PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଜ୍ଞାନବ୍ୟାପୀ ମସଜିଦ୍‌ ବିବାଦ। ୩୦ରେ ଦୁଇ ପକ୍ଷଙ୍କୁ ମିଳିପାରେ ସର୍ଭେ ଭିଡିଓ। ଜ୍ଞାନବ୍ୟାପୀ ସର୍ଭେ ଭିଡିଓକୁ ନେଇ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ। ଆସନ୍ତା ୩୦ରୋ ଦୁଇ ପକ୍ଷଙ୍କୁ ମିଳିପାରେ ଭିଡିଓ।
  • ||
  • କଟକ : ଅନୁଭବ ଓ ବର୍ଷାଙ୍କୁ ହାଇକୋର୍ଟଙ୍କ କଡ଼ା ତାଗିଦ୍, ସୋସିଆଲ ମିଡିଆରେ ପରସ୍ପରକୁ ଆକ୍ଷେପ ନ କରିବାକୁ ନିର୍ଦ୍ଦେଶ
  • ||
  • ସୋର: ରାସ୍ତାରେ ହଟହଟା ହେଲେ ଖଇରା ବିଦ୍ୟୁତ୍ ବିଭାଗ ଏସଡିଓ, ଅସ୍ଥାୟୀ ମିଟର ରିଡର କର୍ମଚାରୀଙ୍କ ବହିଷ୍କାର ଆଶଙ୍କାରେ ଆକ୍ରୋଶର ଶିକାର…
  • ||
  • ଭୁବନେଶ୍ବର: ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ, ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ମାଷ୍ଟର ପ୍ଲାନ୍, ୨୮୫ କୋଟି ଅନୁମୋଦନ…
  • ||
  • ଭୁବନେଶ୍ୱର: ପେଟ୍ରୋଲିୟମ ଡିଲର୍ସ ଆସୋସିଏସନର ପକ୍ଷରୁ ଦୁଇ ଦିନିଆ ଧର୍ମଘଟ, ସନ୍ଧ୍ୟା ୬ରୁ ସକାଳ ୬ ବନ୍ଦ ରହିବ ସମସ୍ତ ପେଟ୍ରୋଲ ଟାଙ୍କି
  • ||
  • ଭୁବନେଶ୍ଵର: ରାଜ୍ୟରେ ତଳକୁ ଖସିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ବାହାରିଲେ ୦୯ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର: ‘କୋକୋ’ ଆପ୍‌ରେ ଋଣ ଠକେଇ ମାମଲା : ଦିଲ୍ଲୀରୁ ଧରାପଡି଼ଲା ମୁଖ୍ୟ କାର୍ପଟଦାର ରାମ, ୧୦୫୮ ଭର୍ଚୁଆଲ୍‌ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍
  • ||
  • ଚିଲିକା : ଯାତ୍ରୀବାହୀ ଡଙ୍ଗାର ଭାଙ୍ଗିଲା ମେସିନ୍ ସ୍ଲାବ, ଚିଲିକା ମଝିରେ ଅଟକିଲେ ୪୦ରୁ ଅଧିକ ଯାତ୍ରୀ
  • ||
  • କଟକ: ଅନୁଭବ-ବର୍ଷା ବିବାହ ବିବାଦ: “ବର୍ଷା ନିଜେ ଚଲାଉଛନ୍ତି ଫ୍ୟାନ୍‌ କ୍ଲବ୍‌ ପେଜ୍‌’
  • ||
  • ଭୁବନେଶ୍ୱର: ଆସିବ ସ୍ୱଚ୍ଛତା, ଲୋକଙ୍କୁ ମିଳିବ ସୁବିଧା: ଆଜିଠୁ ଅନ୍‌ଲାଇନ୍‌ରେ ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବ ବିଏମ୍‌ସି
  • ||
  • ସୁନ୍ଦରଗଡ : ଓସିଏଲ୍‌ ଆଇରନ କାରଖାନାରୁ ଲୁହା ଚୋରି କରୁଥିଲା ଚୋର, ଛାତରୁ ପଡି ଚାଲିଗଲା ଜୀବନ
  • ||
  • ଭୁବନେଶ୍ୱର: ଟ୍ରାଫିକ୍‌ ଯନ୍ତ୍ରଣାରୁ ମିିଳିବ ମୁକ୍ତି: ଜୟଦେବ ବିହାରରୁ ନନ୍ଦନକାନନ ମଧ୍ୟରେ ନିର୍ମାଣ ହେବ ସବୁଠାରୁ ଦୀର୍ଘତମ ଫ୍ଲାଏଓଭର
  • ||

ପ୍ରଚାର ମଇଦାନକୁ ଓହ୍ଲାଇଲେ ବିଜୟ: ମିଶ୍ରଣ ସମାବେଶରେ ଯୋଗଦେଲେ ଶତାଧିକ ବିଜେଡି, କଂଗ୍ରେସ କର୍ମୀ

