ରାଜନୀତିକୁ ଆସିପାରନ୍ତି ପାରିକରଙ୍କ ବଡ଼ ପୁଅ ଉତ୍ପଲ

ପାରାଜୀ,୩୧।୩:ଗୋଆର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଦିବଂଗତ  ମନୋହର ପାରିକରଙ୍କ ପୁଅ ରାଜନୀତିରେଯୋଗ ଦେଇପାରନ୍ତି ବୋଲି ପରୋକ୍ଷରେ ସଙ୍କେତ ଦେଇଛନ୍ତି।  ସେ କହିଛନ୍ତି ରାଜ୍ୟ ଓ ଦେଶ ପାଇଁ ତାଙ୍କ ବାପା ଖୁବ୍ ନିଷ୍ଠାବାନ ଥିଲେ। ସେ  ଆଗକୁ ତାଙ୍କୁ ଅନୁସରଣ କରିବା ସହ ଉତ୍ତରାଧିକାରୀ ହେବା ପାଇଁ ଚେଷ୍ଟା କରିବେ। ଗତକାଲି ଏକଥା କହିଛନ୍ତି ପାକିକରଙ୍କ ପୁଅ ଉତ୍ପଲ ପାରିକର।

ଗତ ୧୭ ତାରିଖରେ ପାରିକରଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ଆସନରେ ସାଧାରଣ ନିର୍ବାଚନ ସହ ଉପନିର୍ବାଚନ ହେବ। ଏହି ସ୍ଥାନରେ କିଏ ପ୍ରାର୍ଥୀ ହେବ ସେ ସମ୍ପର୍କରେ କିଛି ନିଷ୍ପତ୍ତି ହୋଇନଥିବା ବେଳେ  ଉତ୍ପଲଙ୍କ ଏଭଳି ବୟାନ ପରୋକ୍ଷରେ ସଙ୍କେତ ଦେଉଛି ସେ ହୁଏତ ରାଜନୀତିରେ ଯୋଗ ଦେଇପାରନ୍ତି।

ପାରିକରଙ୍କ ଦେହାନ୍ତ ତାଙ୍କ ପରିବାରରେ ଏକ ବଡ଼ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି ବୋଲି ପୁଅ ଉତ୍ପଲ ଓ ଅଭିଜିତ କହିଛନ୍ତି। ତାଙ୍କ ବାପାଙ୍କ ଉଦ୍ଦେଶ୍ୟରେ ଆସିଥିବା ଅସଂଖ୍ୟ ଚିଠି ଓ ମେସେଜ ଦେଖି ଆମେ ନିଜକୁ ଏକ ବଡ଼ ପରିବାରର ଅଂଶ ବୋଲି ଅନୁଭବ କରୁଛୁ ବୋଲି ଦୁହେଁ କହିଛନ୍ତି। ଏହା ପୂର୍ବରୁ ଉତ୍ପଲ ମଧ୍ୟ କହିସାରିଛନ୍ତି ସମୟ ଆସିଲେ ସେ ରାଜନୀତିକୁ ଆସିବେ କି ନାହିଁ ତାହା କହିବେ।

   ସମ୍ବନ୍ଧିତ ଖବର


‘ଏକ ଫୁଲ୍ ଚାର ମାଲି’! ସରକାରୀ ଗାଡ଼ିରେ ଅସଂଜତ ପ୍ରେମ, ଜଣେ ବଙ୍ଗୀୟ ଯୁବତୀଙ୍କ ସହ ୪ ରୋମିଓ ଥାନାରେ କାଟିଲେ ଅଧାରାତି

‘ପ୍ରମେୟ’ର ନବମ ସ୍ୱନକ୍ଷତ୍ର

ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ମହିଳା ଓ ପରିବାର ସଦସ୍ୟଙ୍କୁ ଗାଁ ଦାଣ୍ଡରେ ମରଣାନ୍ତକ ଆକ୍ରମଣ, ଭିଡିଓ ଭାଇରାଲ୍…

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ପୁଣି କରୋନା ନେଲା ୫ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୪୪କୁ ବୃଦ୍ଧି