ମୋଦିଙ୍କ ‘ମନ କୀ ବାତ୍’: ଭାରତ ସହିତ ଦୁଇ ଜଣ ମୋହନଙ୍କର ସମ୍ପର୍କ ରହିଛି, ଜଣେ ଚକ୍ରଧାରୀ ଓ ଅନ୍ୟ ଜଣେ ଚରଖାଧାରୀ

ନୂଆଦିଳ୍ଳୀ,୨୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଙ୍କର ରେଡିଓ କାର୍ଯ୍ୟକ୍ରମ ‘ମନ କୀ ବାତ’ରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଭାରତ ସହିତ ଦୁଇଜଣ ମୋହନଙ୍କର ସମ୍ପର୍କ ରହିଛି। ଜଣେ ଚ୍ରକଧାରୀ (ଭଗବାନ ଶ୍ରୀକୃଷ୍ଣ)ଓ ଆଉଜଣେ ହେଲେ ଚରଖାଧାରୀ(ମହାତ୍ମ ଗାନ୍ଧୀ)। ମୋଦି କହିଛନ୍ତି, ଶ୍ରୀକୃଷ୍ଣଙ୍କୁ ଜଗତଗୁରୁ ଭାବରେ ଜଣାଯାଏ। ଏହା ସହିତ ମୋଦି ଜନ୍ମାଷ୍ଟମୀ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସୁଦାମାଙ୍କ ଓ ଶ୍ରୀକୃଷ୍ଣଙ୍କ ମିତ୍ରତା ସମ୍ପର୍କରେ କହିଥିଲେ। ମୋଦି କହିଥିଲେ, ଚଳିତବର୍ଷ ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ପାଳନ କରାଯିବ। ଶ୍ରୀକୃଷ୍ଣ ସୁଦର୍ଶନ ଚକ୍ର ଧରୁଥିଲେ, ଗାନ୍ଧିଜୀ ଚରଖା ଧରିଥିଲେ। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପାଇଁ ସେବା ହିଁ ପରମ ଧର୍ମ ଥିଲା। ବାପୁଙ୍କ ଆଦର୍ଶକୁ ଜୀବନର ମନ୍ତ୍ର ଭାବେ ଗ୍ରହଣ କରିବାକୁ ମୋଦି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି।

ସ୍ବଚ୍ଛତା ଅଭିଯାନ ନେଇ ମୋଦି କହିଥିଲେ,  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପ୍ଲାଷ୍ଟିକ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ କରିଛନ୍ତି। ମୋଦି  କହିଛନ୍ତି, ସେପ୍ଟେମ୍ବର ୧୧ରୁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ଏଥର ପ୍ଲାଷ୍ଟିକ ଉପରେ ଗୁରୁତ୍ଵ ଦିଆଯିବ। ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକର ବ୍ୟବହାର ରୋକିବାକୁ ଜନ ଆନ୍ଦୋଳନ କରାଯିବ। ଅକ୍ଟୋବର ୨ରେ ଦେଶ ଯେତେବେଳେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ଏହି ନୂଆ ଜନଆନ୍ଦୋଳନର ଶୁଭାରମ୍ଭ କରାଯିବ।

