PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟାଙ୍ଗୀରେ ୧୭ଟିକିଆ ହାତୀପଲ ଆତଙ୍କ, ଗାଁରେ ପଶିଲେ, ଫସଲ ନଷ୍ଟ କଲେ
  • ||
  • ଢେଙ୍କାନାଳ : ୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
  • ||
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ବ୍ୟାସ ନଦୀ ଭିତରେ ଖସିଲା କାର, ସମସ୍ତ ଯାତ୍ରୀ ନିଖୋଜ

https://presswire18.com

ଶିମଲା,୧୯।୯: ହିମାଚଳ ପ୍ରଦେଶର ମଣ୍ଡି-ମନାଲି ନ୍ୟାସନାଲ ହାଇଓ୍ବେ-୨୧ ରେ ବଡ ଧରଣର ଦୁର୍ଘଟଣା। ନଗର ନିଗମର ଡୋପିଂ ସାଇଟ୍‌ର ଭୀମୁ ଢାବା ପାଖରେ କଳା ରଙ୍ଗର ଏଚଆର ନମ୍ବର ଥିବା କାର ବ୍ୟାସ ନଦୀ ଭିତରକୁ ଖସି ଯାଇଛି। ସମସ୍ତ ଯାତ୍ରୀ ନିଖୋଜ ହୋଇଯାଇଛନ୍ତି। ପୋଲିସ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କୁହାଯାଉଛି ଯେ, ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଛି।

ଗାଡି ନିୟନ୍ତ୍ରଣ ହରାଇ ବ୍ୟାସ ନଦୀରେ ଖସି ପଡିଥିଲା। ରାତିରେ ଏହି ଦୁର୍ଘଟଣା କାହାକୁ ମଧ୍ୟ ଜଣାପଡିନଥିଲା। ସକାଳେ ଲୋକମାନେ ଯେତେବେଳେ କାରକୁ ନଦୀ ଭିତରେ ଦେଖିଥିଲେ ପୋଲିସକୁ ସୂଚନା ଦେଇଥିଲେ। ବର୍ତ୍ତମାନ ପୋଲିସ ଗାଡି ଭିତରେ ଥିବା ଯାତ୍ରୀଙ୍କର ସନ୍ଧାନରେ ଲାଗିଛନ୍ତି। ଗାଡିର କାଗଜପତ୍ର ହରିୟାଣାର ବୋଲି ଜଣାପଡିଛି। ନଦୀ ଭିତରେ ଉଦ୍ଧାରକାରୀ ଦଳ ଖୋଜାଖୋଜି ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ କାହାର ବି ପତ୍ତା ମିଳିନି।