PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଜଟଣୀ ରାଜନୀତିରେ ଓଲଟପାଲଟ: କଂଗ୍ରେସରେ ମିଶିଲେ ବିଜେଡି ନେତା, ଶହ ଶହ କର୍ମୀ

ଭୁବନେଶ୍ୱର,୭ ।୪ (ବ୍ୟୁରୋ): ଜଟଣୀ ରାଜନୀତିରେ ଆଜି ବଡ଼ ଧରଣର ଓଲଟପାଲଟ ଦେଖା ଦେଇଛି । ଯେଉଁମାନେ ଗତଥର ବିଜେଡିକୁ ଜିତାଇବାକୁ ମଙ୍ଗ ଧରିଥିଲେ । ଆଜି ସମସ୍ତେ ବିଜେଡିକୁ ବାଏ ବାଏ କରି କଂଗ୍ରେସର ହାତ ଧରିଛନ୍ତି ।

ଗାନ୍ଧି ପାର୍କଠାରେ ଆଜି ହୋଇଥିବା ମିଶ୍ରଣ ପର୍ବ ଜଟଣୀ ରାଜନୀତିକୁ ଏକ ରୋଚକ ମୋଡକୁ ନେଇ ଆସିଛି । ଦିନେ ବଭିୂତଙ୍କି ପାଖେ ପାଖେ ରହୁଥବିା ତାଙ୍କର ନକିଟତମ ପ୍ରମୋଦ ହରିଚନ୍ଦନ (ପମା) ଆଜି ହାତ ଧରିଛନ୍ତି । ପ୍ରମୋଦଙ୍କ ଘର ହେଉଛି ପଦନପୁରରେ । ପ୍ରମୋଦ ଦୁଇ ଦିନ ତଳେ ବିଜେଡି ଜିଲ୍ଲା ଉପସଭାପତି ପଦରୁ ଇସ୍ତଫା ଦେଇଥିଲେ । ପମାଙ୍କର ସାରା ନିର୍ବାଚନ ମଣ୍ଡଳୀରେ ସମର୍ଥକ ରହିଛନ୍ତି । ନିଜ ଗାଁ ସହିତ ଖୁଦୁପୁର, ବଡ଼ତୋଟା ଓ ବେଲପଡ଼ାରେ ତାଙ୍କର ଭଲ କାଟ୍‌ତି ରହିଛି । ପଦନପୁର ସମିତି ସଭ୍ୟ ସ୍ନେହଲତା ରଣସିଂହ ମଧ୍ୟ ବିଜେଡି ଛାଡି ହାତରେ ମିଶିଛନ୍ତି ।

କଂଗ୍ରେସର ହାତ ମଧ୍ୟ ଧରିଛନ୍ତି ଜଟଣୀ ବିଧାୟକଙ୍କ ପ୍ରତିନିଧି ବିଜୟ ଛୋଟରାୟ । ବିଜୟ ଛୋଟରାୟ ବିଭୂତିଙ୍କ ନିକଟତର ଥିବା ସହ ଥରେ ଖୋର୍ଦ୍ଧା ଜିଲ୍ଲା ୭ ନମ୍ବର ଜୋନ୍‌ରୁ ପ୍ରତିନିଧିତ୍ୱ ମଧ୍ୟ କରିଛନ୍ତି । ତାଙ୍କର ପୁରା ଜୋନ୍‌ରେ ସମର୍ଥକ ରହିଛନ୍ତି । ବିଜୟଙ୍କ ପତ୍ନୀ ଜୟନ୍ତୀ ଛୋଟରାୟ ଏବେ ତରାବୋଇ ପଞ୍ଚାୟତର ସମିତି ସଭ୍ୟା । ଏହାବାଦ୍‌ ବିଜୟଙ୍କର ହରିପୁର, ବେଣାପଞ୍ଜରୀ ଓ ତିରିମଲ୍ଲ ପଞ୍ଚାୟତରେ ଶହ ଶହ ସମର୍ଥକ ରହଛନ୍ତି । ବିଜୟଙ୍କ ସମର୍ଥକ ହରିପୁର ସମତିସିଭ୍ୟ ସବିତା ପ୍ରଧାନ ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି । ଖାଲି ନେତା ନୁହନ୍ତି ଆଜି ସେମାନଙ୍କ ସହ ତାଙ୍କର ହଜାର ହଜାର ସମର୍ଥକ ହାତ ଧରଥିବିାରୁ କଂଗ୍ରେସ ଏ ସବୁ ଅଞ୍ଚଳରେ ନଜିର ଶକ୍ତି ବଢାଇଛି । ଗତଥରର ନିର୍ବାଚନ ଫଳାଫଳ କହୁଛି, ଏ ସବୁ ଅଞ୍ଚଳରେ କଂଗ୍ରେସ ତୁଳନାରେ ବିଜେଡି ବେଶ୍‌ ଅଧିକ ଭୋଟ ପାଇଥିଲା । ଏବେ ବିଜେଡି ନେତା ଛାଡ଼ିବା ପରେ କଂଗ୍ରେସ କେତେ ଭୋଟ୍‌ ପାଉଛି, ଏହା ଏବେ ଗୁରୁତ୍ୱପୂର୍ଣ୍ଣ । ହାଟବଜାର କାଉନସଲିର ଜଟାଧାରୀ ପ୍ରଧାନ, ଆକଉଣ୍ଟସ କଲୋନୀର କାଉନସିଲର ତଥା ଜଟାଧାରୀଙ୍କ ପତ୍ନୀ ଅନୁସୂୟା ପ୍ରଧାନ, କୁଦଅିାରୀର ପୂର୍ବତନ କର୍ପୋରେଟର ଲୁସେନ ରାୟ ଓ ରାଜା ବଜାର ଅଞ୍ଚଳର ପୂର୍ବତନ କାଉନସିଲର ଅଞ୍ଚଳ ରହିମା ବିବି ମଧ୍ୟ କଂଗ୍ରେସରେ ସାମିଲ ହୋଇଛନ୍ତି ।

