PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଦେଶର ଅର୍ଥନୀତି ସଂକଟ ନେଇ ମନମୋହନଙ୍କ ଭବିଷ୍ୟବାଣୀ; ୧୯୯୧ ଠାରୁ ବି ଆଗକୁ ସ୍ଥିତି ଆହୁରି ଆହ୍ୱାନପୂର୍ଣ୍ଣ ହେବ

pic-indiatoday

ନୂଆଦିଲ୍ଲୀ: ଆଗକୁ ଦେଶର ଅର୍ଥନୀତି ପାଇଁ ଆସୁଛି କଳା ଦିନ। ୧୯୯୧ ଠାରୁ ବି ଅଧିକ ଆହ୍ୱାନପୂର୍ଣ୍ଣ ହେବ ଦେଶରେ ଅର୍ଥବ୍ୟବସ୍ଥା। ଏପରି ଭବିଷ୍ୟବାଣୀ କରିଛନ୍ତି ସୁନାମଧନ୍ୟ ଅର୍ଥଶାସ୍ତ୍ରୀ ତଥା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ।

୧୯୯୧ ମସିହାରେ ଅର୍ଥମନ୍ତ୍ରୀ ଭାବରେ ମନମୋହନ ଉପସ୍ଥାପନ କରିଥିବା ବଜେଟ୍‌କୁ ଆସନ୍ତାକାଲି ୩୦ ବର୍ଷ ପୂରିବାକୁ ଯାଉଥିବାରୁ ଦେଶରେ ଅର୍ଥନୀତି ନେଇ ଶୁକ୍ରବାର ଏପରି ଭବିଷ୍ୟବାଣୀ କରିଛନ୍ତି ମନମୋହନ ସିଂହ। ସେ କହିଛନ୍ତି ଯେ ବର୍ତ୍ତମାନ କୋଭିଡ୍ ଯୋଗୁ ଦେଶରେ ସ୍ଥିତି ୧୯୯୧ ଠାରୁ ବି ଆହୁରି ଆହ୍ୱାନପୂର୍ଣ୍ଣ ହୋଇଛି। ଆଉ ଏମିତି ସ୍ଥିତିରେ ଭାରତକୁ ଆର୍ଥିକ ସ୍ଥିତି ସୁଧାରିବାକୁ ହେଲେ ନିଜର ପ୍ରଥାମିକତା ସ୍ଥିର କରିବାକୁ ପଡ଼ିବ ବୋଲି ମନମୋହନ ସିଂହ କହିଛନ୍ତି।

ସୂଚନା ଥାଉକି, ୧୯୯୧ ମସିହାରେ ନରସିହ୍ମା ରାଓ ପ୍ରଧାନମନ୍ତ୍ରୀ ଥିବା ବେଳେ ଡ. ମନମୋହନ ସିଂହ ଅର୍ଥମନ୍ତ୍ରୀ ଭାବେ ଜୁଲାଇ ୨୪ ତାରିଖରେ ନିଜର ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍‌କୁ ଦେଶର ଆର୍ଥିକ ଉଦାରୀକରଣ ମୂଳଦୂଆ ବୋଲି କୁହାଯାଏ। ଏହି ବଜେଟକୁ ଆସନ୍ତାକୀଲ ବର୍ଷେ ପୂରିଛି। ତେଣୁ ବର୍ତ୍ତମାନର  ଆର୍ଥିକ ସ୍ଥିତିକୁ ନେଇ ମନମୋହନ କହିଛନ୍ତି ” ୩୦ ବର୍ଷେ ପୂର୍ବେ ୧୯୯୧ ମସିହାରେ କଂଗ୍ରେସ ଦେଶରେ ଅର୍ଥବ୍ୟବସ୍ଥାରେ ମହତ୍ୱପୂର୍ଣ୍ଣ ସୁଧାର କରିବା ସହିତ ଆର୍ଥିକ ନୀତି ପାଇଁ ଏକ ନୂଆ ମାର୍ଗ ପ୍ରସଶ୍ତ କରିଥିଲା। ଗତ ତିନି ଦଶନ୍ଧୀ ଧରି ବିଭିନ୍ନ ସରକାର ଏହି ମାର୍ଗ ଅନୁସରଣ କରି ଦେଶର ଅର୍ଥବ୍ୟବସ୍ଥାକୁ ୩ ହଜାର ଆରବ ଡଲାର ଆଡ଼କୁ ନେଇଗଲେ। ଯାହା ବିଶ୍ୱର ସବୁଠାରୁ ବଡ଼ ଅର୍ଥବ୍ୟବସ୍ଥାରେ ଗୋଟିଏ।”

