PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ମୁସଲମାନ ଭୋଟରଙ୍କୁ ମେନକା ଗାନ୍ଧିଙ୍କ ଚେତାବନୀ: ଭୋଟ ନଦେଲେ ସାହାର୍ଯ୍ୟ ମାଗିବନି, ମନ୍ତବ୍ୟ ନେଇ ବିବାଦ

ନୂଆଦିଲ୍ଲୀ,୧୨।୪: ଉତ୍ତରପ୍ରଦେଶର ସୁଲତାନପୁର ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା ବିଜେପି ପ୍ରାର୍ଥିନୀ ତଥା କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଆଜି ଏକ ନିର୍ବାଚନୀ ରାଲିରେ ମୁସଲମାନ ଭୋଟରଙ୍କୁ ପରୋକ୍ଷରେ ଚେତାବନୀ ଦେଇଥିବା ଅଭିଯୋଗ ହୋଇଛି। ଏକ ର୍ନିବାଚନୀ ସଭାରେ ମେନକା କହିଛନ୍ତି ଯେ ମୁଁ ମୁସଲମାନଙ୍କ ସମର୍ଥନରେ ନିର୍ବାଚନ ଜିତିବାକୁ ଚାହୁଁଛି। ଯଦି ସେମାନେ ମୋତେ ଭୋଟ ନଦେବେ ତେବେ ମୁଁ ତାଙ୍କର ସହାୟତା କରିବି ନାହିଁ। ସେ ନିଜର କଥା ଜାରି ରଖିବା ସହ ସେଠାରେ ଥିବା ଲୋକଙ୍କୁ ମଧ୍ୟ ପ୍ରଶ୍ନ କରିଥିଲେ। ସେ କହିଥିଲେ ଏହା ଠିକ୍ କଥା କି ନାହିଁ? ଆପଣଙ୍କୁ ଚିହ୍ନିବାକୁ ପହିବ।

source: https://hindi.oneindia.com

ବିଜେପି ସଂଖ୍ୟା ଲଘୁ ସେଲ୍‍ ଜିଲାଧ୍ୟକ୍ଷ ଅଜାଦାର ହୁସେନଙ୍କ ଗ୍ରାମରେ ଏହି ସଭା ଆୟୋଜିତ ହୋଇଥିଲା। ମେନକା ନିଜର ଭାଷଣ ଜାରି ରଖିବା ସହ କହିଥିଲେ ପୂର୍ବରୁ ମୁଁ ଜିତିସାରିଛି। ଲୋକଙ୍କ ସାହାର୍ଯ୍ୟ ଓ ଭଲ ପାଇବା ପାଇଁ ମୁଁ ଜିତିପାରିଛି। କିନ୍ତୁ ଯଦି ମୁଁ ମୁସଲମାନଙ୍କ ବିନା ଜିତିଯାଏ, ତେବେ ଭଲ ଲାଗିବନି।  ଖୋଲା ହୃଦୟରେ ଓ ଖୋଲା ମନରେ ଆସିଛି। ଆପଣଙ୍କୁ କାଲି ମୋର ଦରକାର ପହିବ। ଏହା ହେଉଛି ନିର୍ବାଚନ, ମୁଁ ପାର କରିସାରିଛି। ଏହି ନିର୍ବାଚନ ଆପଣଙ୍କ ଭୋଟରେ ଜିତିବି ଓ ଆପଣଙ୍କ ଭୋଟ ବିନା ବି ଜିତିବି। ନିର୍ବାଚନ ଫଳ ଆସିବାବେଳେ ଯଦି ୫୦ରୁ ୧୦୦ ଖଣ୍ଡ ଭୋଟ ପାଇଥିବି, ତାହା ଜଣାପଡ଼ିଯିବ। ଆପଣଙ୍କୁ କାଲି ମୋର ଆବଶ୍ୟକତା ପଡ଼ିବ। ଆପଣ କାମ ପାଇଁ ଆସିବେ ଓ ମୁଁ ସହଯୋଗ କରିପାରିବି ନାହିଁ। ସେଥିପାଇଁ ଆପଣଙ୍କ ଭୋଟ ଆବଶ୍ୟକ। ମୁଁ ଆପଣଙ୍କ ଭୋଟରେ ନିର୍ବାଚନ ଜିତିବାକୁ ଚାହୁଁଛି।

