ଭାରତରେ ନିଲାମ ହେଲା ସବୁଠାରୁ ଦାମୀ ଚା’, କେଜିକୁ ରହିଛି ଏତେ ଟଙ୍କା

ଗୌହାଟି,୨୯।୧୦: ଚା’ ପତିର ଦାମ୍ କିଲୋପ୍ରତି ୭୫ ହଜାର ଟଙ୍କା। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଗୌହାଟି ଚା’ ନିଲାମ କେନ୍ଦ୍ର (ଜିଟିଏସି) ଏକ ନିଳାମୀରେ ଚା’ପତିର ସ୍ବତନ୍ତ୍ର କିସମର ମନୋହାରୀ ଗୋଲ୍ଡର ବିକ୍ରି ୭୫ ହଜାର ପ୍ରତି କିଲୋଗ୍ରାମ ଦରରେ ବିକ୍ରି କରିଛି। କେନ୍ଦ୍ରର ଜଣେ ଅଧିକାରୀ ଗୁରୁବାର ଏହାର ସୂଚନା ଦେଇଛନ୍ତି। ଅଧିକାରୀ ଜଣକ କହିଛନ୍ତି, ଏହି ରେକର୍ଡ ଦର ଚଳିତ ବର୍ଷ ଏପର୍ଯ୍ୟନ୍ତର ସବୁଠାରୁ ଅଧିକ ମୂଲ୍ୟ। ସେ କହିଛନ୍ତି, ଚଳିତ ବର୍ଷ ଶେଷ ପରେ ଜିଟିଏସିର ମନୋହାରୀ ଗୋଳ୍ଡ ଚା’ ପତି ୭୫ ହଜାର ଟଙ୍କା ପ୍ରତି କିଲୋଗ୍ରାମରେ ବିକ୍ରି ହେବାର ସୁଯୋଗ ମିଳିଛି।

ଗୌହାଟିର ଚା’ ନିଲାମ କିଣାବିକା ସଂଗଠନର ସଚିବ ଦିନେଶ ବିହାନୀଙ୍କ କହିବା ଅନୁସାରେ, ଏହି ବିକ୍ରି କଣ୍ଟେପରାରୀ ବ୍ରୋକର୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଗୌହାଟି ସ୍ଥିତ ଚା’ କାରବାରୀ ବିଷ୍ଣୁ ଟି କମ୍ପାନୀ କିଣିଛି। ବିଷ୍ଣୁ ଟି କମ୍ପାନୀ ନିଜର ଡିଜିଟାଲ ଇ-ବାଣିଜ୍ୟ ଓ୍ବେବସାଇଟ୍ ନାଇନଏଏମଟି ଡଟ୍ କମ ମାଧ୍ୟମରେ ଏହି ଚା’ ପତି ସାରା ବିଶ୍ବରେ ବିକ୍ରି କରିବେ। ବିହାନୀ କହିଛନ୍ତି, ଯେତେବେଳେ ପୁରା ବିଶ୍ବ ମହାମାରୀରେ ପ୍ରଭାବିତ ହେବ, ଏହା ଏକ ବଡ ଉପଲବ୍ଧି ଅଟେ। ମନୋହାରୀ ଟି ଇଷ୍ଟେଟ୍ ସେପ୍ଟେମ୍ବର ମାସରେ ଏହି ସ୍ବତନ୍ତ୍ର କିସମର ଉତ୍ପାଦ ପାଇଁ କଡା ପରିଶ୍ରମ କରିଛି ଓ ତାକୁ ବିକ୍ରି କରିବା ପାଇଁ ଜିଏସଟି ପାଖକୁ ପଠାଇଛି।’

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