କେନ୍ଦ୍ରାପଡ଼ା/ଡେରାବିଶ,୬ା୨(ଆପ୍ର): ଏଥରର ସାଧାରଣ ନିର୍ବାଚନ ଅସାଧାରଣ ହେବ ବୋଲି ପୂର୍ବାନୁମାନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଆଜି ପ୍ରଚାର ମଇଦାନକୁ ଓହ୍ଲାଇ ଡେରାବିଶର ଛତାହାଟ ପଡ଼ିଆରେ ଆୟୋଜିତ ବିଜେପିର ସ୍ୱାଭିମାନ ସମାବେଶରେ ଯୋଗ ଦେବା ଅବସରରେ ସେ ଏହା କହଛନ୍ତି । ଆକଳନଠାରୁ ଅଧିକ ଲୋକଙ୍କ ସମାଗମ ଦେଖି ଏହା ଆଗାମୀ ଦିନରେ ନିଶ୍ଚିତ ବଡ଼ ପରିବର୍ତ୍ତନର ସୂଚନା ଦେଉଛି ବୋଲି ବିଜିୟ କହିଥିଲେ । ସମାବେଶରେ ବିଜୟଙ୍କ ସହିତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଏବଂ ସିନେ ଅଭିନେତା ବାବୁଶାନ ବି ଯୋଗ ଦେଇଥିଲେ ।

ଶ୍ରୀ ମହାପାତ୍ର କହିଥିଲେ, ମୁଁ ଲୋକଙ୍କ ପାଇଁ ଲଢ଼ିବାକୁ ଚାହେଁ, ଲୋକଙ୍କ ସହ ରହିବାକୁ ଚାହେଁ । ଯେଉଁମାନେ ଶାସନରେ ଅଛନ୍ତି, ସେମାନଙ୍କର ଲୋକଙ୍କ ପାଇଁ ଆନ୍ତରିକତା ନାହିଁ କି ନିଷ୍ଠା ନାହିଁ । ବୈଜୟନ୍ତ ପଣ୍ଡା ସାଂସଦ ନିର୍ବାଚିତ ପରେ ବି ପ୍ରତ୍ୟେକ ନିର୍ବାଚନମଣ୍ଡଳୀ ଯାଇ ଲୋକଙ୍କ ସହିତ ମିଶିଛନ୍ତି, ସେମାନଙ୍କ ଅସୁବିଧାରେ ସାମିଲ ହେଉଛନ୍ତି । ତାଙ୍କ ପାଖରେ ଅଭିଯୋଗର ଲମ୍ୱା ଚିଠା ରହିଛି, ଯାହାକୁ ସେ ଆଗାମୀ ଦିନରେ ଠିକ୍‌ ସମୟରେ, ଠିକ୍‌ ଦିନରେ ଉପସ୍ଥାପନ କରିବେ । ଏହି ଅବସରରେ ଯୁବକଙ୍କୁ ଆହ୍ୱାନ ଦେଇ ସେ କହିଥିଲେ, ଏ ନିର୍ବାଚନ ଐତିହାସିକ, ଅସାଧାରଣ ନିର୍ବାଚନ ହେବାକୁ ଯାଉଛି । ଆସନ୍ତା ୮ ତାରିଖରେ ସେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଛନ୍ତି । ଓଡ଼ିଶାରେ ୧୪୬ଟି ନିର୍ବାଚନମଣ୍ଡଳୀ ଗୋଟେ ଆଡ଼େ ଯିବ । ସାରା ଓଡ଼ିଶାରେ ଆମ ଜିଲ୍ଲା, ପାଟକୁରା ନିର୍ବାଚନ ମଣ୍ଡଳୀ ୧ନଂ. ହୋଇ ରହିବ । ସମସ୍ତେ ଆଜି ଏଇ ସଙ୍କଳ୍ପ ନେଇ ଯିବାକୁ ସେ ଆହ୍ୱାନ ଦେଇଥିଲେ ।

ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବିଜେଡି ସରକାର ଉପରେ ବର୍ଷିଥିଲେ । ସମାବେଶରେ ସିନେ ତାରକା ବାବୁଶାନ କର୍ମୀ ଏବଂ ଜନସାଧାରଣଙ୍କୁ ଉତ୍ସାହିତ କରି ବୈଜୟନ୍ତ ଓ ବିଜୟଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହି ଅବସରରେ ବିଜେଡି ଓ କଂଗ୍ରେସରୁ ୫୦୦ରୁ ଅଧିକ କର୍ମକର୍ତ୍ତା, ସଂଗଠକ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଥିଲେ । କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପୌରୋହିତ୍ୟରେ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା ।

ସମ୍ବନ୍ଧିତ ଖବର