ସେ ଆହୁରି ମଧ୍ୟ କହିଥିଲେ ଯେ ” ଏହି ଆର୍ଥନୈତିକ ସଂସ୍କାରର ସବୁଠାରୁ ବଡ଼କଥା ହେଲା ୩୦ କୋଟି ଭାରତୀୟ ଗରିବ ଶ୍ରେଣୀରୁ ବାହାରକୁ ବାହାରିଲେ। କୋଟି କୋଟି ନିଯୁକ୍ତିର ସୁଯୋଗ ମିଳିଲା। ଅର୍ଥନୈତିକ ସ୍ୱାଧୀନତା ମିଳିବାରୁ ଦେଶରେ ଅନେକ ବିଶ୍ୱସ୍ତରୀୟ କମ୍ପାନୀ ଏଠାରେ ପୁଞ୍ଜି ନିବେଶ କଲେ। ଫଳରେ ଭାରତ ଅନେକ କ୍ଷେତ୍ରରେ ବିଶ୍ୱ ଶକ୍ତି ଭାବରେ ଛିଡ଼ା ହେଲା।”

ମନମୋହନ ସିଂହଙ୍କୁ ସୂଚନା ଆନୁସାରେ, ଦେଶରେ ଆର୍ଥିକ ସଂକଟ ଉତ୍କଟ ରୂପ ନେଇଥିବାରୁ ଏହି ଆର୍ଥିକ ଉଦାରୀକରଣ ନୀତିର ଆରମ୍ଭ ହୋଇଥିଲା। ଅର୍ଥବ୍ୟବସ୍ଥା ଉଫରେ ସରକାରଙ୍କ ନିୟନ୍ତ୍ରଣରେ କୋହଳ କରିବାର ଭରସା ନିଷ୍ପତ୍ତି ଯୋଗୁ ଦଶରେ ଆର୍ଥିକ ସୁଧାର ନିଅ ପଡ଼ିଥିଲା।

ହେଲେ ଏବେ କୋଭିଡ୍ ସ୍ଥିତି ଯୋଗୁ ଦେଶର ଅର୍ଥନୀତି ଦୁର୍ବଳ ହୋଇଛି। ଏନେଇ ଦୁଃଖ ପ୍ରକାଶ କରି ମନମୋହନ କହିଛନ୍ତି ” ସ୍ୱାସ୍ଥ୍ୟ ଓ ଶିକ୍ଷାର ସାମାଜିକ କ୍ଷେତ୍ର ପଛରେ ପଡ଼ିଯାଇଛି। ଏହା ଦେଶରେ ଅର୍ଥନୀତିର ପ୍ରଗତି ସହ ତାଳ ଦେଇ ଚାଲିପାରି ନାହିଁ। ଜୀବନ ଜୀବିକି ଯାଇଛି। ଯାହା ହେବାର ନଥିଲା। ତେଣୁ ବର୍ତ୍ତମାନ ସମୟ ଆନ୍ଦିତ କି ମଗ୍ନ ହେବାର ନୁହେଁ, ବରଂ ଆତ୍ମସମୀକ୍ଷାର ଓ ବିଚାର କରିବାର ସମୟ। ଆଗକୁ ରାସ୍ତା ୧୯୯୧ ଠାରୁ ବି ଅଧିକ ଆହ୍ୱାନଞ୍ଜପୂର୍ଣ୍ଣ ରହିଛି। ତେଣୁ ଏକ ଦେଶ ଭାବରେ ଆମର ପ୍ରାଥମିକତା କଣ ତାହାକୁ ନିର୍ଦ୍ଧାରିତ କରି ସେ ଦିଗରେ ସୁଧାରଣ ଆଣିବାର ଆବଶ୍ୟକତା ରହିଛି।”

ସମ୍ବନ୍ଧିତ ଖବର