ମେନକା ଗାନ୍ଧିଙ୍କ ଏହି ମନ୍ତବ୍ୟ ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। କଂଗ୍ରେସ ନେତା ସଞ୍ଜୟ ଝା ଟ୍ବିଟ୍ କରି କହିଛନ୍ତି ’ମୁସଲମାନଙ୍କ ସହ କଥା ହୋଇ ମେନକା ଗାନ୍ଧି ଖୁବ୍ ଆଶ୍ଚର୍ଯ୍ୟଜନକ କଥା କହିଛନ୍ତି। ମୋ ପାଖରେ ବୁଥର ହିସାବରେ ସବୁ ଖବର ରହିଛି। ଆପଣଙ୍କୁ ମୋର ଦରକାର ପଡିବ।’ ବିଜେପିକୁ ହରାଇବା ଆମର ଦାୟିତ୍ବ। ସେମାନେ ଭୋଟ ପାଇଁ ଆମର ସାଥୀ ଭାରତୀୟଙ୍କୁ ଭୟଭୀତ କରୁଛନ୍ତି। ଏବେ ନିର୍ବାଚନ କମିଶନ୍ ଏହା ଉପରେ ଖୁବ୍ ଶୀଘ୍ର ପଦକ୍ଷେପ ନିଅନ୍ତୁ।

ସେଭଳି ଆମ ଆଦମୀ ପାର୍ଟିର ନେତା ଅଭିଜିତ ଦୀପକେ ଲେଖିଛନ୍ତି  ମେନକା ଗାନ୍ଧି ଖୋଲା​ ଖୋଲି ଭାବରେ ଭୋଟରଙ୍କୁ ଧମକ ଦେଇଛନ୍ତି। ମେନକା ଓ ବିଜେପିର ଲୋକଙ୍କୁ ଚାକିରି ଦେବା ନେଇ କ’ଣ କରିଛନ୍ତି? ଦେଶରେ ବେରୋଜଗାରୀ ଏବେ ସବୁଠାରୁ ଉପରେ ରହିଛି।

ସେଭଳି ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ଟ୍ବିଟ୍ କରି କହିଛନ୍ତି ’ଯଦି ଭାରତୀୟ ମୁସଲମାନ ମେନେକା ଗାନ୍ଧିଙ୍କୁ ଭୋଟ ନଦିଅନ୍ତି ତେବେ ସେ କୌଣସି ମହାତ୍ମା ଗାନ୍ଧି ନୁହେଁ, ଯିଏକ ତାଙ୍କୁ ଧୋକା  ବଦଳରେ ପୁରସ୍କାରରେ ପାକିସ୍ତାନ ଦେବେ। ସଚ୍ଚୋଟଙ୍କୁ ପୁରସ୍କାର ମିଳିବ ଦରକାର ଓ ଧୋକାକୁ ସବୁବେଳେ ମନେ ରଖିବା ଦରକାର।’ ଉଲ୍ଲେଖନୀୟ ଯେ ମେନକା ଗାନ୍ଧି ଏଥର ସୁଲତାନପୁରରୁ ନିର୍ବାଚନ ଲଢୁଛନ୍ତି। ଏହି ଆସନରୁ ୨୦୧୪ରେ ବରୁଣ ଗାନ୍ଧି ଜିତିଥିଲେ। ଏବେ ବରୁଣ ପିଲଭିତରୁ ନିର୍ବାଚନ ଲଢିବେ। ଯେଉଁଠି ପୂର୍ବରୁ ମେନକା ନିର୍ବାଚନ ଲଢିଥିଲେ।

ସମ୍ବନ୍ଧିତ ଖବର