କର୍ମର ଫଳ:ଦୋକାନ ଲୁଟୁଥିଲା ଚୋର, ବାହାରେ ଚୋରି ହୋଇଗଲା ଗାଡ଼ି,ଦେଖନ୍ତୁ ଭିଡିଓ

ଓ୍ବାଶିଂଟନ୍,୨୭।୮: କଥାରେ ଅଛି ‘ଯେମିତି କର୍ମ କରିବ ସେପରି ଫଳ ପାଇବ।’ ଏଭଳି କିଛ ଘଟଣା ଆମେରିକାର ଓ୍ବାଶିଂଟନରେ ଘଟିଛି। ଜଣେ ଚୋର ଏକ ଦୋକାନରେ ଲୁଟ୍ କରିବାକୁ ଆସିଥିବା ବେଳେ ତା’ର ଗାଡିକୁ ଆଉ ଜଣେ ଚୋର ଚୋରି କରିନେଇଯାଇଛି। ଏହା ଶୁଣି ନିହାତି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ, କିନ୍ତୁ କଥାଟି ସତ। ଏବେ ଆପଣମାନେ ଏହାକୁ କର୍ମର ଫଳ ବୋଲି କହିପାରନ୍ତି।  ଏହି ଘଟଣା ଜାଣିବା ପରେ ସମସ୍ତେ ନିଶ୍ଚିତ ଭାବରେ ଭାବୁଥିଲେ ଏତେ ଜଲଦି କାହାକୁ କିପରି କର୍ମର ଫଳ ମିଳିଯିବ?

ଏହି ଘଟଣାର ସୂଚନା କେନିଓ୍ବିକ ପୋଲିସ ଡିପାର୍ଟମେଣ୍ଟ ଫେସବୁକ୍ ଜରିଆରେ ଦେଇଛି। ଏହି ପୁରା ମାମଲାର ସୂଚନା ଦେଇ ପୋଲିସ କହିଛି, ଏହି ଘଟଣା ଗତ ରବିବାର ସକାଳ ୬ଟା ବେଳେ ଘଟିଥିଲା। ଘଟଣାସ୍ଥଳରେ ଯେତେବେଳେ ପୋଲିସ ପହଁଞ୍ଚିଥିଲା କାର ମାଳିକ ଓ୍ବିଲିୟମ କେଲି ପୋଲିସକୁ କହିଥିଲେ ତାଙ୍କର ପିକଅପ୍ ଗାଡିକୁ କେହି ସାଇକେଲ ଚୋର ଚୋରି କରିକି ନେଇଯାଇଛି। କାର ମାଲିକ କହିଥିଲେ, ସେ ଗାଡି ଭିତରେ ହିଁ ଚାବି ଛାଡିକି ଆସିଥିଲେ।

ତେବେ ଯେତେବେଳେ ପୋଲିସ ସିସିଟିଭିର ସବୁ ଫୁଟେଜ ଦେଖିଥିଲା ସେତେବେଳେ ଅନ୍ୟ କିଛି ଜଣାପଡିଥିଲ। ତାହା ହେଲା କେଲି ନି​‌ଜେ ଚୋରି କରିବାକୁ ଆସିଥିଲେ। ଦୋକାନ ବାହାରେ କେଲିଙ୍କ ଗାଡି ରହିଥିଲା। ଜାଣିଶୁଣି କେଲି ଗାଡି ଭିତରେ ଚାବି ଛାଡିଥିଲେ। ପୋଲିସ ଏହି ସିସିଟିଭି ଫୁଟେଜରେ ଦେଖିବାକୁ ପାଇଥିଲେ ଆଉ ଏକ ଚୋର ସାଇକେଲରେ ଆସି କେଲିଙ୍କ ଗାଡିକୁ ନେଇ ପଳାଇଥିଲା।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