ଧର୍ମାନୁଷ୍ଠାନ ଖୋଲିବା ନେଇ ସରକାର ନିରବ: ପୁଣି ହାଇକୋର୍ଟରେ ରୁଜୁ ହେଲା ଆଉ ଏକ ମାମଲା

କଟକ,୨୫/୦୮: ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବାକୁ ହାଇକୋର୍ଟ ଗତ ୧୦ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ୧୪ଦିନ ବିତି ଯାଇଥିଲେ ମଧ୍ୟ ରାଜ୍ୟ ସରକାର ଧର୍ମାନୁଷ୍ଠାନ ଖୋଲିବା ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନେଇନାହାନ୍ତି । ତେଣୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବା ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କ ପାଇଁ କଣ୍ଟ ଧାର୍ଯ୍ୟ କରିବାକୁ ଏକ ମାମଲା ରୁଜୁ କରାଯାଇ ପ୍ରାର୍ଥନା କରାଯାଇଛି । କଟକର ସମାଜସେବୀ ଜୟନ୍ତ କୁମାର ବଳ ଏହି ମାମଲା ରୁଜୁ କରିଛନ୍ତି ।

ରାଜ୍ୟରେ ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ସମସ୍ତ ମନ୍ଦିର ଖୋଲିବା ନେଇ ଆବେଦନକାରୀ ପୂର୍ବରୁ ଏକ ମାମଲା ରୁଜୁ କରିଥିଲେ। ହାଇକୋର୍ଟ ମନ୍ଦିର ଖୋଲିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ଉପରେ ଛାଡ଼ିଥିଲେ। ଇତିମଧ୍ୟରେ କେନ୍ଦ୍ର ସରକାର ବିଭିନ୍ନ ଧର୍ମାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି। କେତେକ ରାଜ୍ୟ ସରକାର ମଧ୍ୟ ସର୍ବସାଧାରଣଙ୍କ ଦର୍ଶନ ଲାଗି ଧର୍ମାନୁଷ୍ଠାନ ଖୋଲିଛନ୍ତି। କିନ୍ତୁ ଓଡ଼ିଶା ସରକାର କୌଣସି ନିଷ୍ପତ୍ତି ନେଉନାହାନ୍ତି । କୋର୍ଟ ସରକାରଙ୍କ ଲାଗି ଏକ ସମୟ ଧାର୍ଯ୍ୟ କରିବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ ମାମଲା ପରିଚାଳନା କରୁଛନ୍ତି।

   ସମ୍ବନ୍ଧିତ ଖବର


ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି

କରୋନାମୁକ୍ତ ରାସ୍ତାରେ ଓଡ଼ିଶା: ୨୪ଘଣ୍ଟା ଆଉ ୩୭୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୯ ହଜାର ପାର୍

କାର୍ତ୍ତିକେଶ୍ୱର ଭସାଣି ପାଇଁ କଟକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୬ ପ୍ଲାଟୁନ୍‌ ଫୋର୍ସ ମୁତୟନ: ବିସର୍ଜନ ପାଇଁ ପ୍ରସ୍ତୁତ ରହିଛି ୧୦ ଅସ୍ଥାୟୀ ଜଳାଶୟ

ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତକୁ ନରସିଂହପୁରରୁ ଉଠାଇ ନେଲା କୋଲକାତା ପୁଲିସ

ଜାନୁଆରୀ ପହିଲାରୁ ରାଜ୍ୟରେ ବିଜୁଳି ସଙ୍କଟ ! ଡିସେମ୍ବର ୩୧ ସୁଦ୍ଧା ବନ୍ଦ ହେବ ୪୬୦ ମେଗାୱାଟ୍‌ ବିଶିଷ୍ଟ ଥର୍ମାଲ୍‌ ପ୍ଲାଣ୍ଟ, ଅନିଶ୍ଚିତତାରେ ନୂତନ ପ୍ଲାଣ୍ଟ୍‌ ସ୍ଥାପନ