ଏହି ସମୟରେ ମୋଦି ପୋଷଣ ଅଭିଯାନ ସମ୍ପର୍କରେ ନିଜର ବକ୍ତବ୍ୟ ରଖି କହିଥିଲେ, ଆମ ସଂସ୍କୃତିରେ ଉଲ୍ଲେଖ ରହିଛି, ପୃଥିବୀରେ ଜଳ, ଅନ୍ନ ଓ ସୁଭାଷିତ ହେଉଛି ୩ ରତ୍ନ। ମୂର୍ଖ ଲୋକମାନେ ପଥରକୁ ରତ୍ନ କୁହନ୍ତି, କିନ୍ତୁ ଅନ୍ନ ହିଁ ହେଉଛି ରତ୍ନ। ପୋଷଣ ଅଭିଯାନ ଅନୁଯାୟୀ ଆଧୁନିକ ଓ ବୈଜ୍ଞାନିକ ପ୍ରଣାଳୀରେ ଜନ ଆନ୍ଦୋଳନ କରାଯାଉଛି। ଆଜି ଲୋକମାନେ କୁପୋଷଣ ସହିତ ଦୀର୍ଘ ଦିନ ଧରି ଲଢେଇ ଜାରି ରଖିଛନ୍ତି। ପୁଣେରେ ଅଙ୍ଗବାଡି ମହିଳା କୃଷକଙ୍କ ଠାରୁ ଏକ ମୁଠା ଚାଉଳ ଦାନରେ ମାଗିଥାନ୍ତି। ଏହା ହେଉଛି ତାଙ୍କର ଏକ ଆନ୍ଦୋଳନ। ଏହାଦ୍ବାରା ସବୁ ଲୋକ ଏହା ସହିତ ଯୋଡି ହୋଇପାରିଥାନ୍ତି। ବହୁ ରାଜ୍ୟରେ ଲୋକମାନେ ତିଥି ଭୋଜନ କରନ୍ତି। ଲୋକଙ୍କୁ କୌଣସି ଏକ ବିଶେଷ ଦିନରେ ସ୍ବାଦିଷ୍ଟ ଭୋଜନ ତିଆରି କରି ଅଙ୍ଗନବାଡି ପିଲାଙ୍କ ଭିତରେ ବାଣ୍ଟନ୍ତି। ଆଜି ସଚେତନତା ଅଭାବରୁ ଗରିବ ଓ ଧନୀ ଲୋକ ମଧ୍ୟ କୁପୋଷଣର ଶିକାର ହେଉଛନ୍ତି। ତେଣୁ ଆମର କର୍ତ୍ତବ୍ୟ ହେଉଛି ଲୋକଙ୍କୁ କୁପୋଷଣ ପ୍ରତି ସଚେତନ କରିବା।

ଆସନ୍ତା ୨୯ ତାରିଖରୁ ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ ଆରମ୍ଭ କରାଯିବ ବୋଲି ମୋଦି ମନ୍‌ କୀ ବାତ୍‌ରେ ଘୋଷଣା କରିଛନ୍ତି। ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଏହି ମୁଭମେଣ୍ଟ ଆରମ୍ଭ କରାଯିବ। ଲୋକମାନେ ଫିଟ୍‌ ହେବା ଲାଗି ସଚେତନ ହେବାକୁ ମୁଁ ଆଶା କରୁଛି ବୋଲି ଏହି ଅବସରରେ କହିଛନ୍ତି ମୋଦି। 

   ସମ୍ବନ୍ଧିତ ଖବର


ଜିନ୍‌ଗତ ତ୍ରୁଟି ଥିଲେ କରୋନା ମୁକାବିଲା ମୁସ୍କିଲ ହେବ-ଗବେଷଣା

କରୋନା ଭୂତାଣୁ ବିରୋଧରେ ଅତି ପ୍ରଭାବୀ ଆଣ୍ଟିବଡି ଠାବ କଲେ ଜର୍ମାନ୍‌ ବୈଜ୍ଞାନିକ

ଏବେ ଆଉ ପୁରୁଣା ମିଠା ବିକି ପାରିବେ ନାହିଁ ଦୋକାନୀ !୧ଅକ୍ଟୋବରରୁ ଗ୍ରାହକଙ୍କୁ ଏହି କଥା ଜଣାଇବେ ବ୍ୟବସାୟୀ

ବିହାରର ପୂର୍ବତନ ଡିଜିପି ଗୁପ୍ତେଶ୍ବର ପାଣ୍ଡେଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ, ଜେଡିୟୁର ହାତ ଧରିଲେ

ଚଳନ୍ତା ବସ୍‌ରେ ଗଣଦୁଷ୍କର୍ମ…ଡ୍ରାଇଭର ଓ କଣ୍ଡକ୍ଟର ରାତି ସାରା କଲେ ଏମିତି କାଣ୍ଡ

କରୋନା ରୋଗୀ କେବଳ ଗୋଟିଏ ଡୋଜ୍‌ ଦିଆଯିବା ଦ୍ୱାରା ସୁସ୍ଥ! ଆଶା ବଢ଼ାଇଲା ଜନ୍‌ସନ୍‌ ଟିକା