PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଦେଶୀ ଗର୍ଲଙ୍କୁ ନିଜ ଫିଲ୍ମରେ କାଷ୍ଟ କରିବାକୁ ଇଚ୍ଛୁକ ପ୍ରଯୋଜ ମନୋଜ ମୁନ୍‌ତାଶିର

ମୁମ୍ବାଇ ୦୧/୦୬: ଲଖକ-ଗୀତିକାର ମନୋଜ ମୁନ୍‌ତାଶିର ଖୁବ୍‌ଶୀଘ୍ର ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିବାକୁ ଯାଉଛନ୍ତି । ଅଷ୍ଟାଦଶ ଶତାବ୍ଦୀର ମରାଠା ରାଣୀ ଅହଲ୍ୟାବାଈ ହୋଲକରଙ୍କ ଜୀବନ ଉପରେ ସେ ଫିଲ୍ମ ନିର୍ମାଣ କରିବେ । ମରାଠା ରାଣୀଙ୍କ ଭୂମିକା ପାଇଁ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ କାଷ୍ଟ କରିବାକୁ ସେ ଖୁବ୍‌ ଇଚ୍ଛୁକ ବୋଲି ଖୁଲାସା କରିଛନ୍ତି ।

ଫିଲ୍ମ ବିଷୟରେ ମନୋଜ ଏକ ଗଣମାଧ୍ୟମକୁ କହିଛନ୍ତି ‘ଏହି ଭୂମିକା ନିର୍ବାହ କରିବା ଲାଗି ପ୍ରିୟଙ୍କାଙ୍କଠାରେ ସେହି ନିଆଁ, ପ୍ୟାସନ୍‌ ଓ ବିଶ୍ୱାସ ଅଛି ।’ ତାଙ୍କ ଅନୁସାରେ, ସଞ୍ଜୟ ଲୀଲା ଭଂସାଲୀଙ୍କ ‘ବାଜିରାଓ ମସ୍ତାନି’ରେ କାଶୀବାଈ ଭୂମିକାରେ ପ୍ରିୟଙ୍କା ଚମତ୍କାର ପ୍ରଦର୍ଶନ କରିଥିଲେ । ବର୍ତ୍ତମାନ ଫିଲ୍ମର କାହାଣୀ ପ୍ରାଥମିକ ପର୍ଯ୍ୟାୟରେ ଥିବାରୁ ସେ ପ୍ରିୟଙ୍କାଙ୍କୁ କିଛି କହିନାହାନ୍ତି । ତେବେ ତାଙ୍କୁ ଏଥିପାଇଁ ନିଶ୍ଚୟ ଅନୁରୋଧ କରିବେ ବୋଲି ମନୋଜ କହିଛନ୍ତି ।

ସେ କହନ୍ତି, ମହିଳା ଶାସକଙ୍କ ବିଷୟରେ ଆମେ କଥା ହେବାବେଳେ ରାଣୀ ଲକ୍ଷ୍ମୀବାଈଙ୍କଠାରେ ଅଟକିଯାଉ । ଦେଶକୁ ତାଙ୍କ ଅବଦାନ କେହି କେବେ ଅବଜ୍ଞା କିମ୍ବା ଅଣଦେଖା କରିପାରିବ ନାହିଁ । ସେହିପରି ଅହଲ୍ୟାବାଈଙ୍କ ଅବଦାନ ମଧ୍ୟ ଚିରସ୍ମରଣୀୟ । ତାଙ୍କ ରାଜତ୍ୱ କାଳରେ ଅହଲ୍ୟାବାଈ ହୋଲକର ଇନ୍ଦୋରକୁ ନୂଆ ଉଚ୍ଚତାକୁ ନେଇଥିଲେ । ଜଣେ ଦକ୍ଷ ପ୍ରଶାସକ ଭାବେ ସେ ନିଜକୁ ପ୍ରମାଣିତ କରିଥିଲେ । ତାଙ୍କର ଅବଦାନ ଉପରେ ଫିଲ୍ମଟି ଫୋକସ୍‌ କରିବ ବୋଲି ମନୋଜ କହିଛନ୍ତି । ଫିଲ୍ମର ଟାଇଟଲ ହେବ ‘ପୁଣ୍ୟଶ୍ଳୋକ ଅହଲ୍ୟାଦେବୀ’ । ବର୍ଷ ଶେଷବେଳକୁ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧିତ ଖବର