ମନୋହର ପାରିକରଙ୍କ ଶେଷକୃତ୍ଯ ସମ୍ପନ୍ନ

ପଣଜୀ ୧୮/୩: ଗୋଆ ମୁଖ୍ଯମନ୍ତ୍ରୀ ମନୋହର ପାରିକରଙ୍କ ଶେଷକୃତ୍ଯ ସମ୍ପନ୍ନ ହୋଇଛି । ସନ୍ଧ୍ଯା ୬ଟାରେ ଗୋଆର ଏସଏଜି ଗ୍ରାଉଣ୍ଡରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ବଡ ପୁଅ ମୁଖାଗ୍ନି ଦେଇଛନ୍ତି । ଏହା ପୂର୍ବରୁ ସନ୍ଧ୍ୟା ୪ ଟାରେ ମନୋହରଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ସନ୍ଧ୍ୟା ୫ ଟାରେ ତାଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ଏସଏଜି ଗ୍ରାଉଣ୍ଡକୁ ଅଣାଯାଇଥିଲା । ଏଠାରେ ସମସ୍ତେ ତାଙ୍କୁ ଶେଷ ଦର୍ଶନ କରିଥିଲେ । ଅନେକ ନେତା ତାଙ୍କୁ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ ।

ଏସଏଜି ଗ୍ରାଉଣ୍‌ଡରେ ବୈଦିକ ରୀତି ଅନୁସାରେ ଏବଂ ରାଜକୀୟ ସମ୍ମାନର ସହିତ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହେଲା । ବହୁଦିନ ଧରି ପାନକ୍ରିୟାଜ କର୍କଟ ରୋଗରେ ପୀଡିତ ହୋଇ ରବିବାର ସେ ଆରପାରିକୁ ଚାଲିଯାଇଥିଲେ ।