ହାଟବଜାର ଓ ଆଖପାଖ ଅଞ୍ଚଳରେ ଜଟାଧାରୀଙ୍କ ଭଲ ପକଡ଼ ରହିଛି । ଆକଉଣ୍ଟସ କଲୋନୀରେ ତାଙ୍କ ପତ୍ନୀ ମଧ୍ୟ କାଉନସିଲର ଥିଲେ । ଏହାବାଦ୍‌ ୱାର୍ଡକୁ ଲାଗିଥିବା ଆଉ ଦୁଇ ୱାର୍ଡରେ ମଧ୍ୟ ଜଟାଧାରୀଙ୍କ ଦବ୍‌ଦବା ରହିଛି । ଗତଥର ଜଟାଧାରୀ ହିଁ ଏ ସବୁ ୱାର୍ଡରେ ବିଜେଡି ପାଇଁ ଭୋଟ୍‌ କରାଇଥିଲେ । ଏଥର ସେ କଂଗ୍ରେସ କ୍ୟାମ୍ପରେ । ଜଟଣୀ ପୌରାଞ୍ଚଳର ଅଧିକାଂଶ ୱାର୍ଡରେ ସୁର ଓ ତାଙ୍କ ପୁତୁରାଙ୍କ ସମର୍ଥକମାନେ ହିଁ କାଉନସିଲରରେ ଜିତିଛନ୍ତି । ତେବେ ଏହା ଭିତରେ ବିଜେପି ମଧ୍ୟ ଜଟଣୀ ପୌର ପରଷିଦରେ ଶକ୍ତି ବଢାଇଛି । ଏ ସବୁ ଭିତରେ ବିଜେଡି କେମିତି ନିଜ ଭୋଟବ୍ୟାଙ୍କକୁ ବଞ୍ଚାଇ ରଖୁଛି । ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା, ପୌରାଞ୍ଚଳ ଭୋଟ୍‌ ହିଁ ଜଟଣୀ ନେତା ବାଛିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ।

ଆଜି ମିଶିଥିବା ନେତାଙ୍କ ମଧ୍ୟରେ ଯୁବ ସଂଗଠକ ଦୀନବନ୍ଧୁ ରଣସିଂହ, ବିଜୁ ଯୁବ ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ଉପସଭାପତି ଅକ୍ଷୟ କୁମାର ବାରିକ, ସମ୍ପାଦକ ଭାବାନୀ ପ୍ରସାଦ ପଟ୍ଟନାୟକ, ଖୋର୍ଦ୍ଧା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଂଗ୍ରାମ କେଶରୀ ବଡ଼ଜେନା, ସମ୍ପାଦକ ଶୁଭ୍ରମ କେଶରୀ ବଡ଼ଜେନା, ସାଜାଜାନ୍‌ ଖାନ, ସବିତା ହାତି, ଲକ୍ଷ୍ମୀଧର ସାହୁ, ଲକ୍ଷ୍ମୀଧର ବିଶ୍ୱାଳ ଓ ଗୋଲାପ ମଲ୍ଲ ପ୍ରମୁଖ ରହିଛନ୍ତି ।

ସମ୍ବନ୍ଧିତ ଖବର