ ପୁଣି ଆରମ୍ଭ ହେଲା ମନ୍ଦାନା ନଖରା ଦେଖେଇବା ଆରମ୍ଭ କରିଦେଲେ । ସେ ଦିଲ୍ଲୀରେ ଗୋଟିଏ ଦିନର ସୁଟିଂ ପାଇଁ ରହିବାରେ ୨ଲକ୍ଷ ଟଙ୍କା ଦାବି କଲେ ।

PunjabKesari

ଆଉ ମଧ୍ୟ ପ୍ରଯୋଜକ କହିଛନ୍ତି ସୁଟିଂ ଶେଷ ଦିନ ମଧ୍ୟ ସେ ସନ୍ଧ୍ୟା ୭ଟାରେ ଯିବାକୁ ଚାହିଁଥିଲେ , ହେଲେ କିଛି ସଟ୍‌ସ ବାକି ଥିଲା , ଯାହାପରେ ସେ ଅଭିନେତ୍ରୀଙ୍କୁ ଆଉ ୧ ଘଣ୍ଟା ରହିବାକୁ କହିଥିଲେ , ମୁଁ ତାଙ୍କୁ ବୁଝେଇବାକୁ  ଚାହୁଁଥିଲି  , କିନ୍ତୁ ସେ  ମୋର ଭିଡ଼ିଓ ରେକଡିଂ କରିବା ଆରମ୍ଭ କରିଦେଲେ ।

   ସମ୍ବନ୍ଧିତ ଖବର


ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ

ରବିବାର ଦ୍ବିତୀୟ ଦିନିକିଆ, ପ୍ଲେଇଙ୍ଗ୍‌ ଇଲେଭେନରୁ ବାଦ ପଡ଼ିପାରନ୍ତି ଏହି ଦୁଇ ଖେଳାଳି!

କାର୍ତ୍ତିକ ବୈକୁଣ୍ଠ ଚତୁର୍ଦ୍ଦଶୀ- ଜାଣନ୍ତୁ ଏହାର ପର ଚାରି ମାସ କାହିଁକି କରାଯାଇ ନଥାଏ ଶୁଭ କାର୍ଯ୍ୟ

ନିଖୋଜ ନେଭି କମାଣ୍ଡରଙ୍କର ଚିଠି ଭାଇରାଲ : କାହିଁକି ସେ ଲେଖିଲେ – ମୁଁ ବୋମା ପକାଇବାକୁ ଚାହୁଁଛି

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ବିବେକ ଓବରୟେଙ୍କ ସହ ଫିଲ୍ମ କରିବେ ଅରବାଜ୍‌ ଖାନ୍‌ , ସଲଖାନ ଖାନ ଅନୁମତି ଦେବେ ତ ?