PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୪ ରାଜ୍ୟସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା : ପୁଣି ରାଜ୍ୟସଭା ଯିବେ ସସ୍ମିତ ପାତ୍ର, ୩ ନୂଆ ମୁହଁଙ୍କୁ ସୁଯୋଗ
  • ||
  • ଭୁବନେଶ୍ଵର : କେରଳ ଛୁଇଁଲା ମୌସୁମୀ ବାୟୁ
  • ||
  • ନେପାଳରେ ଯାତ୍ରୀବାହୀ ବିମାନ ତାରା ଏୟାର ୯ NAET ର ମିଳୁନି ପତ୍ତା , ୪ ଭାରତୀୟଙ୍କ ସମେତ ୧୯ ଯାତ୍ରୀ ଥିବା ସୂଚନା
  • ||
  • ବ୍ରହ୍ମପୁର : ସନ୍ଧ୍ୟାବେଳେ ବେଳାଭୂମିରେ ବସିଥିବା ବେଳେ ମୁଣ୍ଡ ଉପରେ ପଡ଼ିଲା ଚଡ଼କ, ଛାତ୍ର ମୃତ ଛାତ୍ରୀ ଗୁରୁତର
  • ||
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ, ଚାଲି ଚାଲି କରୁଛନ୍ତି ପ୍ରଚାର

source:newsd.in

ମୀରଟ୍‌,୧ା୪(ଏଜେନ୍ସି): ଲୋକସଭା ନିର୍ବାଚନ ପାଇଁ ଉତ୍ତର ପ୍ରଦେଶର ମୁଜାଫରନଗର ଆସନରୁ ମନୋନୟନ ପତ୍ର ଦାଖଲ କରିଛନ୍ତି ୫୧ ବର୍ଷୀୟ ମାଙ୍ଗେରାମ୍‌ କଶ୍ୟପ । ପେସାରେ ଓକିଲ ହୋଇଥିଲେ ବି ନିଜେ ଦଳ ଗଢ଼ି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ୨୦୦୦ ମସିହାରୁ ସେ ନିର୍ବାଚନ ଲଢ଼ିଆସୁଛନ୍ତି ଏବଂ ଆଗକୁ ମଧ୍ୟ ଲଢ଼ିବେ ବୋଲି କହିଛନ୍ତି । ମାଙ୍ଗେରାମ୍‌ କଶ୍ୟପ୍‌ଙ୍କୁ ନେଇ ଏବେ ଉତ୍ତର ପ୍ରଦେଶରେ ଚର୍ଚ୍ଚା । କାରଣ ତାଙ୍କୁ ଦେଶର ସବୁଠୁ ଗରିବ ଲୋକସଭା ପ୍ରାର୍ଥୀ ବୋଲି ବିବେଚନା କରାଯାଉଛି । ଓକିଲ ଭାବେ କାର୍ଯ୍ୟ କରୁଥିଲେ ହେଁ ଯାହା କିଛି ରୋଜଗାର ହୁଏ, ପରିବାର ପାଇଁ ଖର୍ଚ୍ଚ ହୋଇଯାଏ । ବ୍ୟାଙ୍କ ଆକାଉଣ୍ଟରେ ଅଧୁଲିଟିଏ ନାହିଁ । ତାଙ୍କର କିମ୍ବା ତାଙ୍କ ପତ୍ନୀ ବବିତାଙ୍କର ମଧ୍ୟ କୌଣସି ଟଙ୍କା ନାହିଁ । ଉଭୟଙ୍କର ସୁନା ଗହଣା ମଧ୍ୟ ନାହିଁ । ତଥାପି ମନରେ ସାହସ ଜୁଟାଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଅର୍ଥାଭାବରୁ ଚାଲିଚାଲି ପ୍ରଚାର କରୁଛନ୍ତି । ୨୦୦୦ ମସିହାରୁ ସମସ୍ତ ସାଧାରଣ ନିର୍ବାଚନ ଲଢିଥିଲେ ହେଁ ଗୋଟିଏରେ ବି ଜିତି ନଥିବା ମାଙ୍ଗେରାମ୍‌ କହିଛନ୍ତି, ଏଥର ପରିସ୍ଥିତି ତାଙ୍କ ସପକ୍ଷରେ ଅଛି । ଲୋକମାନେ ତାଙ୍କୁ ପସନ୍ଦ କରୁଥିବା ସେ ଅନୁଭବ କରୁଛନ୍ତି । ନିର୍ବାଚନ ଜିତିଲେ, ସ୍ଥାନୀୟ ଅଞ୍ଚଳର ବିକାଶ ସହିତ ଲୋକଙ୍କ ସେବା କରିବେ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର